ଅନୁଗୁଳ ରେ ତିନି ପଞ୍ଚାୟତ ହେଲା ସଟଡାଉନ.

355 0

ଅନୁଗୁଳ – (ମହେଶ ଭୋମ ରାଜ)ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ପ୍ରତ୍ୟେକ ଦିନ ଆକ୍ରାନ୍ତ ଚିହ୍ନଟ ହେଉ ଥିବାରୁ ଜିଲ୍ଲା ପ୍ରଶାସନ ତଥା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗତ କିଛିଦିନ ତଳେ କରୋନା ସଂକ୍ରମଣରେ ଆକ୍ରାନ୍ତ ରାଷ୍ଟ୍ରାୟତ ଉଦ୍ୟୋଗ  ନାଲକୋର ଜଣେ ବରିଷ୍ଠ ଅଧିକାରୀ ମୃତ୍ୟୁବରଣ କରିଛନ୍ତି ।

ତାଙ୍କ ସଂସ୍ପର୍ଶରେ କିଛି ଲୋକ ଆସିଥିବା ମଧ୍ୟ ଜଣା ପଡ଼ିଛି । ତେବେ ଏହାକୁ ଆଖି ଆଗରେ ରଖି ଚଳିତ ସପ୍ତାହର ୦୮ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳ କ୍ଷମତା ଥିବା କୁଲାଡ଼ ସରପଞ୍ଚ ଶେଷଦେବ ଦେହୁରୀ, ଗିରାଙ୍ଗ ସରପଞ୍ଚ ଶ୍ରୀମତୀ ସୁଜାତା ଦେହୁରୀ, କାଣ୍ଡସର ସରପଞ୍ଚ ଦୁର୍ଯୋଧନ ମୁଦୁଲି ସେମାନଙ୍କ ପଞ୍ଚାୟତ ଗୁଡିକୁ ସଟଡାଉନ ଘୋଷଣା କରିଛନ୍ତି ।

ଏହି ସଟଡାଉନ ସମୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଣ ଅତ୍ୟାବଶ୍ୟକୀୟ କାର୍ଯ୍ୟକଳାପ ବନ୍ଦ ରହିବା ସହିତ ନିମ୍ନ ଲିଖିତ ଅନୁମୋଦିତ କାର୍ଯ୍ୟକଳାପ ଗୁଡିକ ଚାଲୁ ରହିବ ।

୧ – ସମସ୍ତ ଔଷଧ ଦୋକାନ, କ୍ଲିନିକ, ନର୍ସିଂହୋମ ସହ ଆମ୍ବୁଲାନ୍ସ ସେବା
୨ – ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ / ପୋଲିସ / ଅଗ୍ନିଶମ ସେବା
୩ – ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ
୪ – ଟେଲିକମ ସେବା
୫ – ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡିଆ
୬ – ଜଳ ଯୋଗାଣ, ପରିମଳ ଓ ସ୍ବେରେଜ କର୍ମୀ
୭ – ବିଦ୍ୟୁତ ଯୋଗାଣ, ପରିମଳ ଓ ବଣ୍ଟନ
୮ – ମାଲ ପରିବହନ ଗାଡି (ଲୋଡ଼େଡ଼ ଓ ଖାଲି)
୯ – ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାର୍ଯ୍ୟ
୧୦- କୃଷି, ଉଦ୍ୟାନ କୃଷି, ମାଛ ଚାଷ, ପଶୁ ପାଳନ ସମ୍ବନ୍ଧୀୟ କାର୍ଯ୍ୟ
୧୧ – ହୋଟେଲ ଏବଂ ସେଠାରେ କାର୍ଯ୍ୟରତ କର୍ମଚାରୀ
୧୨ – ରେଳ ଯାତାୟାତ
୧୩ – ରାଜପଥ ରେ ସଡ଼କ ପରିବହନ
୧୪ – ରେଳ ଷ୍ଟେସନ, ହସ୍ପିଟାଲ ଓ ବସଷ୍ଟାଣ୍ଡ କୁ ସରକାରୀ ଓ ବେସରକାରୀ ଗାଡି ଯାତାୟାତ
୧୫ – ପେଟ୍ରୋଲ ପମ୍ପ.
ଜନସାଧାରଣ ଆତଙ୍କିତ ନହୋଇ ଗ୍ରାମ ପଞ୍ଚାୟତର ପଦକ୍ଷେପକୁ ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ନିଜେ ସୁରକ୍ଷିତ ରହି ମାନବ ସମାଜକୁ ସୁରକ୍ଷିତ ରଖିବାକୁ ସରପଞ୍ଚ ମାନେ ଅନୁରୋଧ କରିଛନ୍ତି .

Related Post

ବିଶ୍ଵ ମ୍ୟାଲେରିଆ ଦିବସରେ ଜନସଚେତନ କାର୍ଯ୍ୟକ୍ରମ

Posted by - April 26, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ବିଶ୍ଵ ମ୍ୟାଲେରିଆ ଦିବସ ଅବସରରେ ସାନମସିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଅଗ୍ନିପୁର ପଂଚାୟତ ରେ ଥିବା ଦଶପୁର HWC ଅଞ୍ଚଳରେ ଏକ ଜନସଚେତନ…

କେସିଙ୍ଗାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ।

Posted by - September 13, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କେସିଙ୍ଗା ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର…

ଶୂନ୍ୟ ପଥ ମାଧ୍ୟମରେ ସର୍ବଭାରତୀୟ ସାହିତ୍ୟ ଆସର

Posted by - February 28, 2022 0
ମାଲକାନଗିରି:(ଅବଦୁଲ ଗନି)ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଜିଲ୍ଲା ମାଲକାନଗିରିରେ ସ୍ଥାପିତ ହୋଇଥିବା ମାଟିଲଗ୍ନା ସର୍ବଭାରତୀୟ ସାହିତ୍ୟ ମହାମଞ୍ଚ କମିଟିର ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ…

” ନୀଳଚକ୍ର ” ପକ୍ଷରୁ ସ୍ୱର୍ଗତ ଗୋଦାବରୀଶ ମହାପାତ୍ରଙ୍କ ଜୟନ୍ତୀ ପାଳିତ

Posted by - October 2, 2021 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର  ଅଗ୍ରଣୀ ସାମାଜିକ ତଥା ସାଂସ୍କ୍ରୁତିକ ଅନୁଷ୍ଠାନ ” ନୀଳଚକ୍ର ” ପକ୍ଷରୁ ସ୍ୱର୍ଗତ ଗୋଦାବରୀଶ ମହାପାତ୍ରଙ୍କ ୧୨୪ ତମ ଜୟନ୍ତୀ ଆଭାସି ମାଧ୍ୟମରେ ଅନୁଷ୍ଠିତ…

ନାବାଳକଙ୍କୁ ବାଇକ ଚଳାଇବା ପଡିଲା ବଡ ମହଙ୍ଗା

Posted by - December 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନାବାଳକ ଙ୍କୁ ବାଇକ ଚଳାଇବା ପଡିଲା ବଡ ମହଙ୍ଗା । ସମ୍ବଲପୁର ସହର ମଧ୍ୟରେ ଜଣେ ନାବାଳକ ଙ୍କୁ ବାଇକ ଚଳାଇବା ଯୋଗୁଁ ତାଙ୍କ ପିତା…

Leave a comment

Your email address will not be published.