ବାଲି ମାଫିଆ ସକ୍ରିୟ! ଉପଜିଲ୍ଲାପାଳ ଓ ତହସିଲଦାର ଙ୍କୁ ଆକ୍ରମଣ କରି ଛଡାଇ ନେଲେ ଗାଡି।

1322 21

ନୀଳଗିରି:୧୧/୦୬(ସୌମ୍ୟାସାଇ ବାରିକ୍)ଗତକାଲି ରାତ୍ରିରେ ଚୋରା ବାଲି ଚାଲାଣକାରୀ ମାନେ ନୀଳଗିରି ଉପଜିଲାପାଳ ଓ ତହସିଲଦାର ଙ୍କୁ ଆକ୍ରମଣ କରି ଗାଡି ଛଡାଇ ନେବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନା ରୁ ଜଣା ପଡିଛି, ଗତ ଦୁଇ ଦିନ ପୂର୍ବରୁ ରାଧାକିଶୋର୍ ପୁର୍ ପଞ୍ଚାୟତ ର ପୁନ୍ଦାଳ ଗାଆଁ ନିକଟସ୍ଥ ସୋନ ନଦୀ ପଠା ରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ପାଇ ଘଟଣା ସ୍ଥଳ କୁ ତହସିଲଦାର ପୋଲିସ ଫୋର୍ସ ସହିତ ଯାଇ ଗାଡି ଜବଦ କରିଥିଲେ। ଗତ କାଲି ସେଠାରୁ କୌଣସି ସୂତ୍ରରୁ ସୂଚନା ପାଇ, ଉପଜିଲ୍ଲାପାଳଙ୍କୁ ଜଣାଇବା ସହିତ ଘଟଣା ସ୍ଥଳରେ ପହଞ୍ଚି, ଗୋଟେ ଟିପର୍, ଲୋଡର୍ ଓ ଗୋଟାଏ ଜେସିବି ଜବଦ କରିଥିଲେ।

ସେହି ସମୟରେ ମାତ୍ର ତିନିଜଣ ଏ. ପି. ଆର୍. ଫୋର୍ସ ତାଙ୍କ ସହିତ ଥିଲେ।ଅଳ୍ପ ସଂଖ୍ୟକ ପୋଲିସ୍ ଫୋର୍ସ ଦେଖି ଶହେ ରୁ ଅଧିକ ପୁରୁଷ ମହିଳା ଠେଙ୍ଗା ବାଡ଼ି ଧରି ତାଙ୍କୁ ଘେରି ଯାଇଥିଲେ। ତହସିଲଦାର ଏ ସମ୍ପର୍କରେ ନୀଳଗିରି ଉପ ଜିଲ୍ଲାପାଳଙ୍କୁ ଜଣାଇବା ସହିତ ଆଇ. ଆଇ. ସି. ନୀଳଗିରି ଙ୍କୁ ରିଏନ୍ଫୋର୍ସମେଣ୍ଟ କରିବାକୁ ଫୋନ ରେ କହିଥିଲେ। ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପହଁଞ୍ଚିବା ପରେ ଆକ୍ରମଣକାରୀ ମାନେ ତାଙ୍କୁ ମଧ୍ୟ ଘେରି ଥିଲେ ।ଆଇ. ଆଇ. ସି. ମୀନତି ବିଶ୍ଵାଳ ବାଲେଶ୍ବର ହେଡ୍ କ୍ୱାଟର କୁ ଫୋର୍ସ ପାଇଁ ଅନୁରୋଧ କରି ତତ୍କାଳ ଥାନା ରେ ଥିବା ଅନ୍ୟ ଅଫିସର ମାନଙ୍କୁ ଧରି ଘଟଣା ସ୍ଥଳ କୁ ଯାଇଥିଲେ।ଜେସିବି ଟି କୁ ଘଟଣା ସ୍ଥଳରୁ ଆକ୍ରମଣକାରୀ ମାନେ ନେଇଯାଇଥିଲେ। ଅନ୍ୟ ପଟରେ କୌଣସି ଉପାୟରେ ଏ ଘଟଣା ସ୍ଥଳ ରୁ ତହସିଲଦାର ଅଶେଷ କୁମାର ନାୟକ ଓ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଟିପର ଓ ଲୋଡର ଟିକୁ ନେଇ ଆସୁଥିବା ସମୟରେ ଚୋରା ଚାଲାଣ କାରୀ ମାନେ ରାସ୍ତା ରେ ଅଟକାଇ, ଟିପର ଟିକୁ ନେଇ ଯାଇଥିଲେ।

ଅଶେଷ କୁମାର ନାୟକ (ତହସିଲଦାର, ନୀଳଗିରି)

