ଯାଜପୁର: ଯାଜପୁର ଟାଉନ୍ ଥାନା ପୁଲିସ ଏକ ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ବିଭିନ୍ନ ଜିଲ୍ଲା ତଥା
ରାଜ୍ୟ ବାହାରେ ଏଟିଏମ୍ ବଦଳାଇ ଲୁଟ୍ କରିଥିବା ତିନି ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନେ ରାଜ୍ୟ ତଥା ରାଜ୍ୟ ବାହାରେ ୩୦ଟି ସ୍ଥାନରୁ ଏଟିଏମ ବଦଳାଇ କୋଟିଏକୁ ଅଧିକ ଟଙ୍କା ଲୁଟ୍ କରିଥିବା ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲ ସୂଚନା ଦେଇଛନ୍ତି।
ଶ୍ରୀମଲ୍ଲଙ୍କ ସୁଚନା ଅନୁଯାୟୀ, କଟକ ଜିଲା ନେମାଳ ଥାନା ଜମରା ଗ୍ରାମର ବଳରାମ ସାହୁ (୨୮), କେନ୍ଦ୍ରାପଡା ଥାନା ବାରିମୂଳ ଗ୍ରାମର ସର୍ବେଶ୍ୱର ବଳ ଏବଂ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗ୍ରାମର ସଂଜୀବ କୁମାର ମଣ୍ଡଳ ନାମକ ୩ ଜଣ ଅଭିଯୁକ୍ତ ଯାଜପୁର
ସଦର,କୁଆଖିଆ,ବାରିପଦା,ଓଲଟପୁର,ଆଠଗଡ,ବାଙ୍କୀ,ଲାଠିକଟା,ଯାଜପୁରଟାଉନ,ଚାନ୍ଦପୁର,ଖଣ୍ଡପଡା,ଓଡଗାଁ,ଫତେଗଡ,ନୟାଗଡ଼,ଧର୍ମଶାଳାବାଲିଚନ୍ଦ୍ରପୁର ଥାନା ଅଧିନରେ ୩୦ଟି ଏଟିଏମ ଲୁଟ ଘଟଣାରେ ସଂପୃକ୍ତ ଅଛନ୍ତି। ସେମାନଙ୍କ ଠାରୁ ୪ଟି ମୋବାଇଲ,୩ଟି ଏଟିଏମ୍, ୧୫ ହଜାର ଟଙ୍କା, ଟିଭିଏସ୍ ମୋଟର ସାଇକେଲ(ଓଡି-୦୫-ଏଏଚ-୭୪୩୪) ଗୋଟିଏ କାର
(ଓଡି-୦୨-ଏଆର-୭୧୭୭) ଜବତ କରାଯାଇଛି । ଲୁଟେରାମାନେ ଚତୁରତାର ସହିତ ବୟସ୍କ ଓ ଅନଭିଜ୍ଞ ଲୋକଙ୍କୁ ଠକି ଏହି ଲୁଟ
କରୁଥିଲେ। ତେବେ ଜଣଙ୍କୁ ସମାନ ଢ଼ଙ୍ଗରେ ଲୁଟ୍ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସଦର ଓ ଟାଉନ ପୁଲିସର ମିଳିତ ଭାବେ ଚଢ଼ାଉ କରିସେମାନଙ୍କୁ ଗିରଫ କରିଛନ୍ତି।