Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଶାରିରୀକ ଅକ୍ଷମ ସଙ୍ଗରୋଧ କେନ୍ଦ୍ରର ଜଗୁଆଳଙ୍କୁ ମିଳୁନାହିଁ ଅର୍ଥ

2078 27

ଯାଜପୁର ଅଫିସ :ଶାରିରୀକ ଅକ୍ଷମ ହୋଇ ମଧ୍ୟ ମାନବ ଜାତିର ଏହି ମହାବିପତି ସମୟରେ ସାଜିଥିଲେ କରୋନା ଯୋଦ୍ଧା । ସଙ୍ଗରୋଧ କେନ୍ଦ୍ରର ଜଗୁଆଳ ହୋଇ ଏ ବାବଦକୁ ମିଳିବାକୁଥିବା ଅର୍ଥ ମିଳି ନାହିଁ । ଅର୍ଥ ମାଗିବାରୁ ମିଳିଛି ଧମକ । ଏଭଳି ଏକ ଘଟଣା ଘଟିଛି ଯାଜପିର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅଧିନ ବୃନ୍ଦାଦେଇପୁର ପଂଚାୟତ ସଂଗରୋଧ କେନ୍ଦ୍ରରେ । ଏ ନେଇ ବ୍ଲକ୍ ପ୍ରଶାସନ ଓ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପହଁଂଚିବା ପରେ ସେଠାରୁ ଏକ ନିର୍ଦ୍ଦେଶନାମା ଜିଲ୍ଲା ପ୍ରଶାସନ ନିକଟକୁ ଆସିଥିବା ଜଣାପଡିଛି । ଏହି ନିର୍ଦ୍ଦେଶନାମାକୁ ପ୍ରଶାସନ ପକ୍ଷରୁ ଚାପିଦିଆଯାଇଥିବା ଅଭିଯୋଗକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଜଣାଯାଇଛି ଯେ ବୃନ୍ଦାଦେଇପୁର ପଂଚାୟତର ସଙ୍ଗରୋଧ କେନ୍ଦ୍ରରେ କେହି ଜଗୁଆଳ ତଥା କେୟାରଟେକର ହେବାକୁ କରୋନା ଭୟରେ ପଛଘୁଂଚା ଦେଉଥିବା ବେଳେ ଏହି ଗ୍ରାମର ରଂଜନ କୁମାର ଦାସ ଏହି କାର୍ଯ୍ୟଭାର ସରପଂଚଙ୍କ ଠାରୁ ନେଇଥିଲେ । ରଂଜନ ପୁଣି ଜଣେ ଶାରିରୀକ ଅକ୍ଷମ ବ୍ୟକ୍ତି । ଏହାକୁ ମଧ୍ୟ ସ୍ଥାନୀୟ ସରପଂଚ ମଧ୍ୟ ଅନୁମୋଦନ କରିଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଏବ କରୋନା ଆଶଙ୍କାରେ ଥିବା ଲୋକ ମାନଙ୍କ ଯଥେଷ୍ଟ ସେବା କରିଥିଲେ ଶାରୀରୀକ ଅକ୍ଷମ ରଂଜନ ।

ସେମାନଙ୍କ ଖାଇବା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ କିଣି ଖାଇବାକୁ ଦେଇଥିଲେ । ଏ କ୍ଷେତ୍ରରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଲୋକ ମାନଙ୍କ କୌଣସି ଅଭିଯୋଗ ବି ନାହିଁ । ହେଲେ ସ୍ଥାନୀୟ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପାଣ୍ଡବ ସାମଲଙ୍କୁ ଏ ବାବଦରେ ଖର୍ଚ୍ଚ ବାବଦ ଟଙ୍କା ମାଗିବାରୁ ସେ ଓଲଟା ରଂଜନଙ୍କୁ ନାଲିଆଖି ଦେଖାଇ ଥାନାରେ ପୁରାଇ ଦେବାର ଧମକ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଧର୍ମଶାଳା ବି.ଡି.ଓଙ୍କୁ ଲିଖିତ ଅଭିଯୋଗ ସହ ରଂଜନ ଜେନାପୁର ଥାନାରେ ମଧ୍ୟ କାର୍ଯ୍ୟନିର୍ବାହୀଙ୍କ ନାମରେ ଏତଲା ଦେଇଛନ୍ତି । ସେ ବହୁବାର ଏଥିନେଇ ଧର୍ମଶାଳା ବି.ଡି.ଓ ଏବଂ ଜେନାପୁର ଥାନା ଅଧିକାରୀଙ୍କୁ ସାକ୍ଷାତ କରି ନ୍ୟାୟ ପାଇବାକୁ ନିବେଦନ କରି ବିଫଳ ହୋଇଛନ୍ତି । ଏହାପରେ ରଂଜନ ଧର୍ମଶାଳା ଅଂଚଳର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଧର୍ମଶାଳା ବି.ଡି.ଓଙ୍କ ନିକଟକୁ ଏବଂ ଗୃହ ବିଭାଗରୁ ଯାଜପୁର ଏସ.ପିଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଆସିବାର ୭ ଦିନ ବିତିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ତଦନ୍ତ ବି କରାଯାଉ ନାହିଁ ବୋଲି ଅଭିଯୋଗକାରୀ କହିଛନ୍ତି । ଏଥିନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ପଡିବାକୁ ସାଧାରଣରେ ଦାବି ହେଉଛି

Related Post

ଆମ୍ବେଦକର°କ ଜନ୍ମ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

Posted by - April 15, 2022 0
ମାଲକାନଗିରି:(ଅବଦୁଲ ଗନି)ଭାରତୀୟ ସମ୍ବିଧାନର ପ୍ରଣେତା ଡ. ବି.ଆର.ଆମ୍ବେଦକର°କ ୧୩୧ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ,ଆଜି କୁଡୁମୁଲୁଗୁମ୍ମା ରେ ଏକ ବିରାଟ ବାଇକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି…

କୁଡୁମୁଲୁଗୁମ୍ମା ରେ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ

Posted by - April 16, 2022 0
କୁଡୁମୁଲୁଗୁମ୍ମା ତା – ୧୪/୦୪/୨୦୨୨ ରିଖ ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀଙ୍କ ଦ୍ବାରା ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି…

ଫଟୋଗ୍ରାଫି ଆସୋସିଏସନର ବାର୍ଷିକ ଉତ୍ସବ

Posted by - November 14, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେ ଫଟୋଗ୍ରାଫି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଫଟୋଗ୍ରାଫର ମାନଙ୍କୁ ସଂଗଠିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ସମ୍ବଲପୁର…

‘ସକରାତ୍ମକ ଖବର ପରିବେଷଣର ଆବଶ୍ୟକତା’ ଶୀର୍ଷକ ଆଲୋଚନାଚକ୍ର

Posted by - December 15, 2019 11
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଗଣମାଧ୍ୟମ ପ୍ରତିନିଧିମାନେ ସମ୍ବାଦ ପରିବେଷଣ ସମୟରେ ସତ୍ୟତା ଓ ନିରପେକ୍ଷତା ଉପରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ସାଧାରଣଲୋକଙ୍କ ବିଶ୍ୱସନୀୟତା…

ଭବାନୀପାଟଣାଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ @୨୦୪୭ ପାଳିତ

Posted by - July 28, 2022 0
ଭବାନୀପାଟଣା :(ସୂରଜ ପ୍ରକାଶ ଜୈନ) ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗ୍ରିଡ…

There are 27 comments

Leave a comment

Your email address will not be published.