Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ରାହୁଲ ଗାନ୍ଧିଙ୍କର ସିଧାସଳଖ ବିଜେପି ଓ ବିଜେଡିକୁ ଟାର୍ଗେଟ କହିଲେ -ନବୀନଙ୍କ ରିମୋର୍ଟ ମୋଦିଙ୍କ ହାତରେ

998 0

ରାଉରକେଲା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ରାଉରକେଲାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ସିଧାସଳଖ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି। ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳକୁ ଟାର୍ଗେଟ କରିଛନ୍ତି।ନବୀନଙ୍କ ରିମୋର୍ଟ ମୋଦିଙ୍କ ହାତରେ।ରାହୁଲ କହିଛନ୍ତି ଚୌକିଦାର ଚୋର ଏବଂ ନବୀନ ପଟ୍ଟନାୟକ ରିମୋର୍ଟ କଂଟ୍ରୋଲ। ରାହୁଲ ରାଫେଲ ଦୁର୍ନୀତି ନେଇ ମୋଦିଙ୍କୁ ଟାର୍ଗେଟ କରିଥିବା ବେଳେ ଚିଟଫଣ୍ଡ ଦୁର୍ନୀତି ନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ଏଭଳି ଅଭିଯୋଗ ଆଣି ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧି।୧୨ଦିନ ବ୍ୟବଧାନରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭବାନୀପାଟଣାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ । ନିଜ ଭାଷଣରେ ବିଜେପି ଓ ବିଜେଡି ଭିତରେ ସଂପର୍କର ଦ୍ବାହି ଦେଇ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ଲୋକଙ୍କୁ ଅପିଲ କରିଥିଲେ । ଠିକ୍‌ ସେମିତି ରାଉରକେଲାରେ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ ଆଦିବାସୀ ମହିଳାଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ ରାହୁଲ୍‌ ।

ରାଜ୍ୟରେ କଂଗ୍ରେସ ଶାସନକୁ ଫେରିଲେ କୃଷି ଋଣ ଛାଡ଼ କରିବା ସହିତ ଧାନର ଏମ୍ଏସ୍‌ସି ୨୬ ଶହ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଫେରିଲେ ଗରିବଙ୍କ ପାଇଁ ସର୍ବନିମ୍ନ ଆୟକୁ ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି।

Related Post

ଅନୁଗୁଳରେ ପହଞ୍ଚିଲା ୧୬୫୦ ପ୍ରବାସୀ ଓଡିଆ ଙ୍କ ପ୍ରଥମ ଟ୍ରେନ

Posted by - May 25, 2020 0
ଅନୁଗୁଳୁ :(ମହେଶ ଭୋମରାଜ)ଗୁଜୁରାଟ ଭଲସାତରୁ ୧୬୫୦ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଆଜି ପହଞ୍ଚିଲା ସ୍ଵତନ୍ତ୍ର ଶ୍ରମିକ ଟ୍ରେନ । ଏଥିରେ ୨୪ ଟି ଜିଲ୍ଲା ସମେତ…

କଳାହାଣ୍ଡିରେ ପୋଷ୍ଟର ଲଗାଇ ଉପସ୍ଥିତି ଜାହିର କଲେ ମାଓବାଦୀ

Posted by - May 14, 2023 0
ଭବାନୀପାଟଣା 🙁 ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ପୋଷ୍ଟର ଲଗାଇ ମାଓବାଦୀ ମାନେ ସେମାନଙ୍କ ଉପସ୍ଥିତି ପୁଣି ଜାହିର କରିଛନ୍ତି l ମଦନପୁର ରାମପୁର…

ସରକାରଙ୍କ ରାଜନୈତିକ ସଂରକ୍ଷଣ ନୀତି ନେଇ ଅତିଷ୍ଠ ହୋଇ ବିରାଟ ଶୋଭାଯାତ୍ରା

Posted by - August 26, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଓବିସି ମଞ୍ଚ ତରଫରୁ ଆଜି ସରକାରଙ୍କ ରାଜନୈତିକ ସଂରକ୍ଷଣ ନୀତି ନେଇ ଅତିଷ୍ଠ ହୋଇ ବ୍ଲକ୍ ଅଧୀନସ୍ଥ…

Leave a comment

Your email address will not be published.