ସାବଧାନ !! ଭୁବନେଶ୍ବର ରେ ବସ୍ତି ଚିନ୍ତା,ଗୋଷ୍ଠୀ ସଂକ୍ରମଣ ଭୟ

290 0

ଭୁବନେଶ୍ବର : ରାଜଧାନୀରେ ଏବେ କରୋନା ହୁ ହୁ ହୋଇ ମାଡ଼ୁଛି। ମାର୍ଚ୍ଚ ୧୫ରୁ ମେ ୩୧ ସୁଦ୍ଧା ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁନ୍‌ ୧ରୁ ଜୁନ୍‌ ୨୭ ଭିତରେ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ୨୭ଦିନରେ ୨୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। କିନ୍ତୁ ଏଥିରେ ବସ୍ତିରୁ ବାହାରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିନ୍ତାଜନକ ହୋଇଛି। ବସ୍ତିରୁ ବସ୍ତିକୁ କରୋନା ମାଡ଼ୁଥିବାରୁ ବିଏମ୍‌ସି ଅଧିକାରୀଙ୍କ ନିଦ ହଜିଗଲାଣି। ଖୋର୍ଦ୍ଧା ସବ୍-ଡିଭିଜନରେ କରୋନା ମୁକାବିଲା କରିବା ପାଇଁ କଟକଣା ବଢାଇଛି ଜିଲ୍ଲା ପ୍ରଶାସନ। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ସୂଚନା ଅନୁସାରେ ଆସନ୍ତା ଜୁନ୍ ୩୦ ଯାଏଁ ଖୋର୍ଦ୍ଧା ସବ୍-ଡିଭିଜନରେ ଲକ୍ ଡାଉନ କଟକଣାକୁ ବୃଦ୍ଧି କରାଯାଇଛି। ଆଜି ଠାରୁ ଜୁନ୍ ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ସବ୍-ଡିଭିଜନରେ ସକାଳ ୭ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଖୋଲାରହିବ ଦୋକାନ ।

ଦିନ ୨ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ପୂରା ସଟଡାଉନ ଘୋଷଣା କରାଯାଇଛି । ରାଜଧାନୀ ଭୁବନେଶ୍ୱରର କଳାରାହାଙ୍ଗରେ ଥିବା ଶୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।ଶୁଭଦ୍ରା ଆପାର୍ଟମେଣ୍ଟ ଭୁବନେଶ୍ୱର କଳାରାହାଙ୍ଗ ଗ୍ରାମ ପଞ୍ଚାୟତର ୮ ନମ୍ବର ଓ୍ୱାର୍ଡରେ ରହିଛି । ଏଠାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ  । ତେବେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳ ଶନିବାର ସନ୍ଧ୍ୟା ୭ଟାରୁ ୩୦ ତାରିଖ ସନ୍ଧ୍ୟା ୭ଟା ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ବିଏମ୍‌ସି ପକ୍ଷରୁ ରାଜଧାନୀର ୫୩୬ଟି ବସ୍ତିରେ ଆକ୍ଟିଭ୍‌ ସର୍ଭେଲାନ୍ସ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏଠାରେ ପ୍ରାୟ ୫ଲକ୍ଷ ଲୋକ ବାସ କରୁଛନ୍ତି। ତେଣୁ ସମସ୍ତଙ୍କ ଉପରେ ନଜର ରଖିବା ସମ୍ଭବ ହେଉନି। ଯେଉଁଠି କରୋନା ଆକ୍ରାନ୍ତ ବାହାରୁଛନ୍ତି ବିଏମ୍‌ସି ପକ୍ଷରୁ ସେହି ଅଞ୍ଚଳରେ ଆକ୍ଟିଭ୍‌ ସର୍ଭେଲାନ୍ସ ଜୋରଦାର୍‌ କରାଯାଉଛି।

