ମୃତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ମାନ୍ୟତା ଓ ତାଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରିବାକୁ ଦାବି କଲା ଓଡିଶା ସାମ୍ବାଦିକ କଲ୍ୟାଣ ସଙ୍ଗଠନ

802 0

ଭୁବନେଶ୍ବର :ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କରୋନାର ବାରୁଦ ଗଦା ଉପରେ ଠିଆ ହୋଇଛି । ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତଥାପି ଏହାକୁ ମୁକାବିଲା କରିବା ସହ ଅଦୃଶ୍ୟ ଭାଇରସକୁ ହଟାଇବାକୁ କରୋନା ଯୋଦ୍ଧା ମାନେ ନିଜ ଉଦ୍ୟମ ଜାରି ରଖିଛନ୍ତି। ସେଥିମଧ୍ୟରୁ ଅନ୍ୟତମ କରୋନା ଯୋଦ୍ଧା ହେଉଛନ୍ତି ସାମ୍ବାଦିକ। ଯେଉଁମାନେ ନିଜ ପରିବାରର ସ୍ୱାର୍ଥକୁ ଛାଡି ଜୀବନକୁ ପାଣି ଛଡାଇ ଏହି ଯୁଦ୍ଧରେ ସାମିଲ ହୋଇ ଜନ ସାଧାରଣଙ୍କ ନିକଟରେ କରୋନାର ଟିକନିଖ ଖବର ସହ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାକୁ ଖବର ଜରିଆରେ ଲୋକ ଲୋଚନକୁ ଆଣିବା ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜେ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ କରୋନା ଜନିତ ମୃତ୍ୟୁରେ ୧୫ ଲକ୍ଷ ବୀମା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ।

ଏକ ଦୁଃଖର ବିଷୟ ଗତ କିଛି ଦିନ ତଳେ ଖବର ସଂଗ୍ରହ ସମୟରେ ଗଞ୍ଜାମ ଜିଲ୍ଲା ହିଂଜିଲି ର ଦୈନିକ ଓଡ଼ିଆ ଖବର କାଗଜର କାର‌୍ୟ୍ୟରତ ସାମ୍ବାଦିକ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ (ମୁନୁ) ଙ୍କ କରୋନା ଜନିତ ରୋଗରେ ପୀଡିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଥିଲା। ଯାହାକୁ ନେଇ ଓଡିଶା ସାମ୍ବାଦିକ ମହୋଲରେ ଶୋକର ଛାୟା ଖେଳିଯାଇଥିଲା। କରୋନା ଜନିତ ରୋଗରେ ରାଜ୍ୟର ପ୍ରଥମ ସାମ୍ବାଦିକ ଭାବେ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି। ଯାହାକୁ ନେଇ ରାଜ୍ୟ ସ୍ତରୀୟ ଗଣମାଧ୍ୟମ ରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ହିଂଜିଲି ର ଏହି ସାମ୍ବାଦିକଙ୍କ ମୃତ୍ୟୁର ବହୁ ଦିନ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରାଗଲା ନାହିଁ। ଏହାସହ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ୧୫ ଲକ୍ଷ ଟଙ୍କା ବୀମା ରାଶି ତାଙ୍କ ପରିବାରକୁ ପ୍ରଦାନ କରାଯାଇନାହିଁ। ଯାହାକୁ ନେଇ ଦୃଢ଼ ନିନ୍ଦା କରିଛି ଓଡିଶା ସାମ୍ବାଦିକ କଲ୍ୟାଣ ସଂଗଠନ (ଓଏମଏ) ।

ମୃତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ମାନ୍ୟତା ଓ ତାଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରିବାକୁ ଦାବି  କରିଛି ଓଡିଶା ସାମ୍ବାଦିକ କଲ୍ୟାଣ ସଙ୍ଗଠନ। ସଙ୍ଗଠନ ର ଆବାହକ ସତ୍ୟ ନାରାୟଣ ପଣ୍ଡା ଓଡିଶା ସରକାର ଙ୍କ ଲୋକ ସମ୍ପର୍କ ବିଭାଗ କୁ ଏହି ଦାବି ପଠାଇଥିବାର ଜଣାପଡିଛି ।ଭୁବନେଶ୍ବର ସ୍ଥିତ( ଓ ଏମ ଏ) କାର୍ଜ୍ୟାଳୟ ରେ ଏହି ସମ୍ବନ୍ଧୀୟ ମିଟିଂ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ସାମ୍ବାଦିକ ଲିଙ୍ଗରାଜ ରାଉତ ,କମାଳାକାନ୍ତ,ଦିଲୀପ ଜେନା ,ସଞ୍ଜୟ ମହାନ୍ତି ପ୍ରଭୃତି ଯୋଗ ଦେଇ ଏହି ବିପଦ ସମୟ ରେ ସାମ୍ବାଦିକ ଙ୍କ ପ୍ରତି ହେଉଥିବା ଅନ୍ୟାଚାର କୁ ବିରୋଧ କରିଥିଲେ। ଗଞ୍ଜାମ ଜିଲା ରେ ସାମ୍ବାଦିକ ମାନେ ନିଜ ଜୀବନ କୁ ଖାତିର ନ କରି କୋରୋନା ରୋଗୀ ଙ୍କ ସେବା ଏବଂ ଶବ ସତ୍କାର କରୁଥିବାରୁ ସେମାନ ଙ୍କୁ ଆଗାମୀ ଦିନ ରେ ସମ୍ବର୍ଦ୍ଧିତ କରାଯିବ ବୋଲି ଏହି ସଭା ରେ ନିସ୍ପତି ନିଆ ଯାଇଥିଲା ।

Related Post

ଶତ ପ୍ରତିଶତ ବିକଳାଙ୍ଗ ବ୍ୟକ୍ତି ଙ୍କୁ ବିଦ୍ୟୁତ୍ ଚାଳିତ ଯାନ ବଣ୍ଟନ

Posted by - January 11, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ସାମାଜିକ ସୁରକ୍ଷା ଯୋଜନା ରେ, ଶତପ୍ରତିଶତ ବିକଳାଙ୍ଗ ହିତାଧିକାରୀ ଙ୍କୁ, ବିଦ୍ୟୁତ୍ ଚାଳିତ ଯାନ ବଣ୍ଟନ କରା ଯାଇଛି। ସୂଚନା ଅନୁଯାୟୀ – ବାଲେଶ୍ଵର…

ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଅଙ୍ଗନଦୀ ଟୋଲ ଗେଟର ଦାଦାଗିରୀ

Posted by - September 20, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ଧଉରାଖମନ ଗ୍ରାମ ନିକଟରେ ଥିବା ଅଙ୍ଗନଦୀ ଟୋଲ ଗେଟର ଦାଦାଗିରୀ । ଏଠାରେ ମହାନଦୀ ଉପରେ ଥିବା ପୋଲ ର…

ସେବାୟତ ମାନେ ବହୁତ ଭଲ ଭାବେ ରଥ ଯାତ୍ରା ସମ୍ପାଦନ କରିଛନ୍ତି :-ପୁରୀ ଗଜପତି

Posted by - June 23, 2020 58
ପୁରୀ :ସୁପ୍ରମିକୋର୍ଟଙ୍କ ନିର୍ଦେଶ ଅନୁସାରେ ପୁରୀରେ ନିୟନ୍ତ୍ରିତ ଢଙ୍ଗରେ ରଥଯାତ୍ରା ଉତ୍ସବକୁ ପାଳନ କରାଯାଉଛିା ଏଥିପାଇଁ ସମଗ୍ର ବିଶ୍ବରେ ମହାପ୍ରଭୁଙ୍କ ଭକ୍ତ ଅତ୍ୟନ୍ତ ଆନନ୍ଦିତ। ମହାମାରୀ କରୋନା…

ପ୍ରଜାତନ୍ତ୍ର ର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ- ଭୟ, ଅନୁଗ୍ରହରୁ ଦୁରରେ ରହିବା ପାଇଁ ଗଣ ମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

Posted by - August 9, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶାର ପୁରାତନ ଖବରକାଗଜ ପ୍ରଜାତନ୍ତ୍ର ର ୭୫ତମ ବର୍ଷ ପୂର୍ତ୍ତି ଅବସରରେ କଟକ ଜବାହରଲାଲ ନେହେରୁ ଇନ୍…

Leave a comment

Your email address will not be published.