Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ

473 0

ଯାଜପୁର/ବିଂଝାରପୁର:ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଶେଖ ଜାହାଙ୍ଗିର । ­  ଜାହାଙ୍ଗିରକୁ ପରିବାରର ସଦସ୍ୟ ହତ୍ୟା କରିଥିବା ତାଙ୍କ ଭାଈ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି । ଜାହାଙ୍ଗିରଙ୍କୁ ତାଙ୍କ ପୁତୁରା ଯାଜପୁର ଟାଉନ ଡାକ୍ତର ଖାନାକୁ ଆଣିଥିବା ବେଳେ ଘଟଣା ପଦାକୁ ଆସିଥିଲା ।ମୃତ ଯୁବକଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ରହିଛି । କାଚରେ କଟିଥିବା ପରିବାର ଲୋକ ଦାବି କରୁଥିବା ବେଳେ ମୃତକଙ୍କ ଭାଇ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ସକାଳେ ଜାହାଙ୍ଗିରଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ବିଂଝାରପୁରର ଏକ ଘରୋଇ ଡାକ୍ତରଙ୍କ ପାଖକୁ ନେଇଥିଲେ । ଡାକ୍ତର ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଥିଲେ । ପରିବାର ଲୋକ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିବା ସହ ପୁଲିସକୁ ଜଣାଇଥିଲେ । ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କହିଥିଲା ।

ପରିବାର ଲୋକ ପୁଲିସକୁ ବୁଝାସୁଝା କରି ମୃତ ଦେହକୁ ଘରକୁ ଆଣି ଶେଷକୃତ୍ୟ ସଂପର୍ଣ୍ଣ କରିବାକୁ ଯୋଗାଡ କରୁଥିଲେ । ହଠାତ୍ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ସ୍ଵର୍ଗ ରଥ ଡକାଇ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା । ଅନ୍ୟପଟେ କଲିକତାରେ ରହୁଥିବା ଜଣେ ଭଣଜା ସକାଳେ ପୋଂନରେ କଥା ହେଉଥିବା ବେଳେ ଜାହାଙ୍ଗିରଙ୍କୁ ହତ୍ୟା କରାଯିବା ନେଇ  ଧମକ ଦିଆଯାଇଥିଲା । ଏ ନେଇ ଅଭିଯୋଗ ମିଳିବା ପରେ ପୋଲିସ ତିନିଜଣଙ୍କୁ ଅଟକ ରଖିଛି । ମୃତ ଜାହାଙ୍ଗିରଙ୍କ ଭାଇ ସେକ ଆଲମଗିର ବିଂଝାରପୁର ଥାନାରେ ପହଞ୍ଚି ଜାହଙ୍ଗିରଙ୍କୁ ତାଙ୍କ ପୁଅ, ବୋହୁ ଓ ସ୍ତ୍ରୀ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଛନ୍ତି । ଆଇଆଇସି ନିରଂଜନ ସାବର case no  ୨୧୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପରିବାରର ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖୀ ଛନ୍ତି ।­-­ ଏହି ଘଟଣାର ଠିକଣା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ସଂପର୍କୀୟ ।

Related Post

ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ ଘଟଣା, ଆଉ ୫ଜଣ ସଂପୃକ୍ତଙ୍କୁ ଗିରଫ କଲା ପୋଲିସ

Posted by - April 19, 2020 0
ଯାଜପୁର : ଗତକାଲି କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଗିରଫ କଲା କୁଆଖିଆ…

ଖପ୍ରାଖୋଲ ପୋଲିସ କୁ ପୁଣି ଏକ ସଫଳତା ପାଣି ମୋଟର ପମ୍ପ ଚୋରି ଅଭିଯୋଗ ରେ ଛଅ ଜଣ ଗିରଫ

Posted by - August 16, 2022 0
ଖପ୍ରାଖୋଲ :୧୩/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ଅଂଚଳରେ କିଛି ଦିନ ହେଲା ପାଣି ମୋଟର ପମ୍ପ ଚୋରି ଅଭିଯୋଗ ହୋଇ ଆସୁଥିବା ବେଳେ ଖପ୍ରାଖୋଲ ପୋଲିସ…

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଦୁଇ ଲୁଟେରା ଗ୍ୟାଙ୍ଗ୍ ଗିରଫ

Posted by - July 25, 2021 0
ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା)ଦୁଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଦୁଇ ଲୁଟେରା ଗ୍ୟାଙ୍ଗ୍ କୁ ଯଥାକ୍ରମେ ଗାଙ୍ଗପୁର ପୋଲିସ୍ ଏବଂ ଆସ୍କା ପୋଲିସ୍…

ଗଞ୍ଜେଇ ଚାଲାଣର ୨ ସହଯୋଗୀଙ୍କୁ କୋର୍ଟ ଚାଲାଣ,ଗଞ୍ଜେଇ ଗାଡି ଜବତ

Posted by - June 10, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସନ୍ଦେହକରି ରାଇଘର ପୁଲିସ ସୋମବାର ରାତିରେ ଏକ କାରକୁ ଅଟକାଇ ଥିଲେ। କାରର ନ -CG 04 NJ…

ନାବାଳିକାକୁ ଅପହରଣ କରି ଶାରିରିକ ଓ ମାନସିକ ନିର୍ଯ୍ୟାତନା

Posted by - January 20, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ନାବାଳିକାକୁ ଅପହରଣ କରି ଶାରିରିକ ଓ ମାନସିକ ନିର୍ଯ୍ୟାତନା ହୋଇଥିବା ଅଭିଯୋଗ । ଅପହରଣ ର ୪ ଦିନ ପରେ ନାବାଳିକାକୁ ରାସ୍ତାରେ…