ଏବେ ପ୍ରାୟ ୧୦ଟି ବସ୍ତିରେ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏପରିକି ବସ୍ତି ବାସିନ୍ଦା ଯେଉଁଠିକୁ କାମ କରିବାକୁ ଯାଉଛନ୍ତି ସେଠାକୁ ବାହାର ଜିଲ୍ଲା ଓ ବାହାର ରାଜ୍ୟରୁ ଶ୍ରମିକ ଆସି କାମ କରୁଛନ୍ତି। ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏବେ ବାହାର ରାଜ୍ୟ/ବାହାର ଜିଲ୍ଲାର ପ୍ରାୟ ୨୪ଜଣ ଶ୍ରମିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।କାରଣ ରାଜଧାନୀରେ ଅଧିକାଂଶ ଲୋକଙ୍କ ଘରେ ବସ୍ତିବାସିନ୍ଦା ବାସନମଜା ଠାରୁ ଆରମ୍ଭ କରି ବିଭିନ୍ନ କାମ କରୁଥିବାବେଳେ, ବିଭିନ୍ନ ଦୋକାନ, ହାଟ, ବଜାରରେ ବସ୍ତି ବାସିନ୍ଦା କାମ କରୁଛନ୍ତି। ଯେଉଁମାନେ ‌ସବୁ ବର୍ଗର ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ କେମିତି ସମସ୍ତଙ୍କ ଉପରେ ନଜର ରଖାଯିବ, କେହି ଯେମିତି ସୁପରସ୍ପ୍ରେଡର ହେବେନି ସେନେଇ ବିଏମ୍‌ସି କର୍ତ୍ତୃପକ୍ଷ କିଛି ଥଳକୂଳ ପାଉନାହାନ୍ତି।

Related Post

ଝରଣୀଗାଁ ରେ ପହଁଞ୍ଚିଲେ ବିଜେପି ର ପନ୍ଦର ଜଣିଆ ଦଳ

Posted by - October 28, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ସମଗ୍ରରାଜ୍ୟ ରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର ଜିଲ୍ଲାର…

ଜବରଦଖଲ କବଜାରେ ଗ୍ରାମର ମୁଖ୍ୟରାସ୍ତା

Posted by - December 23, 2021 0
ବସ୍ତା:ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତର ଚାଷିପଡା ଗ୍ରାମରେ ଜବରଦଖଲ କାରୀଙ୍କ କବଜାରେ ଗ୍ରାମର ମୁଖ୍ୟ ରାସ୍ତା। ଯାହାଫଳରେ ରାସ୍ତା ଉପରୁ ପାଣି…

ଗ୍ରାମାଭିମୁଖୀ ଜଙ୍ଗଲୀ ଜନ୍ତୁ, ଖଳ ପକୃତି ଲୋକଙ୍କ ଦ୍ୱାରା ମୃତ

Posted by - June 15, 2021 0
ଛତିଆ (ପ୍ରମୋଦ ନାୟକ) : ବୈରୀ ସ୍ଥିତ ଡାଳିଯୋଡା ରେଞ୍ଜ ଅନ୍ତର୍ଗତ ମଙ୍ଗରାଜ ପୁର ସେକ୍ସନ ଅଧିନରେ ଥିବା ଡମଡମଣି ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ବିରାଟ…

ଜାତୀୟ ଚେସ ପ୍ରତିଯୋଗିତା ଓଡିଶାରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଝିଅ

Posted by - June 18, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ସମ୍ପ୍ରତି ରାଜ୍ୟ ଚେସ ସଂଘ ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ ରାଜ୍ୟସ୍ତରୀୟା ଚେସ ପ୍ରତିଯୋଗିତା ଚାଲିଛି।୧୪ବର୍ଷରୁ କମ ବାଳିକା ବର୍ଗରେ ବୌଦ୍ଧ ଜିଲ୍ଲାର ଝିଅ ଶାନ୍ତି ସାହୁ…

Leave a comment

Your email address will not be published.