ସରକାରୀ ଜୟଚଣ୍ଡୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଫଳତା

759 0

ଯାଜପୁର ଅଫିସ : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ରେଜଲ୍ଟ ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇଯାଇଛି । ଦଶରଥପୁର ବ୍ଲକ କମାରଡ଼ିହି ପଞ୍ଚାୟତସ୍ଥିତି ସରକାରୀ ଜୟଚଣ୍ଡୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଫଳତାରେ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ବର୍ଷ ଏହି ବିଦ୍ୟାଳୟରୁ ମୋଟ୍ ୨୪ ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହାକି ବିଦ୍ୟାଳୟର ୭୫ ପ୍ରତିଶତ ରେଜଲ୍ଟ ହୋଇଛି । ବିଦ୍ୟାଳୟର ଛାତ୍ର ଅନୁରାଗ ନାୟକ ସର୍ବାଧିକ ୪୧୨ ନମ୍ବର ରଖିଥିବା ବେଳେ ଛାତ୍ର ଶୁଭମ୍ ପୃଷ୍ଟି ୪୦୮ ନମ୍ବର ରଖିଛନ୍ତି, ୨ ଜଣଯାକ ବି୨ ଗ୍ରେଡ଼୍ ପାଇଥିବାବେଳେ ସି ଗ୍ରେଡ଼୍‌ରେ ଜଣେ, ଡ଼ି ଗ୍ରେଡ଼୍‌ରେ ୪ଜଣ ଓ ଇ ଗ୍ରେଡ଼୍‌ରେ ୧୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଯାହାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାଳୟଟି ୨୦୦୮ ମସିହାରୁ ଅଷ୍ଟମ ଶ୍ରେଣୀରୁ ନବମ ଓ ଦଶମ ଶ୍ରେଣୀକୁ ଅପଗ୍ରେଡ଼୍‌ର ମାନ୍ୟତା ପାଇଛି । ବିଡ଼ମ୍ବନାର ବିଷୟ ଆଜକୁ ଦଶବର୍ଷ ହେବ ଏହି ବିଦ୍ୟାଳୟଟିରେ ନବମ ଓ ଦଶମ ଶ୍ରେଣୀ ପାଇଁ କୌଣସି ନିଜସ୍ୱ ଶ୍ରେଣୀ ଗୃହ ନାହିଁ । ପିଲାମାନଙ୍କର ସାଇକେଲ ରଖିବା ପାଇଁ ସାଇକେଲ ଷ୍ଟାଣ୍ଡ ନାହିଁ । ଲାଇବ୍ରେରୀ ଓ ବିଜ୍ଞାନ ଭିତ୍ତିକ ସରଞ୍ଜାମର ଅଭାବ ରହିଛି । ଏଥିପାଇଁ ସ୍ୱତନ୍ତ୍ର କୋଠରୀ ମଧ୍ୟ ନାହିଁ । ଏହିପରି ଅନେକ ଭିତ୍ତିଭୂମିର ଅଭାବ ଓ ସମସ୍ୟା ଏହି ବିଦ୍ୟାଳୟଟିର ରହିଛି । ସବୁଠାରୁ ବଡ଼ କଥା ହେଲା ବିଦ୍ୟାଳୟଟିରେ ଆଜି ପର୍ଯ୍ୟନ୍ତ ହାଇସ୍କୁଲର ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସୃଷ୍ଟି ହୋଇପାରିନାହିଁ । ତେଣୁ ମାଗିଅଣା ତିଅଣ ଭଳି ୪ଜଣ ହାଇସ୍କୁଲ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟରୁ ଡେପ୍ଲୟମେଣ୍ଟରେ ଅଣାଯାଇ ଏହି ବିଦ୍ୟାଳୟର ଶିକ୍ଷାଦାନ ଚାଲୁଛି । ଯାହାକି ବିଦ୍ୟାଳୟର ଶିକ୍ଷାଦାନ ପାଇଁ ଏହା ଯଥେଷ୍ଟ ନୁହେଁ । ନାହିଁ ନାହିଁରେ ଚାଲିଛି ଏହି ବିଦ୍ୟାଳୟଟିର ଶିକ୍ଷାଦାନ ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗିରଥି ପୃଷ୍ଟିଙ୍କ ମାର୍ଗଦର୍ଶନ ଏବଂ ଡ଼େପ୍ଲୟମେଣ୍ଟରେ ଆସିଥିବା ହାଇସ୍କୁଲର କଳା ଶିକ୍ଷକ ମାୟାଧର ବେହେରା, ସଂସ୍କୃତ ଶିକ୍ଷକ ଡ଼. ଅଶୋକ କୁମାର ଦାସ, ଗଣିତ ଶିକ୍ଷକ ରଞ୍ଜନ କୁମାର କାଣ୍ଡି ଓ ଖେଳ ଶିକ୍ଷୟିତ୍ରୀ ଆରତୀ ସେଠୀ ପ୍ରମୁଖଙ୍କ ଉତ୍ତମମାନର ଶିକ୍ଷାଦାନ, ଅକ୍ଳାନ୍ତ ପରିଶ୍ରମ ଏବଂ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗ ଯୋଗୁଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟର ୭୫ ପ୍ରତିଶତ ରେଜଲ୍ଟ ହୋଇ ପାରିଛି । ବିଦ୍ୟାଳୟର ଏହି ସଫଳତାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ବିଦ୍ୟାଳୟର ଏହି ସଫଳତାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ ପଣ୍ଡା, ସରପଞ୍ଚ ସ୍ମିତାରାଣୀ ବିଶ୍ୱାଳ ଓ ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ବିଶ୍ୱାଳ, ସମିତି ସଭ୍ୟ ମଳୟ ପଣ୍ଡା, ଶିକ୍ଷାବିତ୍ ମଧୁସୂଦନ ପୃଷ୍ଟି, ଦିଲିପ୍ କୁମାର ନାୟକ, ଶଶିକାନ୍ତ ବାରିକ ଏବଂ ବିଦ୍ୟାଳୟର ଶିକ୍ଷକ ସନାତନ ନାୟକ, ପ୍ରସନ୍ନ କୁମାର ନାୟକ, ପ୍ରତାପ କୁମାର ପଣ୍ଡା, ହିମାଂଶୁ ପୃଷ୍ଟି ଏବଂ ଶିକ୍ଷୟତ୍ରୀ ବିଜୟୀ ଲକ୍ଷ୍ମୀ ନାୟକ, ସୁଶ୍ରୀ ସଂଗୀତା ରାଉତ, ବୈଜୟନ୍ତୀ ଯେନା ସମେତ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ବିଦ୍ୟାଳୟର ସଫଳତା କିପରି ଶତପ୍ରତିଶତ ହେବ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

