ନୂଆଦିଲ୍ଲୀ :ଭାରତୀୟ ବାୟୁ ସେନା ଶକ୍ତିଶାଳୀ ହେଉ ବୋଲି ଚାହୁଁନି କଂଗ୍ରେସ। ରାଫେଲ୍ ପ୍ରସଙ୍ଗରେ କଂଗ୍ରେସକୁ ଏଭଳି ପାଲଟା ଆକ୍ରମଣ ସହ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଦେଶକୁ ଯେଉଁମାନେ ଲୁଟ୍ କରିଛନ୍ତି ସେମାନେ ନରେନ୍ଦ୍ର ମୋଦୀଙ୍କୁ ଦେଖିଲେ ଡରିବେ। ସଂସଦରେ ଆଜି ଦେଶବାସୀଙ୍କୁ ଏହି ଭରସା ଦେବା ସହ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି କଂଗ୍ରେସ ଦଳର ଔଦ୍ଧତ୍ୟ ସେମାନଙ୍କ ସଂଖ୍ୟାକୁ ୪୦୦ରୁ ୪୪କୁ ଖସାଇ ଆଣିଛି। କିନ୍ତୁ ଦେଶପ୍ରତି ଆମର ଥିବା ଅଙ୍ଗୀକାରବଦ୍ଧତା ଆମକୁ ୨ଟିରୁ ୨୮୨ ଆସନ ପାଇବାରେ ସହାୟକ ହୋଇଛି। ଦେଶବାସୀଙ୍କ ଅଭିଳାଷ ଆମେ ସବୁବେଳେ ପୂରଣ କରିବୁ। କେବଳ କଂଗ୍ରେସକୁ ନୁହେଁ ଅନ୍ୟ ବିରୋଧୀଦଳ ଗୁଡ଼ିକ ବିଜେପି ବିରୋଧରେ ଯେଉଁ ମହାଗଠବନ୍ଧନ କରିଛନ୍ତି ସେ ତାହାକୁ ମହାବିଲାବଟ୍ ବା ମହା ଅପମିଶ୍ରଣ ବୋଲି କହିଛନ୍ତି।ସଂସଦରେ ଏବେ ଚାଲିଥିବା ବଜେଟ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଅମଳରେ ଯେତୋଟି ପ୍ରତିରକ୍ଷା ଡିଲ ହୋଇଥିଲା ସବୁଥିରେ ଜଣେ ଲେଖାଏଁ ମଧ୍ୟସ୍ଥି ରହିଆସିଛନ୍ତି । କିନ୍ତୁ ତାଙ୍କ ସରକାର ଆସିବା ପରେ ଏହି ମଧ୍ୟସ୍ଥି ପ୍ରଥାକୁ ଉଚ୍ଛେଦ କରିଛନ୍ତି । କଂଗ୍ରେସ ନିଜ ସମୟରେ ଦେଶର ସବୁ କେନ୍ଦ୍ରୀୟ ସଂସ୍ଥାକୁ ହେୟଜ୍ଞାନ କରୁଥିଲା । ଯୋଜନା ଆୟୋଗକୁ ଜୋକରଙ୍କ ଏକ ଗୋଷ୍ଠୀ ବୋଲି କୁହାଯାଉଥିଲା । କଂଗ୍ରେସ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ହେବା ଚାହୁଁନାହିଁ । କେଉଁ କମ୍ପାନିର ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ରାଫେଲ ଡିଲ ବାତିଲ କରିବାକୁ ଉଦ୍ୟମ କରୁଛି ବୋଲି ମୋଦି ଅଭିଯୋଗ କରିଛନ୍ତି ?

ଭାରତୀୟ ବାୟୁସେନାକୁ ଦୁର୍ବଳ କରିବାକୁ କଂଗ୍ରେସ ଉଦ୍ୟମ କରୁଛି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Facebook Notice for EU!
You need to login to view and post FB Comments!