ଆଇ. ଆଇ. ସି. ମଝି ରାସ୍ତା ରେ ଉପଜିଲ୍ଲାପାଳ ଓ ତହସିଲଦାର ଙ୍କୁ ଭେଟିବା ପରେ ଘଟଣା ସ୍ଥଳ କୁ ଯାଇଥିଲେ। ରାତି ୧୦ ଟା ପରେ ପୋଲିସ୍ ଫୋର୍ସ ପହଁଞ୍ଚିବା ପରେ ପୁନ୍ଦାଳ ଘଟଣା ସ୍ଥଳକୁ ଫୋର୍ସ ସହିତ ଯାଇଥିଲେ। ରାତି ଯାକ ଆକ୍ରମଣକାରୀ ଙ୍କୁ ଧରିବା ପାଇଁ ପୋଲିସ୍ ର ରେଡ୍ ଜାରି ରହିଥିଲା। ଏ ନେଇ ତହସିଲଦାର ଙ୍କ ଅଭିଯୋଗ ମୂଳେ ୧୮୦/୨୦୨୦ କେଶ୍ ରୁଜୁ କରାଯାଇ ତଦନ୍ତ ଚାଲିଛି, ଆକ୍ରମଣକାରୀ ଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆଇ. ଆଇ. ସି. ମୀନତି ବିଶ୍ଵାଳ କହିଛନ୍ତି। ଅନ୍ୟପକ୍ଷରେ ତହସିଲଦାର ଶ୍ରୀ ନାୟକ ୭.୩୦ ରୁ ୯ ଟା ଭିତରେ ଆମ ପାଖେ ପୋଲିସ ଫୋର୍ସ ପହଂଚି ନଥିଲେ ବୋଲି କହିଛନ୍ତି।

ମୀନତି ବିଶ୍ଵାଳ (ଆଇ. ଆଇ. ସି., ନିଳଗିରି)

ଏଠାରେ ପ୍ରଶ୍ନ ଉଠେ ସୋନ ନଦୀ ପଠାରେ ଥିବା କାଠପାଲ ଓ ପୁନ୍ଦାଳ ବାଲି ଖାଦାନ ଦୁଇଟି ଅତ୍ୟନ୍ତ ଉତ୍ତେଜନା ପ୍ରବଣ ଅଞ୍ଚଳ ଭାବେ ବେଶ୍ ଜଣାଶୁଣା। ଏଠାକୁ ଅଧିକ ପୋଲିସ୍ ଫୋର୍ସ ନେଇ ନଯିବା ରାଜସ୍ଵ ଅଧିକାରୀ ଙ୍କ ଜୀବନ ପ୍ରତି ନିଶ୍ଚିନ୍ତ ବିପଦ ର ଆଶଂକା କରା ଯାଇ ପାରେ। ଏହି ଅଞ୍ଚଳରେ ପୂର୍ବରୁ ରାଜତ୍ଵ ଅଧିକାରୀ ଓ ପୋଲିସ୍ ଉପରେ ଆକ୍ରମଣ ହୋଇଥିବାର ଅନେକ୍ ନଜିର୍ ରହିଛି। ତେଣୁ ରାଜସ୍ଵ ଅଧିକାରୀ ଓ ପୋଲିସ ପ୍ରଶାସନ ମିଳିତ ଭବରେ ସୁ ଚିନ୍ତିତ ଯୋଜନା କରି ଚୋରା ଚାଲାଣ କାରୀ ଙ୍କ ବିରୁଦ୍ଧ ରେ ପଦକ୍ଷେପ୍ ନେଲେ ଏହାର ସୁଫଳ ମିଳିପାରିବ ବୋଲି ଅନେକ୍ ମତ ପ୍ରକାଶ କରି ଛନ୍ତି।

Related Post

ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ପୁଲୱାମାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ,ରକ୍ତଦାନ ଶିବିର ଆୟୋଜିତ

Posted by - February 14, 2022 0
ଟିଟିଲାଗଡ଼:( ଫେବୃଆରୀ ୧୪ କୁ ପ୍ରେମୀ ଯୁଗଳ ନିଜର ଭେଲେନଟାଇନ ଦିବସ ଯାହାକି ପ୍ରେମ ଦିବସ ରୁପେ ପାଳନ କରୁଛନ୍ତି, ଆଜିର ଦିନରେ ପୂଲୱାମା ଆତଙ୍କି ଆକ୍ରମଣରେ…

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ୨୦୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

Posted by - January 14, 2021 0
ଭବାନିପାଟଣା:ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗ୍ରସ୍ତ କରି ୧୦୬୪ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ରେ ନିର୍ମିତ ୫୪ଟି ପ୍ରକଳ୍ପ ର ଲୋକାର୍ପଣ ସହ ୧୦୨୦…

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କରୋନା ସଂକ୍ରମଣରୁ ଜୀବଜନ୍ତୁ ରକ୍ଷା କରିବା ପାଇ ସତର୍କତା ଅଵଲମ୍ବନ

Posted by - May 6, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ)ରାଜଧାନୀ ଉପକଣ୍ଠ  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଜୀବଜନ୍ତୁଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇ  ରାଜ୍ୟ ପ୍ରାଣୀ ଉଦ୍ୟାନ ଥିବା ସମସ୍ତ ଜୀବଜନ୍ତୁଙ୍କୁ   କରୋନା ସଂକ୍ରମଣର…

ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ,ମୁଖ୍ୟମନ୍ତ୍ରୀ ଙ୍କ ଶୋକ

Posted by - July 6, 2020 0
ଭୁବନେଶ୍ବର :ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ପରଲୋକ ଘଟିଛି । ଜୁନ୍ ୨୨ ତାରିଖ…

ମମିତା ହତ୍ୟାକାଣ୍ଡ ଘଟଣା ର ଅନୁଧ୍ଯାନ ପାଇଁ କଳାହାଣ୍ଡି ରେ ମହିଳା କମିଶନ

Posted by - October 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)ରାଜ୍ଯର ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ହତ୍ୟାକାଣ୍ଡ ର ତଦନ୍ତ ପାଇଁ ରାଜ୍ଯ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ଙ୍କ ସହ…

There are 21 comments

Leave a comment

Your email address will not be published.