କିଷାନ କଂଗ୍ରେସ ପକ୍ଷରୁ ବଳଭଦ୍ର ଜନ୍ମ, ଗହ୍ମାପୂର୍ଣିମା ରେ ଗୋ ପୂଜନ ଓ ସମ୍ବର୍ଦ୍ଧନା

405 0

ନୀଳଗିରି:(ସୌମ୍ୟା ସାଇ ବାରିକ୍)କରୋନା ମହାମାରୀ ର ସଂକଟ ଓ କଟକଣା ମଧ୍ୟରେ ସାରା ଭାରତ ବର୍ଷ ତଥା ଓଡିଶା ର ପୁରପଲ୍ଲୀ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରା ଯାଇଛି  ସେହି ପରି  ପୂର୍ବାହ୍ନରେ ବାଲେଶ୍ଵର ଓ ନୀଳଗିରି କିଷାନ କଂଗ୍ରେସ ପକ୍ଷରୁ ଗହ୍ମା ପୂର୍ଣ୍ଣିମା ରେ ଗୋ ପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଭାରତୀୟ ସଂସ୍କୃତି ଓ ପରମ୍ପରା ରେ ଅତ୍ୟନ୍ତ ମହତ୍ତ୍ୱ ବହନ କରି ଥାଏ। ବଳଭଦ୍ର ଙ୍କ ଜନ୍ମଦିନ କୁ ସାରା ଭାରତ ତଥା ଓଡିଶା ର ପୁରପଲ୍ଲୀ ରେ ପାଳନ କରା ଯାଇଛି । ଯାହାକୁ ଅନ୍ୟ ଭାବେ କୃଷି ର ପର୍ବ ବୋଲି କୁହାଯାଇଥାଏ। ଏହି ଦିନ କୃଷକ ମାନେ ଗୋ ପୂଜନ ଅର୍ଥାତ୍ ଗୋରୁ ଗାଈ ମାନଙ୍କୁ ପୂଜା କରିବା, ସେମାନଙ୍କୁ କ୍ଷୀରି ଖେଚୁଡ଼ି କରି ଖାଇବାକୁ ଦେବା ସହିତ ବଳଭଦ୍ର ଙ୍କ ଆୟୁଧ ହଳ ଲଙ୍ଗଳ କୁ ଘରେ ରଖି ପୂଜାର୍ଚନା କରି ଥାନ୍ତି । ଏହାର ଆଉ ଏକ ନାମ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ ଦିବସ।

ପ୍ରତ୍ୟେକ ଭଉଣୀ ଗଭୀର ପ୍ରେମ ଓ ଶ୍ରଦ୍ଧା ର ସହିତ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସାରା ଜୀବନ ପାଇଁ ନିଜର ସୁରକ୍ଷା ଓ ଆଶୀର୍ବାଦ ଭିକ୍ଷା କରି ଥାନ୍ତି।ଏ ଭଳି ଏକ ପବିତ୍ର ଦିନରେ, ନୀଳଗିରି କିଷାନ କଂଗ୍ରେସ ପକ୍ଷରୁ ନୀଳଗିରି ଏନ୍. ଏ. ସି. ୭ ନମ୍ବର . ୱାର୍ଡ ର ବାଲିଗୋହିରି ଗାଆଁ ରେ ଗୋ ପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଆଜି ପୁରୀ ଶ୍ରୀ ମନ୍ଦିର ରେ, ଭଉଣୀ ସୁଭଦ୍ରା, ବଡଭାଇ ବଳଭଦ୍ର, ଜଗନ୍ନାଥ ଙ୍କୁ ରାକ୍ଷୀ ବାନ୍ଧି ଥାନ୍ତି। ଏହା ସମଗ୍ର ବିଶ୍ୱକୁ ଭାଇ ଭଉଣୀ ର ଶ୍ରଦ୍ଧା ଓ ପ୍ରେମ ର ବାର୍ତ୍ତା ପ୍ରଦାନ କରିଥାଏ। ଏହି କାର୍ଯ୍ୟ କ୍ରମ ରେ ନୀଳଗିରି ର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ରାଜ୍ୟ ମହିଳା କଂଗ୍ରେସ ର ଉପସଭାପତି ମନୋଜା ମଞ୍ଜରି ଦେବୀ, କିଷାନ କଂଗ୍ରେସ ର ନୀଳଗିରି ସଭାପତି ଯଶୋଦା ନନ୍ଦନ ସିଂହ ଙ୍କ ସମେତ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ସାମାଜିକ ଦୂରତା ରକ୍ଷା କରି କରାଯାଇଥିବା ଦେଖା ଯାଇଛି।

Related Post

ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଁ ସମିତି ସମ୍ମୀଳନୀ

Posted by - March 30, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଁ ସମିତି ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା…

ମହିଳା ମାନଙ୍କ ଦ୍ବାରା ସ୍ବଚ୍ଚତାହିଁ ସେବା ଓ ପ୍ଲାଷ୍ଟିକମୁକ୍ତ ମଦବିରୋଧୀ କାର୍ଯ୍ୟକ୍ରମ

Posted by - September 23, 2019 0
କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ ପକ୍ଷରୁ ସ୍ବଚ୍ଚତାହିଁ ସେବା ଓ ପ୍ଲାଷ୍ଟିକମୁକ୍ତ ପରିବେଶ ମଦମୁକ୍ତ ଅଞ୍ଚଳ ଗଠନ କରିବାକୁ ଶତାଧିକ ମହିଳା ମାନଙ୍କ…

ଅବସରକାଳୀନ ସମ୍ବର୍ଦ୍ଧନା

Posted by - December 30, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ପ୍ରତି ଅବସର ନେଇଥିବା ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଏବଂ ପ୍ରାଧ୍ୟାପକ ଡ଼ ରାଜେନ୍ଦ୍ର ଡାକୁଆଙ୍କୁ…

ସମ୍ବଲପୁରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପରିଚାଳନା ସମିତି ଗଠିତ

Posted by - November 8, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସ୍ଥାନୀୟ ଗୋବିନ୍ଦତୋଳା ସ୍ଥିତ ଗୁରୁକୁଳ ଛାତ୍ର ନିବାସ ହଲ ଠାରେ, ସନ୍ଦୀପ କୁମାର ଶ୍ରୀବାସ୍ତବ ଙ୍କ ଅଧ୍ୟକ୍ଷତାରେ ମିଳିତ ଓଡ଼ିଶା ନିଶା…

There are 1 comments

Leave a comment

Your email address will not be published.