ନୀଳଗିରି:(ସୌମ୍ୟାସାଇ ବାରିକ୍)ଆଜି ପବିତ୍ର ରଜପର୍ବ ଉପଲକ୍ଷେ ବିଷ୍ଣୁପ୍ରିୟା ନୋଡାଲ ହାଇସ୍କୁଲ, କେନ୍ଦୁଖୁଣ୍ଟା ସଂଗ ରୋଧ କେନ୍ଦ୍ର ରେ ଥିବା ୪୧ ଜଣ ଭାଇ ଭଉଣୀ ମାନେ ନିଆରା ଢଙ୍ଗରେ ସାମାଜିକ ଦୂରତା ରଖି ରଜପର୍ବ ପାଳନ କରିଛନ୍ତି। ସୂଚନା ରୁ ଜଣାପଡିଛି ଉଦୟ ନାରାୟଣ ବିଦ୍ୟାପୀଠ ଧୋବଶିଳା ର ପ୍ରଧାନ ଶିକ୍ଷକ ସୁରେଶ କୁମାର ଦାଶ ସଂଗ ରୋଧ କେନ୍ଦ୍ର ର ଉପରୋକ୍ତ ୪୧ ଜଣ ଭାଇ ଭଉଣୀ ମାନଙ୍କୁ ରଜପର୍ବ ରେ ନୂତନ ବସ୍ତ୍ର, ମାସ୍କ ମିଷ୍ଟାନ୍ନ ବଣ୍ଟନ କରିବାକୁ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଙ୍କୁ ଅନୁମତି ମାଗିଥିଲେ।
ତାଙ୍କ ଠାରୁ ଲିଖିତ ଅନୁମତି ପାଇବା ପରେ ଆଜି ଦିନ ପ୍ରାୟ ୧୧ ଟା ସମୟରେ ସଂଗ ରୋଧ କେନ୍ଦ୍ର ପରିସରରେ ଝିଅ ଓ ପୁଅ ମାନଙ୍କୁ ନୂତନ ବସ୍ତ୍ର, ମାସ୍କ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହା କୌଣସି ରାଜନୈତିକ ଦଳ ପକ୍ଷରୁ ନୂହେଁ ଏହା ନିଜ ଦରମା ଅର୍ଥ ରୁ ଏ ସମସ୍ତ ପ୍ରଦାନ କରିଛନ୍ତି। ସରକାରଙ୍କ କୋଭିଡ-୧୯ ନିଅମ କୁ ମାନି ଘର ଛାଡି ଏହି ସଂଗ ରୋଧ କେନ୍ଦ୍ର ରେ ଅନେକ୍ ମନସ୍ତାପ ମଧ୍ୟରେ ଅବସ୍ଥାନ କରୁଛନ୍ତି ।
ସୁରେଶ କୁମାର ଦାଶ( ପ୍ରଧାନ ଶିକ୍ଷକ, ଉଦୟ ନାରାୟଣ ବିଦ୍ୟାପୀଠ, ଧୋବଶିଳା)
ସେମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ତାଙ୍କର ଏହି କ୍ଷୁଦ୍ର ପ୍ରୟାସ। ଏତଦବ୍ୟତୀତ ସେମାନଙ୍କର ଭଗବାନ ଙ୍କ ନିକଟରେ ମଙ୍ଗଳ କାମନା କରିବା ସହିତ ସଂଗ ରୋଧ କେନ୍ଦ୍ର ରୁ ଘରକୁ ଫେରି ଯିବା ପରେ କରୋନା ପାଇଁ ଜନ ସଚେତନତା ସ୍ରୁଷ୍ଟି କରିବା ପାଇଁ ଆଶା ପ୍ରକାଶ କରିଥିଲେ ।