ପତାକା ଉତ୍ତୋଳନ ଉସବ ରେ ମୁଖ୍ୟମନ୍ତ୍ରୀ ଙ୍କ ଡ୍ରାଇଭର ହେଲେ ଭି କେ ପାଣ୍ଡ୍ୟାନ

419 0

ଭୁବନେଶ୍ବର :ଭୁବନେଶ୍ବରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଓଡ଼ିଶା ରାଜ୍ୟ ପୁଲିସ୍ ସଶସ୍ତ୍ର ବାହିନୀ, ଓଡ୍ରାଫ୍, ଏସ୍ ଏସ୍ ବାଟାଲିୟନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଛନ୍ତି।ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସହ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡଃ ଆମ୍ବେଦକର, ମଧୁସୁଦନ ଦାସ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଦାସ, ମାଳତୀ ଚୌଧୁରୀ, ନବକିଶୋର ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ପାର୍ବତୀ ଦେବୀ, ରମା ଦେବୀ, ଡଃ ହରେକୃଷ୍ଣ ମହତାବ ଓ  ବିଜୁ ପଟ୍ଟନାୟକଙ୍କ ପରି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଦେଶ ଓ ରାଜ୍ୟରେ ଜାରି ରହିଥିବା କରୋନା ସଙ୍କଟର ମୁକାବିଲା ପାଇଁ ସାହାସର ସହ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି।କରୋନା ମୁବାବିଲା ଲାଗି ବିଭିନ୍ନ ଜିଲାରେ କୋଭିଡ ହସ୍ପିଟାଲ ରହିଛି। ଏଥିସହ ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ମଧ୍ୟ ଖୋଲାଯାଇଛି ବୋଲି ନବୀନ କହିଛନ୍ତି। ତେବେ ଅର୍ଥ ଅଭାବରୁ କେହି କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିଜ ସମ୍ବୋଧନରେ କହିଛନ୍ତି।

ତେବେ  କୋଭିଡ କଟକଣା ଭିତରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ  ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା 5t ମୁଖ୍ୟ ଭିକେ ପାଣ୍ଡିୟାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସଭାସ୍ଥଳ କୁ ନିଜେ କାର ଚଳାଇ ଆଣିଥିଲେ ।କରୋନା କାଳରେ ସାମାଜିକ ଦୂରତ୍ଵକୁ ଯଥେଷ୍ଟ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିମାସ ହେଲା ଅତି ଜରୁରୀ ନ ଥିଲେ ମୁଖ୍ୟମନ୍ତ୍ରୀ  ନବୀନ ନିବାସରୁ ବାହାରି ନାହାନ୍ତି ।ତେବେ ଆଜି ଉତ୍ସବରେ ପାଣ୍ଡିୟାନ ଙ୍କ ଏହି କାମକୁ ବିଭିନ୍ନ ମହଲରେ ଉଚ୍ଚପ୍ରଶଂସା କରାଯାଇଛି ।

Related Post

ବାଇକ୍ ରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଅଲଟି ପଡିଲା କ୍ରୋମାଇଟ୍ ବୋଝେଇ ଟ୍ରକ୍

Posted by - December 9, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ସଡ଼କ ଦୁର୍ଘଟଣା। ବାଇକ୍ ରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଅଲଟି ପଡିଲା କ୍ରୋମାଇଟ୍…

ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୭୪,ସକାଳେ ରାଜ୍ୟରେ ୭,ଅପରାହ୍ନରେ ୬ ଚିହ୍ନଟ

Posted by - April 20, 2020 0
ଭୁବନେଶ୍ୱର: ସୋମବାର ସକାଳେ ରାଜ୍ୟରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ଟି ଚିହ୍ନଟ ହୋଇଛନ୍ତି। ଅପରାହ୍ନରେ ଚିହ୍ନଟ ୬ ଜଣଙ୍କ ମଧ୍ୟରୁ…

କୌଣସି ମତେ କ୍ରସର ଓ ପଥର କୁ୍ୱାରୀ ଚଲାଇ ଦିଆଯିବ ନାହିଁ ବୋଲି ସପଥ, କ୍ରସର ଚାଲିଲେ, ସ୍ଥିତି ଭୟାନକ 

Posted by - August 1, 2022 0
ବୌଦ୍ଧ:(ଚିତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲାପ୍ରଶାସନର ଘୋଷଣାପରେ ଆଜି ଖରଭୂଇଁଠାରେ ବନ୍ଦଥିବା କ୍ରସର ଓ ପଥର ଖାଦାନ ଗୁଡିକୁ କୌଣସି ପରିସ୍ଥିତିରେ କାର୍ଯ୍ୟକ୍ଷମ ନକରେଇବା ପାଇଁ…

ଫୋନ କରି କରି ଆସିଲାନି ଆମ୍ବୁଲାନ୍ସ,ବାଧ୍ୟ ହୋଇ ରୋଗୀକୁ ଟ୍ରଲିରେ ନେଲେ ସଂପର୍କିୟ

Posted by - April 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଫୋନ କରି କରି ଆସିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ରୋଗୀକୁ ଟ୍ରଲିରେ ନେଲେ ସଂପର୍କିୟ । ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ…