ସଂସାର କେମିତି ଚଳାଇବେ ରାସ୍ତାକଡ ବେପାରୀ !!

348 0

ବୁବନେଶ୍ବର :କରୋନା ମହାମାରୀର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଗତ ୪ ମାସ ଧରି ଲକଡ଼ାଉନ, ସଟଡ଼ାଉନ ଭଳି କଟକଣା  କରାଯାଇଛି । ଏହି କଟକଣା ଭିତରେ ବହୁ ଲୋକ ନିଜ ଜୀବିକା ହରାଇବାକୁ ବସିଲେଣି । କହିବାକୁ ଗଲେ ସହରାଂଚଳରେ ବସବାସ କରୁଥିବା ଠେଲାଗାଡ଼ିରେ ବ୍ୟବସାୟୀ କରି ପରିବାର ପ୍ରତିପୋଷଣ କରୁଥିବା ବହୁ ବ୍ୟବସାୟୀ ନିଜ ନିଜ ଜୀବିକା ହରାଇ ଜୀବନ ବଂଚାଇବା ପାଇଁ ସଂଗ୍ରାମ ଚଳାଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରଥମ ଥର ଲକଡ଼ାଉନ ଘୋଷଣା ପରେ ଠେଲାଗାଡ଼ି ବ୍ୟବସାୟୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ପ୍ରଦାନ କରିଥିଲେ ।

ଯାହାକି ଗୋଟିଏ ପରିବାର ମାସକ ପାଇଁ ପରିବାର ଚଳାଇବା କଷ୍ଟକର ବ୍ୟାପାର । ଭୁବନେଶ୍ବର କଟକ ର  ଠେଲାଗାଡ଼ି ଓ ଫୁଟପାଥ୍‌ରେ ଶତାଧିକ କ୍ଷୁଦ୍ର ଓ ଗରିବ ବ୍ୟବସାୟୀ ବେପାର କରୁଥିବା ବେଳେ ବହୁ ବ୍ୟବସାୟୀଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥୀକ ସହାୟତା ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି ।ଗତ ୪ ମାସ ହେଲା ଅଭାବ ଅନଟନରେ ନିଜ ନିଜ ପରିବାର ଚଲାଉଥିବା ବେଳେ ଏହି ଠେଲାଗାଡ଼ିରେ ଫାଷ୍ଟଫୁଡ଼ ଓ ଚଟାପଟି ଖାଦ୍ୟ ବିକ୍ରି କରୁଥିବା ସମସ୍ତ ବେପାରୀଙ୍କ ବେପାର ସମ୍ପୁର୍ଣ୍ଣ ବନ୍ଦ ରହିଛି । ପୂର୍ବରୁ ବେପାର ବଣିଜ କରି ଯାହା କିଛି ସଞ୍ଚଯ  କରି ରଖିଥିଲେ ଗତ ୪ ମାସ ମଧ୍ୟରେ ସବୁକିଛି ସରି ଯିବା ପରେ ଧାର ଉଧାର କରି କିଛି ଦିନ ପରିବାର ପ୍ରତିପୋଷଣ କରି ଆସୁଥିଲେ ।

ବର୍ତମାନ ପରିସ୍ଥିତିରେ କେହି ମଧ୍ୟ ହାତ ଉଧାର ଦେବାକୁ ପ୍ରସ୍ତୁତ ନଥିବା ବେଳେ ଓଳିଏ ଖାଇ ଓଳିଏ ଊପବାସରେ ରହିବା ଭଳି ପରିସ୍ଥିତି ଦେଖାଦେଇଛି । ଏଭଳି ପରୀସ୍ଥିତିରେ ଠେଲାଗାଡ଼ିରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବହୁ କ୍ଷୁଦ୍ର ଗରିବ ବେପାରୀ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଜୀବିକା ହରାଇ ଜୀବନ ବଂଚାଇବାର ରାହା ଖୋଜୁଛନ୍ତି । ଏ ଦିଗରେ ରାଜ୍ୟ ସରକାର ଠେଲାଗାଡ଼ାରେ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ସାହାର୍ଯ୍ୟର ହାତ ବଢାଇବାକୁ ସ୍ଥାନୀୟ ଅଂଚଳର ବହୁ ଠେଲାଗାଡ଼ି ବ୍ୟବସାୟୀ ନିବେଦନ କରିଛନ୍ତି ।

Related Post

ବାଇଶପଡ଼ାରେ ନୁଆଁଖାଇ ଭେଟଘାଟ

Posted by - September 2, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକର ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବାଇଶପଡ଼ା ଗ୍ରାମରେ ତ୍ରିନାଥ ଯୁବ ପରିଷଦ ଆନୁକୂଲ୍ୟରେ ସଭାପତି ଅନନ୍ତ କହଁରଙ୍କ ସଭାପତିତ୍ୱରେ ବହୁ ଆଡ଼ମ୍ବର ସହକାରେ…

ଝାମୁଯାତ୍ରା ଉପଲକ୍ଷେ ମା ” ମଙ୍ଗଳାଙ୍କ ପୀଠରେ ଆରମ୍ଭ ହେଲା କଳସୀ ଶୋଭାଯାତ୍ରା.

Posted by - April 13, 2022 0
ଭୁବନେଶ୍ବର :ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମରେ ଥିବା ମା ମଙ୍ଗଳାଙ୍କ ପୀଠରେ ପଣସଂକ୍ରାନ୍ତି ଉପଲକ୍ଷେ ଏକ କଳସୀର ଶୋଭାଯାତ୍ରା ଆୟୋଜିତ ହୋଇଥିଲା! ଏହି ଶୋଭାଯାତ୍ରାରେ ପ୍ରାୟ ୫୦୦…

ବିଞ୍ଝାରପୁର ବିଧାୟିକା ତଥା ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଗିରଫ

Posted by - October 2, 2019 0
ସମ୍ୱଲପୁର: ବିଞ୍ଝାରପୁର ବିଧାୟିକା ତଥା ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଗିରଫ। ମୁମ୍ୱାଇ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଆଜି ଗିରଫ କରିଛି। ଏପରିକି…

କଳାହାଣ୍ଡି ରେ ମାଓ ତାଣ୍ଡବ, ପ୍ରଚାର କୁ ପ୍ରାର୍ଥୀ ଙ୍କ ପଛଘୁଞ୍ଚା

Posted by - February 9, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ମାଓ ତାଣ୍ଡବ ତ୍ରି ସ୍ତରୀୟ ନିର୍ବାଚନ ରେ ଗଭୀର ପ୍ରଭାବ ପକାଇବା ଜଣାପଡ଼ିଛି। ମାଓ ଆତଙ୍କ ଯୋଗୁଁ…

ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ,ଗୋଟିଏ ନିୟମ ହେଲା କୋହଳ, ଜାଣନ୍ତୁ କେଉଁଟି ?

Posted by - September 6, 2019 0
ପୁରୀ: ନୂଆ ଟ୍ରାଫିକ୍ ନିୟମ ପରେ ଏବେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। କମିଶନରେଟ ପୁଲିସ୍ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି।ଏ ନେଇ ଟ୍ୱିନ୍…

Leave a comment

Your email address will not be published.