Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ମାଇକ୍ରୋ ଫାଇନାନ୍ସ କମ୍ପାନୀ ଙ୍କ ଜୁଲମ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦାବୀ ପତ୍ର

323 0

ନୀଳଗିରି:(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ, ଅଯୋଧ୍ୟା ଗାଁ ର ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡଙ୍ଗୀ ନେତୃତ୍ଵରେ, ମୁଖ୍ୟମନ୍ତ୍ରୀ ଙ୍କୁ, ନୀଳଗିରି ଉପଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।ସୂଚନା ରୁ ଜଣା ପଡିଛି, – ଏହି ଗାଆଁ ରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ପାଖରୁ ରୁଣ ଆଣି କ୍ଷୁଦ୍ର ବ୍ୟବସାୟ କରିବା ସହିତ ରୁଣ ମଧ୍ୟ ପରିଶୋଧ କରୁଥିଲେ। କିନ୍ତୁ କରୋନା ଭୁତାଣୁ ଜନିତ କଟକଣା ପରେ ସବୁକିଛି ବନ୍ଦ ହୋଇ ଯାଇଥିବାରୁ ରୁଣ ପରିଶୋଧ କରିବା କୁ ସେମାନେ ଅକ୍ଷମ ହୋଇଛନ୍ତି।

ଏହି ସମୟରେ ସେମାନଙ୍କୁ ରୁଣ ପ୍ରଦାନ କରିଥିବା ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡ଼ିକ ଯଥା:- ଏସ୍. କେ. ଏସ୍. ମାଇକ୍ରୋ ଫାଇନାନ୍ସ, ସ୍ପନ୍ଦନା, କଲ୍ୟାଣୀ, ଏଚ୍. ଡି. ଏଫ୍. ଏଲ୍. ଓ ଅନ୍ନପୂର୍ଣ୍ଣା ଭଲି ମାଇକ୍ରୋ ଫାଇନାନ୍ସ କମ୍ପାନୀ ର କର୍ମଚାରୀ ମାନେ ଗାଁ ରେ ଆସି ମହିଳା ମାନଙ୍କୁ ରୁଣ ଫେରସ୍ତ ପାଇଁ ଜୁଲମ୍ କରୁଥିବା ଅଭିଯୋଗ କରିଛନ୍ତି। ଯାହାଦ୍ୱାରା କରୋନା କଟକଣା ସମୟରେ ରୁଣ ଆଣି କ୍ଷୁଦ୍ର ବ୍ୟବସାୟ କରୁଥିବା ଏହି ମହିଳା ସଦସ୍ୟା ମାନେ ନିଜ ମାନସିକ ଭାରସାମ୍ୟ ହରାଇ, ଶେଷରେ ଜୁଲମ୍ ବନ୍ଦ ନହେଲେ ଆତ୍ମହତ୍ୟା ଭଲି କଠୋର ନିଷ୍ପତ୍ତି ନେବେ ବୋଲି ତାଙ୍କ ଦାବୀ ପତ୍ର ରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଜଣାଇଛନ୍ତି । ଏହି ଦାବି ପତ୍ର ରେ ମୁଖ୍ୟ ମନ୍ତ୍ରୀ ଙ୍କୁ, ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି।

Related Post

ଝାଙ୍କିରିପାଲି ଗାଁରେ ସୁଭଦ୍ରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Posted by - December 17, 2021 0
ପାଟଣାଗଡ଼ ୧୬/୧୨ ( ତାପସ ରଞ୍ଜନ ବେହେରା ) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଝାଙ୍କିରିପାଲି ଗାଁର ମହିଳା ସମାଜସେବୀ ସୁଭଦ୍ରା ସୁନା ଙ୍କୁ…

ନଦୀରେ ବୁଡି ଛାତ୍ର ନିଖୋଜ

Posted by - September 13, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ରାଜ ଘାଟ ଠାରେ ମୃ ତ୍ତି ବିସର୍ଜନ ସମୟର ଅଘଟଣ । ଏକ ଘୋରୋଇ ଟ୍ୟୁସ ନରେ ଦଶମ ଶ୍ରେଣୀର ଛାତ୍ର ସୁବର୍ଣ୍ଣ…

“ନୀଳଚକ୍ର” ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଓ ଶ୍ରଦ୍ଧାଂଜଳି ସଭା

Posted by - October 3, 2021 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କ୍ରୁତିକ ଅନୁଷ୍ଠାନ “ନୀଳଚକ୍ର” ସମ୍ୱଲପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଶାସନ ଏକାମ୍ର ବିହାର ସ୍ଥିତ “ନୀଳଚକ୍ର” କାର୍ଯ୍ଯାଳୟ ପରିସରରେ…

ଗାନ୍ଧୀ ଜୟନ୍ତୀ ରେ ‘ବିଶ୍ଵ ପରିବାର’ ଓ ‘ମାନବ ଧର୍ମ’ ନାମରେ ଦୁଇ ସାମାଜିକ ସଂଗଠନ ଗଠିତ

Posted by - October 4, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ) ସମଗ୍ର ବିଶ୍ବ କୁ ଏକ ପରିବାର ଓ ବିଶ୍ୱ ରେ ଅବସ୍ଥାନ କରୁଥିବା ସମସ୍ତ ମଣିଷ ଙ୍କ ର ଗୋଟିଏ ଧର୍ମ ମାନବ ଧର୍ମ…

ଘର ବାଡ଼ି ରୁ ୭ ଫୁଟର ଜଙ୍ଗଲି ରଣା ଉଦ୍ଧାର

Posted by - December 5, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ଉପଖଣ୍ଡ, ଔପଦା ବ୍ଲକ, ଈଶ୍ୱରପୁର ଅଞ୍ଚଳରେ ଗିରିଜା ଶଙ୍କର ଙ୍କ ଘରବାଡିରେ, ଏକ ଜଙ୍ଗଲି ରଣା ସାପ ଉଦ୍ଧାର କରାଯାଇଛି । ଆଜି ଅପରାହ୍ନରେ…