ଜିଲ୍ଲା ସ୍ତରୀୟ କମିଟି ୮୩୦ ଜଣ ଭୂମିହୀନଙ୍କୁ ଜମି ପଟା ମଞ୍ଜୁରୀ ଦେଲେ

452 0

ଯାଜପୁର ଅଫିସ :, ତା ୨୬ା୬ : ଜଙ୍ଗଲ ଅଧିକାର ଆଇନ ବା ପଂରେଷ୍ଟ ରାଇଟ୍ ଆକ୍ଟ-୨୦୦୬ ମାଧ୍ୟମରେ ସୁକିନ୍ଦା ଓ ଦାନଗଦୀ ତହସିଲ ଅନ୍ତର୍ଗତ ୮୩୦ ଜଣ ଭୂମୀହୀନଙ୍କୁ ଜମି ପ୍ରଦାନ ପାଇଁ ଜିଲ୍ଲା ସ୍ତରୀୟ କମିଟି ମଞ୍ଜୁରୀ ପ୍ରଦାନ କରିଚ୍ଥି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା  ଜନସୂଚୀତ ଜନଜାତିଙ୍କୁ ଜଙ୍ଗଲ ଅଧିକାର ଆଇନ ଆଧାରରେ ଜମି ପ୍ରଦାନ ପାଇଁ ଗଠିତ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଅନୁସୂଚୀତ ଜନଜାତି ଥିବା ଭୂମିହୀନ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଜମିପଟା ପ୍ରଦାନ ପାଇଁ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ ।

ଏହିଭଳି ଜମି ନଥିବା ଲୋକ ମାନଙ୍କର ତାଲିକାକୁ ପ୍ରସ୍ତୁତ କରି ଜମି ପାଇଁ ସବ୍‌-ଡିଭିଜନାଲ କମିଟି ମାଧ୍ୟମରେ ଜୁଲାଇ ୧୫ ତାରିଖ ସୁଧା ଜିଲ୍ଳ୍‌ା କମିଟିର ମଂଜୁର ପାଇଁ ସୁପାରିଶ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ଜମି ପଟା ପାଇବା ପଂଳରେ ପରବର୍ତ୍ତୀ ସମୟରେ ସେମାନଙ୍କୁ ବିଭିନ୍ନ ଆବାସ ଯୋଜନା ଓ ଅନ୍ୟାନ୍ୟ ଯୋଜନାରେ ସାମିଲ କରାଯାଇପାରିବ ବୋଲି ସେ ସୂଚନା ଦେଇଥିଲେ । ସେହିପରି ଯେଊଁ ଅମିନ ମାନଙ୍କୁ ପୁନଃ ଥଇଥାନ ଆଧାରରେ ନିଯୁକ୍ତି ଦିଆଯାଇଚ୍ଥି ; ସେମାନଙ୍କୁ ଦୈନିକ ଧାର୍ଯ୍ୟଲକ୍ଷ୍ୟ ପ୍ରଦାନ ସହ କ୍ଷେତ୍ର ପରିଦର୍ଶନ, ରେକର୍ଡ ପ୍ରସ୍ତୁତି, ମ୍ୟାପ ପ୍ରସ୍ତୁତି ଇତ୍ୟାଦିକୁ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦିଆଗଲା ।

ସେମାନଙ୍କର ଦରମା ମଧ୍ୟ ନିୟମିତ ଭାବେ ପ୍ରଦାନ ପାଇଁ ଜିଲ୍ଳ୍‌ାପାଳ ପରାମର୍ଶ ଦେବା ସହ କିଏ କି, କି କାମ କରିଚ୍ଥନ୍ତି ଓ କେତେ ଦରମା ବାକି ଅଚ୍ଥି ତାହାର ତଥ୍ୟ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱର, ଡି.ଏପଂ.ଓ. ସୁଦର୍ଶନ ପାତ୍ର, ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲିକ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସୁକିନ୍ଦା ତହସିଲଦାର ବୁଲ୍ ବୁଲ୍ ବେହେରା, ଦାନଗଦୀ ତହସିଲଦାର ନମ୍ରତା ମୋଦି, ଜିଲ୍ଲା ପରିଷଦ ସଦସ୍ୟା ତଥା କମିଟିର ସଦସ୍ୟା ସରୋଜିନୀ ରାଜ, ଅନ୍ୟାନ୍ୟ ସଦସ୍ୟ ଏବଂ ଦାନଗଦୀ, ସୁକିନ୍ଦା ବ୍ଳ୍‌କର ମଙ୍ଗଳ ସଂପ୍ରସାରଣ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଲା  ମଙ୍ଗଳ ଅଧିକାରୀ ସ୍ମୃତି ରଂଜନ ସାମନ୍ତରାୟ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ସହ ଶେଷରେ ଅଧ୍ୟବାଦ ଅର୍ପଣ କରିଥିଲେ ।

Related Post

ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ୨ଗୁରୁତର

Posted by - November 21, 2021 0
ସୋନପୁର ::(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତଡ଼ା ଗାଁ ଠାରେ ଟ୍ରାକ୍ଟର ଓ ବାଇକ୍ ମୁହାମୁହିଁ ଧକା । ୧ମୃତ ଓ ୨ ଗୁରୁତର…

ୟୁନିସେଫ ପକ୍ଷରୁ ସ୍ୱଚ୍ଛତା ରଥ ଉଦଘାଟିତ

Posted by - July 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପ୍ରୀତିପୁର ପଂଚାୟତରେ ୟୁନିସେଫ ପକ୍ଷରୁ ସ୍ୱଚ୍ଛତା ରଥ ଉଦଘାଟିତ ହୋଇଛି l ଏହି ଅବସରରେ ବ୍ଲକ ଅଧ୍ୟକ୍ଷା…

ଉପନ୍ୟାସ “ଅନାହତ ହୄଦୟ” ଉନ୍ନୋଚିତ

Posted by - October 20, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ଇନ୍ସପାୟାର ଅନୁଷ୍ଠାନ ପକ୍ଷରୁ ବିଶେଷ ସାରସ୍ୱତ ସମାରୋହରେ ଉପନ୍ୟାସ ଅନାହତ ହୄଦୟ ଉନ୍ନୋଚିତ ହୋଇଯାଇଛି । ଏହି ଉପନ୍ୟାସ କୁ ସମ୍ବଲପୁର ସହରର…

ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଜାତୀୟ କରଣ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ଦୁଇ ଦିନିଆ ଆନ୍ଦୋଳନ

Posted by - December 16, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ଙ୍କଆଜି ନିର୍ଦ୍ଧାରିତ ସମୟରେ ବ୍ୟାଙ୍କ କର୍ମଚାରୀମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କ କାର୍ଯ୍ୟାଳୟକୁ ପହଂଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ…

ଛତ୍ରଙ୍ଗ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

Posted by - November 15, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ଛତ୍ରଙ୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ଶିକ୍ଷା…

Leave a comment

Your email address will not be published.