ପଜିଟିଭ ସଂଖ୍ୟା ପହଞ୍ଚିଲା ୩୫୭ : ପୁଣି ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ.

797 35

ଅନୁଗୁଳ:(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲାରୁ ଆଜି(ସୋମବାର) ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୯ ଜଣ , ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨ ଜଣ ଓ ତାଳଚେର ବ୍ଲକ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକରୁ ଚିହ୍ନଟ ହୋଇଥିବା ୯ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୭ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୧୯ , ୨୦ , ୨୧ , ୨୪ , ୩୧ , ୪୨ ଓ ୪୯ ବର୍ଷ ହୋଇଥିବା ବେଳେ ୨ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୩୭ ଓ ୪୫ ବର୍ଷ ଅଟେ । ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଯାହାଙ୍କ ବୟସ ୪୫ ବର୍ଷ ଓ ଜଣେ ବାଳକଙ୍କ ବୟସ ୧୧ ବର୍ଷ ଅଟେ । ଏମାନେ କିଛିଦିନ ତଳେ ଗଜପତି ଜିଲ୍ଲାରୁ ଫେରି ହୋମ କ୍ବାରାଣ୍ଟାଇନ ଥିଲେ ।

ସେହିପରି ତାଳଚେର ବ୍ଲକରୁ ଚିହ୍ନଟ ହୋଇଥିବା ୪୪ ବର୍ଷିୟା ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଏହି ୧୨ ଜଣ ଆକ୍ରାନ୍ତକୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ ହସପିଟାଲରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ୮ ଜଣକ ମଧ୍ୟରୁ ୩ ଜଣକୁ ନିଜ ଘରେ ଆଇସୋଲେସନ ରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ୫ ଜଣକୁ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ପଠାଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୨୩୧ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୩୯ ରେ ପହଞ୍ଚିଲା ।

Related Post

ବନ୍ଦର ଡାକରା ଦେଇଛି ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ

Posted by - November 26, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସାରା ଭାରତରେ କେନ୍ଦ୍ରସରକାରଙ୍କ ବିଭିନ୍ନ ନିତି ପ୍ରତିବାଦରେ ବନ୍ଦର ଡାକରା ଦେଇଛି ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ।ଏହି ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ଏସୟୁସିଆଇ ପକ୍ଷରୁ ଯାଜପୁରରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି ।  କେନ୍ଦ୍ରସରକାରଙ୍କ ଶ୍ରମିକ ମାରଣ ନିତି,ଘରୋଇକରଣ ପ୍ରତିବାଦରେ ଏହି ଆନ୍ଦୋଳନ ହେବାକୁ ଯାଉଥିବା ବେଳେ ଏହି ଆନ୍ଦୋଳନକୁ ସମସ୍ତେ ସମର୍ଥନ କରିବା ପାଇଁ ଏସୟୁସିଆଇ ପକ୍ଷରୁ ନିବେଦନ କରାଯାଇଛି ।

ଜେସିବି ଧକ୍କାରେ ନିଜର ଗୋଟେ ଗୋଡ଼ ହରାଇଥିବା ଘଟଣା, ଏସ୍ ପି ଙ୍କ ଦ୍ଵାରସ୍ଥ ହେଲେ ସୁରେନ୍ଦ୍ର

Posted by - June 17, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଳାଶ ଗ୍ରାମର ସୁରେନ୍ଦ୍ର ବାଗ ଗତ ୪ତାରିଖ ଭବାନୀପାଟଣା ନକଟିଗୁଡା ଛକରେ…

ସମ୍ଭାବ୍ୟ ବନ୍ୟା ପାଇଁ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

Posted by - August 26, 2020 0
ଯାଜପୁର ଅଫିସ :ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ କୈାଣସି ଅଧିକାରୀ ବା କର୍ମଚାରୀ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ କଡା ନିର୍ଦ୍ଦେଶ…

ବାଇକ୍‌ ଧକ୍କା ଦେବାରୁ ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ୍‌ ବସ୍‌

Posted by - December 15, 2019 0
ଗଜପତି:ନୟାଗଡ଼ରୁ ୩୫ ଜଣ ଏକ ବସ୍‌ରେ ଗଜପତି ଜିଲ୍ଲା ଜିରଙ୍ଗ ଓ ଖସଡ଼ା ଜଳପ୍ରପାତକୁ ପିକନିକ କରିବା ପାଇଁ ଯାଇଥିଲେ। ସାନ୍ଧ୍ୟ ବେଳେ ସେମାନେ ପିକ୍‌ନିକ୍‌ ସାରି…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର

Posted by - September 15, 2021 0
ସୋନପୁର:( ଅଜିତ୍ କୁମାର ପୂଜାରୀ)୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର…

There are 35 comments

Leave a comment

Your email address will not be published.