ବଡ଼ବିଲରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ

780 0

ବଡ଼ବିଲ:( ସୀତାରାମ ଦୀକ୍ଷିତ)ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ବାରଣ୍ଡାରେ ଫୁଟିଛି ପାରିଜାତ ଫୁଲ ମହାମାରୀ କରୋନା ପାଇଁ ବଡ଼ବିଲ ସଟଡାଉନ ଥିବା ବେଳେ ଶୁଭ ସଂକେତ।ଦେଇଛି ପାରି ଜାତ ଫୁଲ। ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି । ତେବେ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦେବ-ଦାନବଙ୍କ ଦ୍ଵାରା ସମୁଦ୍ର ମନ୍ଥନରୁ ଏହି ପାରିଜାତ ଫୁଲର ଉତ୍ପତ୍ତି । ଏହି ସୁନ୍ଦର ଫୁଲର ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧରେ ଆକୃଷ୍ଟ ହୋଇ ଦେବରାଜ ଇନ୍ଦ୍ର ସ୍ଵର୍ଗପୁରକୁ ନେଇ ନନ୍ଦନକାନନରେ ସ୍ଥାପନ କରିଥିଲେ ।

ପରେ ସ୍ୱର୍ଗରୁ ମର୍ତ୍ତ୍ୟକୁ ଏହି ପାରିଜାତ ଫୁଲ ଆଣି ରାଣୀ ରୁକ୍ମିଣୀଙ୍କୁ ଭଗବାନ ଶ୍ରୀକୃଷ୍ଣ ଉପହାର ଦେଇଥିଲେ । ସେହି ସମୟରୁ ମର୍ତ୍ତ୍ୟରେ ପବିତ୍ର ଏବଂ ଶୁଭ ବୋଲି ବିଶ୍ବାସ କରାଯାଉଥିବା ପାରିଜାତ ଫୁଲ କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ବାରଣ୍ଡାରେ ପାଖରେ ଏହି ପାରିଜାତ ଫୁଲ ଫୁଟିଥିବା ଦୃଶ୍ୟମାନ ହୋଇଛି । ଯାହାର ଦର୍ଶନ ପାଇଁ ତାଙ୍କ ପରିବାର ସହ କରିଥିଲେ।ଏହି ଫୁଲ କୁ ପୂଜା କରି ଠାକୁର ଙ୍କୁ ଅର୍ପଣ କରିଥିଲେ। ଖବର ଅନୁଯାୟୀ ଆଜକୁ ଦେଢ଼ ବର୍ଷ ତଳେ ଏହି ପାରିଜାତ ଫୁଲ ଗଛକୁ ଆଣି ନିଜ ଘରର ଫୁଲ କୁଣ୍ଡରେ ରଖୀ ପୂଜା ଅର୍ଚ୍ଚନା କରନ୍ତି ।

ଏହି ଗଛକୁ ଓ ପତ୍ନୀ ଲଗାଇଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଶ୍ରଦ୍ଧା ଏବଂ ଭକ୍ତିର ସହ ପାରିଜାତ ଫୁଲ ଗଛକୁ ଯତ୍ନ ନେଉଥିଲେ । ତେବେ ଦେଢ଼ ବର୍ଷର ଅପେକ୍ଷା ପରେ ଫୁଲ ଫୁଟିଥିବାରୁ ପରିବାରର ଲୋକମାନେ ବେଶ୍ ଆନନ୍ଦିତ ହୋଇଛନ୍ତି । ଅନ୍ୟପଟେ ଗଛ ଲଗାଇଲେ ମଧ୍ୟ ଫୁଲଫୁଟିବା ଅନିଶ୍ଚିତତା ମଧ୍ୟରେ ରହୁଥିବା ବେଳେ ବର୍ତ୍ତମାନ ଲାଗିରହିଥିବା ସଂକଟ ସମୟରେ ପାରିଜାତ ଫୁଲ ଫୁଟିବା ବେଶ୍ ଏକ ଶୁଭ ଶଙ୍କେତ ବୋଲି ବିଶ୍ୱାସ କରାଯାଉଥିବା ସହ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

Related Post

ଟିଟିଲାଗଡ଼ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ପ୍ରତି ରବିବାର ଦିନ ଦିଆଯାଉଛି ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ

Posted by - July 18, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ନର ସେବା ହିଁ ନାରାୟଣ ସେବାକୁ ଅଙ୍ଗୀକାର କରି ମାରବାଡ଼ି ଯୁବାମଞ୍ଚ,ଟିଟିଲାଗଡ଼ ଶାଖା ତରଫରୁ ପ୍ରତି ରବିବାର ଦିନ ସରକାରୀ ଡାକ୍ତର ଖାନା…

ସି. ପି. ଆଇ.(ଏମ୍.) ରେମୁଣା ଆଞ୍ଚଳିକ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ଦାବୀ ପତ୍ର

Posted by - June 18, 2020 0
ରେମୁଣା:(ସୌମ୍ୟାସାଇ ବାରିକ)ଆଜି ଅପରାହ୍ନ ୧୧ ଘଟିକା ସମୟରେ ସି. ପି. ଆଇ. ( ଏମ୍.) ରେମୁଣା ଆଞ୍ଚଳିକ କମିଟି ପକ୍ଷରୁ କ୍ଷୀରଚୋରା ମନ୍ଦିର ଛକରେ ସାମାଜିକ ଦୂରତା…

ଜମି ଜାଲିଆତି ମାମଲାରେ ୫ ଗିରଫ୍ : ସାମ୍ବାଦିକ ସମ୍ମିଳନୀ ରେ କଳାହାଣ୍ଡି ଅତିରିକ୍ତ ଏସ୍ ପି ଙ୍କ ସୁଚନା

Posted by - July 7, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  କଳାହାଣ୍ଡି ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଜମି ମାଫିଆଙ୍କ ପ୍ରାଦୁର୍ଭାବ l ନିରିହ ଲୋକଙ୍କ ଜମିକୁ ଜାଲିଆତି…

ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Posted by - October 17, 2022 0
ରାୟଗଡା : (ରାମାକାନ୍ତ ପୋଡାଲ) ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଜନ୍ମଦିନ ଅବସରରେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଦୁର୍ଗୀଗ୍ରାମର କଲ୍ୟାଣ ମଣ୍ଡପ ଠାରେ…

ବରୀରେ ମାନିଲେ ବ୍ୟବସାୟୀ ମାନିଲେ ନାହିଁ ଲୋକେ

Posted by - March 30, 2020 227
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ବରି କୃପାସିନ୍ଧୁ ବିଦ୍ୟାଭବନ ର ଖେଳ ପଡ଼ିଆରେ ହୋଇଥିବା ସାପ୍ତାହିକ ହାଟରେ ଲୋକମାନେ ସମ ଦୂରତାରେ ହାଟ ସଉଦା କିଣିବେ ଏଇ ଲକ୍ଷ୍ୟନେଇ…

There are 1 comments

Leave a comment

Your email address will not be published.