ଜଣେ ୫୨ ବର୍ଷିୟ ବ୍ୟବସାୟୀ ମୋବାଇଲ୍ ଫୋନ୍କୁ ଆୟକର ବିଭାଗର ଜଣେ ଅଧିକାରୀ ବୋଲି ଛଳନା କରି କୌଣସି ଠକ ପଠାଇଥିବା ଗୋଟିଏ ଲିଙ୍କ୍କୁ ସେ କ୍ଲିକ୍ କରି ଦେବା କ୍ଷଣି ଆପ୍ଟି ଇନ୍ଷ୍ଟଲ୍ ହୋଇଯାଇଥିଲା।ପରେ ତାଙ୍କ ବ୍ୟାଙ୍କ ଖାତାରୁ ୬୦ ହଜାର ଟଙ୍କା ଗାୟବ ହୋଇଯାଇଥିଲା। ତାଙ୍କ ମୋବାଇଲ୍ ଫୋନ୍କୁ ଆୟକର ବିଭାଗର ଜଣେ ଅଧିକାରୀ ବୋଲି ଛଳନା କରି କୌଣସି ଠକ ପଠାଇଥିବା ଗୋଟିଏ ଲିଙ୍କ୍କୁ ସେ କ୍ଲିକ୍ କରି ଦେବା କ୍ଷଣି ଆପ୍ଟି ଇନ୍ଷ୍ଟଲ୍ ହୋଇ ଯାଇଥିବା କଥା ପୁଲିସ କହିଛି।ବୁଧବାର ଦିନ ସେକ୍ଟର୍ ୧୦ ଥାନାରେ ଏ ସଂକ୍ରାନ୍ତରେ ଏକ ଏତଲା ରେଜିଷ୍ଟ୍ରି କରାଯାଇଛି।
ଠକାମି ଘଟିଥିଲା ୨୦୧୮ ମସିହା ସେପ୍ଟେମ୍ବର ମାସରେ ଘଟିଥିବା କଥା ତଦନ୍ତକାରୀ ଅଧିକାରୀ ମହମଦ୍ ଅଜିଜ୍ କହିଛନ୍ତି।ସେପ୍ଟେମ୍ବର ମାସ ୧୦ ତାରିଖରେ ୫୨ ବର୍ଷିୟ ହରିଶ ଚନ୍ଦର ଦେଖିଲେ ଦୁଇଟି ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ୍ ଯୋଗେ ତାଙ୍କ ଆକାଉଣ୍ଟ୍ରୁ ୬୦ ହଜାର ଟଙ୍କା ଉଠାଯାଇଛି।
ସେ କହନ୍ତି: ଅପରାହ୍ଣ ୨: ୩୦ରେ ଫୋନ୍ରେ ଓଟିପି ପାଇଥିଲେ ଏବଂ ତାହା ଆପଣା ଛାଏଁ ଅନ୍ୟ ଏକ ନମ୍ବରକୁ ପଠାଯାଇଥିଲା। ମୋ ଆୟକର ରିଟର୍ଣ୍ଣ ଅଟକା ଯାଇଥିବା କଥା ଏଇ ଘଟନାର ତିନି ଦିନ ପୂର୍ବରୁ ମୁଁ ମେସେଜ୍ ପାଇଥିଲି।ମତେ ଏକ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ କୁହାଯାଇଥିଲା ମୁଁ ସେଥିରେ କ୍ଲିକ୍ କରିବାରୁ ଆପ୍ ଇନ୍ଷ୍ଟଲ୍ ହୋଇ ଗଲା। ପରେ ସେ ବ୍ୟାଙ୍କ୍ ଯାଇ ଟଙ୍କା ଉଠିଥିବା କଥା ଅଭିଯୋଗ କରିଥିଲେ। ଆପ୍ ଦ୍ୱାରା ଫୋନ୍ ହ୍ୟାକ୍ ହୋଇଥିବାରୁ ସେ ଟଙ୍କା ହରାଇଥିବା କଥା ବ୍ୟାଙ୍କ୍ ଅଧିକାରୀମାନେ କହିଥିଲେ।ଓଟିପି ପୁଣେରେ ରେଜିଷ୍ଟ୍ରି ହୋଇଥିବା କଥା ପୁଲିସ ଏଏସ୍ଆଇ କହିଛନ୍ତି।