ଅଯୋଧ୍ୟା ରେ ଶ୍ରୀରାମ ମନ୍ଦିର ଭୂମି ପୂଜନ ଶେଷ, ନୀଳ ଗିରି ରେ ପୂଜାର୍ଚନା, ଉତ୍ସବ ର ମାହାଲ !

533 0

ନୀଳଗିରି:(ସୌମ୍ୟାସାଇ ବାରିକ୍)ଶତାବ୍ଦୀ ଶତାବ୍ଦୀ ର ପ୍ରତୀକ୍ଷା ର ଅନ୍ତ ଘଟିଛି। ଭାରତୀୟ ସଂସ୍କୃତି, ଅସ୍ମିତା ର ପ୍ରତୀକ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ର ଭୂମି ପୂଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କରକମଳରେ ଶେଷ ହୋଇଛି। ସାରା ଦେଶରେ ପ୍ରଭୁ ଶ୍ରୀରାମ ଙ୍କର ଜୟ ଜୟକାର।ସାରା ଦେଶରେ ଜାତି, ଧର୍ମ, ବର୍ଣ୍ଣ, ଦଳ, ମତ ନିର୍ବିଶେଷରେ, ସମସ୍ତେ ଆଜି ନିଜକୁ ରାମ ପ୍ରେମ ରେ ହଜାଇ ଦେଇଛନ୍ତି। ସବୁଠି ପୂଜାର୍ଚନା, ଭଜନ, କୀର୍ତ୍ତନ ଓ ଯଜ୍ଞା। ସେଥି ରୁ ନୀଳଗିରି ବା ବାଦ୍ ପଡ଼ନ୍ତା କେମିତି..? କାରଣ ଅଯୋଧ୍ୟା ନଗରୀ ସହିତ ନୀଳଗିରି, ନୀଳ ପାହାଡ଼ ସ୍ଵର୍ଣ୍ଣଚୂଡ ର ଭାବଗତ ସମ୍ପର୍କ ତ୍ରେତୟା ଯୁଗରୁ ଲମ୍ବି ଆସିଛି ବୋଲି ପୌରାଣିକ ଆଖ୍ୟାନ ରହିଛି। ଯେପରି କୁହା ଯାଇଛି ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ୧୪ ବର୍ଷ ବନବାସ ସମୟରେ ମାତା ସୀତା କ୍ଳାନ୍ତି ଅନୁଭବ କରିବାରୁ ଏକ ରମଣୀୟ ସ୍ଥାନରେ ପ୍ରଭୁ ଶ୍ରୀ ରାମ ଅଟକି ଯାଇଥିଲେ।

ମାତା ସୀତା ଙ୍କ ସ୍ନାନ ପାଇଁ ନିଜର ଶର ମୁନରେ ସ୍ରୁଷ୍ଟି କରିଥିଲେ ସପ୍ତଶୀରା ନଦୀ। ସେହି ନଦୀ ରେ ସ୍ନାନ ସାରି ମାତା ସୀତା ପର୍ଣ୍ଣ କୁଟୀର ରେ ବିଶ୍ରାମ ନେଉଥିଲେ। ସେହି ସମୟରେ ଏକ ଅଦ୍ଭୁତ କଥା ଦେଖିଲେ – ପ୍ରଭୁ ଶ୍ରୀରାମଚନ୍ଦ୍ର ପଶ୍ଚିମ ଦିଗ ରେ ଅବସ୍ଥିତ ଏକ ଧୂସର ପାହାଡ କୁ ଚାହିଁ ମୁରୁକି ମୁରୁକି ହସୁଛନ୍ତି। ମାତା ସୀତା ଅତ୍ୟନ୍ତ ଶ୍ରଦ୍ଧା ରେ ପ୍ରଭୁ ଙ୍କୁ ପଚାରିଲେ ମୁରୁକି ହସିବାର କାରଣ। ପ୍ରଭୁ କହିଲେ ମୁଁ ମୋର ଆଗାମୀ ଜନ୍ମ ର ଲୀଲା ଖେଳା ସମ୍ପର୍କରେ, ସେଇ ମନୋରମ ଦୃଶ୍ୟ କୁ ଦେଖୁଥିଲି। ମାତା ସୀତା ଙ୍କ ଅନୁରୋଧ କ୍ରମେ ନିଜର ଶର ମୁନରେ ପାହାଡ ଛୁଇଁ ଖଣ୍ଡିଏ ପଥର କାଟି ଆଣିଥିଲେ। ପାହାଡ କୁ ଛୁଇଁବା ମାତ୍ରେ ପାହାଡ ର ରଙ୍ଗ ନୀଳ ହୋଇଯାଇଥିଲା। ତେଣୁ ଏହି ସ୍ଥାନ ର ନାମ ନୀଳଗିରି ହୋଇଛି ବୋଲି କୁହଯାଏ। ଅନ୍ୟ ପକ୍ଷରେ ପଥର ଉପରେ ତୀର ମୁନରେ ଆଙ୍କି ଥିଲେ ତାଙ୍କ ଦ୍ଵାପର ଲୀଳା ର ଚିତ୍ର। ସେ ସମୟରେ ଯେଉଁ ରମଣୀୟ ସ୍ଥାନରେ ଅବସ୍ଥାନ କରିଥିଲେ ସେହି ସ୍ଥାନ ର ନାମ କାଳକ୍ରମେ ରେମୁଣା ହୋଇଛି। ଯାହା ଗୁପ୍ତ ବୃନ୍ଦାବନ ଭାବେ ବେଶ୍ ଜଣା। କ୍ଷୀରଚୋରା ଗୋପୀନାଥ ମନ୍ଦିର ରେ ପୂଜା ପାଉଛନ୍ତି।

