ଯାଜପୁର ରେ କୋରୋନା ର ସ୍ଥିତି ସୁଧୁରୁଛି

743 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଅଗଷ୍ଟ ମାସ ଲାଗି ଗାଇଡଲାଇନ୍ ଜରି କରିଛନ୍ତି ରାଜ୍ୟ ସରକାର। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଗାଇଡଲାଇନ୍ ସଂପର୍କ‌ରେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଛନ୍ତି। ଅଗଷ୍ଟ ମାସରେ ରାଜ୍ୟ ସରକାର ଜୀବନ ସହ  ଜୀବିକା ଉପରେ ଗୁରୁତ୍ବ ଦେଇ ବହୁ କଟକଣା କୋହଳ କରିଛନ୍ତି। ତେବେ ରାତ୍ରିକାଳିନ କର୍ଫ୍ୟୁକୁ ଜାରି ରଖିଛନ୍ତି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ପୂରା ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ତେବେ ଏହି ସମୟରେ ପୂର୍ବ ଭଳି ଅତ୍ୟାବଶ୍ୟକୀୟ ସେବା ଓ ଏଥିସହ ଜଡ଼ିତ କାର୍ଯ୍ୟଧାରା ଜାରି ରହିବ।ମାତ୍ର ଯାଜପୁର ରେ କୋରୋନା ର ସ୍ଥିତି ଧୀରେ ଧୀରେ ସୁଧୁରିବାର ଦେଖା ଦେଇଛି। ସେଥିପାଇଁ ରାଜ୍ୟ ସରକାର ଅଗଷ୍ଟ ମାସ ର ଶନିବାର ଏବଂ ରବିବାର ସଟ ଡାଉନ ରୁ ବାଦ ଦେଇଛନ୍ତି ଯାଜପୁର ଜିଲ୍ଲା କୁ ।

ଜିଲାରେ ଆଜି ସୁଦ୍ଧା କୋରୋନା ସୁସ୍ଥ ସଂଖ୍ୟା ୧୦୦୦ ଟପିଛି । ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୪ରେ ପହଂଚିଛି । ସେଥିମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୫ ଜଣ ସୁସ୍ଥ ହୋଇଛନ୍ତି । ୨୩୭ ଜଣ ଏବେବି ଚିକିତ୍ସିତ ହେଉଛନ୍ତି । ଧିରେ ଧିରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲାବାସୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ।

Related Post

ଭିଜିଲାନ୍ସ ପଞ୍ଜାରେ ଶିକ୍ଷା ବିଭାଗର ମୁଖ୍ୟ କିରାଣି, ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଠାରୁ ନେଉଥିଲେ ଲାଞ୍ଚ

Posted by - June 24, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭିଜିଲାନ୍ସ ବିଭାଗର ବ୍ୟାପକ ଧରପଗଡ ସତ୍ତ୍ୱେ ଲାଞ୍ଚଖୋର କର୍ମଚାରୀ ଙ୍କ କାରନାମା ଥମିବାର ନାଁ ଧରୁନି। ଭିଜିଲାନ୍ସ ଜାଲରେ…

ମହାସଂକ୍ରମଣ ହେବା ପୂର୍ବରୁ ପ୍ରବାସୀ ଫେରିଲେ ଭଲ:-ସୁବ୍ରତ ବାଗଚି, ଏପଟେ ୫ଟି ଟ୍ରେନ ରେ ୫୦୦୦ଆସୁଛନ୍ତି

Posted by - May 9, 2020 223
ଭୁବନେଶ୍ବର :ଆମ ରାଜ୍ୟକୁ ବାହାର ରାଜ୍ୟରୁ ଆସି କାମ କରୁଥିବା ଲୋକଙ୍କ ସଂଖ୍ୟା ୮ ଲକ୍ଷ ୬୦ ହଜାର । ଏଭଳି ସ୍ଥଳରେ କାହାକୁ ନିଜ ରାଜ୍ୟକୁ…

ଡଙ୍ଗାରେ ଥିବା ୭ଜଣଙ୍କୁ ଉଦ୍ଧାର କଲା ୧୦୮ବୋଟ ଆମ୍ବୁଲାନ୍ସ

Posted by - February 10, 2022 0
ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ:(ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାର ର ମଝିରେ ଫସିଲା ଦେଶୀ ଡଙ୍ଗା l ଡଙ୍ଗା ଦ୍ୱାରା ଘରକୁ ଫେରୁଥିବା ୭ଜଣଙ୍କୁ ଉଦ୍ଧାର…

ହାର୍ଡକୋର୍ ମାଓବାଦୀ ତଥା କଳାହାଣ୍ଡି ଏରିଆ କମିଟି ସମ୍ପାଦକ ର ଆତ୍ମସମର୍ପଣ

Posted by - May 2, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଏରିଆ କମିଟି ସମ୍ପାଦକ ତଥା ଓଡିଶା ରାଜ୍ଯ କମିଟି ବିଜିଏନ୍ ଡିଭିଜନ (CPI) ର ହାର୍ଡ…

ସେବା ନିବୃତ ଅଙ୍ଗନବାଡି କର୍ମୀ ଙ୍କ ପ୍ରୋତ୍ସାହନ ରାଶି ପରିମାଣରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - January 9, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗ୍ରାମାଞ୍ଚଳରେ କୁନି କୁନି ପିଲା ମାନଙ୍କ ସ୍ୱାସ୍ଥ୍ୟ,ପୁଷ୍ଟିସାଧନ ସହ ଶିକ୍ଷାର ବ୍ୟବସ୍ଥା ତଥା ମହିଳା ମାନଙ୍କ ସଚେତନ କରାଇବା ଦିଗରେ…

Leave a comment

Your email address will not be published.