Related Post

ଆଦିତ୍ୟ ଆଲୁମିନିୟମ ଲପଙ୍ଗାରେ ସ୍ୱଚ୍ଛତା ଆଭିଯାନ

Posted by - October 4, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଲାଳବାହାଦୁର ଶାସ୍ତ୍ରୀଙ୍କ ପୁଣ୍ୟ ଜନ୍ମତିଥି ରେ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ତରଫରୁ ସ୍ଥାନୀୟ ଲପଙ୍ଗା ଉଚ୍ଚ…

ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ମହାସମାରୋହରେ ଅଷ୍ଟମ ଆର୍ନ୍ତଜାତୀୟ ଯୋଗଦିବସ

Posted by - June 21, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ସମଗ୍ର ବିଶ୍ୱରେ ଅଷ୍ଟମ ବିଶ୍ୱ ଯୋଗ ଦିବସ ପାଳନ କରିବା ପାଇଁ ଆୟୋଜିତ ହୋଇଥିବା ବେଳେ ବୌଦ୍ଧଜିଲ୍ଲା ବିଭିନ୍ନ ସ୍ଥାନରେ ମହା ମହାସମାରୋହରେ…

ଆସନ୍ତା ୮ ତାରିଖରେ ବୌଦ୍ଧରେ ହେବ ପେନଶନ ଅଦାଲତ

Posted by - September 6, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ଆସନ୍ତା ୮ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପେନଶନ ଅଦାଲତ ଅନୁଷ୍ଠିତ ହେବବୋଲି ଜଣାଯାଇଛି । ପେନଶନ ଅଦାଲତ…

ସିନ୍ଧେକେଲା ରେ ଦିନଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ କୌଶଳ ଯୋଜନା ର କ୍ଲଷ୍ଟର ସ୍ତରୀୟ ପରାମର୍ଶ ଶିବିର

Posted by - November 26, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ହାଟପଦା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଜୀବିକା ମିଶନ ଓରମାସ ଓ ଦିନଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ…

ଦୁର୍ଗମ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ

Posted by - June 9, 2021 0
ହରଭଙ୍ଗା(ଚିତ୍ତ ରଞ୍ଜନସିଂ)ହରଭଙ୍ଗା ବ୍ଲକ୍ ଦୁର୍ଗମ ତଳଗାଁ ପଞ୍ଚାୟତର ଅସହାୟ ଲୋକଙ୍କୁ ଅଜି ବୌଦ୍ଧ ଜିଲ୍ଲା ରେଡ୍ କ୍ରସ ପଖ୍ୟରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।ବୌଦ୍ଧ ରେଡ କ୍ରସର…

Leave a comment

Your email address will not be published.