ଶ୍ରୀରାମ ପଥର ରେ ସ୍ଵହସ୍ତରେ ଅଙ୍କିତ ରୂପ ଗୋପିନାଥ ଭାବେ କ୍ଷୀରଚୋରା ମନ୍ଦିର ରେ ଏବେ ପୂଜା ପାଉଛନ୍ତି। ଯାହା ଜନଶ୍ରୁତି ରେ ବେଶ୍ ଆଦୃତ ହୋଇଛି। ସେହି ଏକକ ପଥର ରେ ଆଙ୍କି ଥିବା ବାଲ୍ୟ ଲୀଳା ର ଚିତ୍ର, ଗାଈ ବାଛୁରି, ଗୋପ ବାଳକ, ଶ୍ରୀକୃଷ୍ଣ ଗାଈ ଚରାଇବା ର ଦ୍ରୁଶ୍ୟ ଆଜିବି ଦେଖିବାକୁ ମିଳେ। ସେ ଯାହା ହେଉ ଆଜି ନୀଳଗିରି ରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଦଳମତ ନିର୍ବିଶେଷରେ ଅଯୋଧ୍ୟା ରେ ହେଉଥିବା ଭୂମି ପୂଜନ ପାଇଁ ଜାଗଜଜ୍ଞ, ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ନୀଳଗିରି ର ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ, ରାଣୀ ମନୋଜା ମଞ୍ଜରି ଦେବୀ,ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଚନ୍ଦ୍ର ଶେଖର ନନ୍ଦ, ଚନ୍ଦ୍ରବିନ୍ଦୁ ଦାଶ, ମନୋରଞ୍ଜନ ବେହେରା, କରୁଣାକର ପଣ୍ଡା ପ୍ରମୁଖ ବହୁ ଶ୍ରୀ ରାମ ପ୍ରେମୀ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।ସି ଏଠାରେ ସୂଚନା ଯୋଗ୍ଯ ୯୦ ଦଶକରେ ଅଯୋଧ୍ୟା ରେ କର ସେବା ରେ ଯୋଗ ଦେବାକୁ ଯାଇଥିବା ଅଧୁନା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଙ୍କ ସହିତ ଯାଇଥିବା କର ସେବକ ମାନଙ୍କ ମଧ୍ୟରୁ ୮୮ ବର୍ଷ ବୟସ୍କ ନିରଞ୍ଜନ ଷଡଙ୍ଗୀ ଏଥିରେ ଯୋଗ ଦେଇଥିଲେ। ସକାଳ ୭ ଟା ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ଯା ୭ ଟା ରେ ଶେଷ ହେବ ବୋଲି ଜଣା ଯାଇଚି।

Related Post

ଘର ଆଗରେ ଥିବା ବାଇକ ପୋଡି ଦେଲେ ଦୁର୍ବୃତ୍ତ

Posted by - June 11, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଘର ଆଗରେ ଏକ ବାଇକ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଗାଙ୍ଗପୁର ଥାନା ଅଧୀନ ନେଟେଙ୍ଗା ଗ୍ରାମରେ ଘଟିଛି ଏହି…

ହରଭଙ୍ଗା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସାଧାରଣତନ୍ତ୍ର ଦିବସ ପାଳିତ

Posted by - January 27, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ସାରାଭାରତ ବର୍ଷରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ର ବିଭିନ୍ନ ସରକାରୀ ଓ…

ନବରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ ଭୁବନେଶ୍ୱର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

Posted by - October 2, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ, ବରିଷ୍ଠ କଳାକାର,ପୂର୍ବତନ ସାମ୍ବାଦିକ, ସହକାରୀ ସରକାରୀ ଓକିଲ ଭୁବନେଶ୍ୱର ଦାସ ଙ୍କ ତା ୧.୧୦.୨୦୨ ୧ତାରିଖ ଅପରାହ୍ନ…

ସଂଶୋଧିତ ତାଲିକା ବିରୋଧରେ ହାଇକୋର୍ଟ ର ଦ୍ବାରସ୍ଥ ହେବେ ବିଷ୍ଣୁପୁର ପଂଚାୟତର ପୂର୍ବତନ ସରପଞ୍ଚ

Posted by - October 30, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ସଂଗ୍ରକ୍ଷଣ ତାଲିକାକୁ ନେଇ 15 ଦିନ ହେଲା ରାଜନେତା ଓ ଆଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ଯ୍ଯରେ ଲାଗି ରହିଥିବା ଆଶଙ୍କାର ପୂର୍ଣ୍ଣଛେଦ ପଡିଛି ।ବାଲେଶ୍ବର ଜିଲ୍ଲାପାଳ…

ବରକାନି ଠାରେ୭୨ତମ ସମ୍ବିଧାନଦିବସ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

Posted by - November 27, 2021 0
ବଙ୍ଗୋମୁଣ୍ଡା 🙁 ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ଗନ୍ଧର୍ଲା ପଞ୍ଚାୟତ ବରକାନି ଗାଁ ଠାରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ୭୨ ତମ ସମ୍ବିଧାନ ଦିବସ ପାଳନ…