ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ

887 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ । ମୃତକ ଦଶରଥପୁର ବ୍ଲକ ନୂଆପାଟଣା ଗ୍ରାମର ସଙ୍ଗୀତା ଦାସ ବୋଲି ଜଣାପଡିଛି । ସେ ୨୦୧୮ ମସିହାରେ ଦୁଦୁରାଅନ୍ତା ଗ୍ରାମର ବିକାଶ ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ପରିବାର ପକ୍ଷରୁ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ହେଲେ ଅଧିକ ଯୌତୁକ ଆଣିବାକୁ ବିବାହ ପରଠାରୁ ସଙ୍ଗୀତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ ଶାଶୁଘର ଲୋକେ । ବିବାହ ସମୟରେ ଦାବି ମୁତାବକ ଯୈାତୁକ ଦିଆଯାଇଥିବା ବେଳେ ଅଧିକ ଦୁଇ ଲକ୍ଷ ଟଙ୍କା ପାଇଁ ସଙ୍ଗୀତା ଉପରେ ଚାପ ପକାଯାଉଥିଲା ।

ତେବେ ଗତକାଲି ଶାଶୁଘର ଲୋକେ ତାଙ୍କୁ ମାରିଦେଇଥିବା ମୃତ ସଂଗୀତାର ମା ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ପକ୍ଷରୁ ସଫେଇ ଦିଆଯାଇଛି । ଖବର ପାଇ ମଙ୍ଗଳପୁର ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଶ୍ୱଶୁର ଏବଂ ସ୍ୱାମୀଙ୍କୁ ଗିରପଂ କରିଛି ପୋଲିସ ।

Related Post

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ । ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର .

Posted by - October 8, 2019 0
ଅନୁଗୋଳ:ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମ ଆମ୍ବ ତୋଟାରେ ଅାଜି ସକାଳେ ସୁଶୀଲ ଦାସ (୧୯)ଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତାଙ୍କୁ…

ବ୍ରଜରାଜନଗର ଗଙ୍ଗାନଗରରେରେ ହୃଦୟ ବିଦାରକ ଘଟଣା,ଘରୁ ମାଁ ଏବଂ ଦୁଇ ଝିଅଙ୍କ ମୃତ ଦେହ ଉଦ୍ଧାର

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ବ୍ରଜରାଜନଗର ଗଙ୍ଗାନଗରରେ ଘଟିଛି ହୃଦୟ ବିଦାରକ ଘଟଣା । ଏକ ଘରୁ ମାଁ ଏବଂ ଦୁଇ ଝିଅର ମୃତ ଦେହ ଉଦ୍ଧାର କରିଛି ପୁଲିସ…

ବାହାରକୁ କମ୍ପ୍ୟୁଟର ଦୋକାନ କିନ୍ତୁ ଭିତରେ ଗଞ୍ଜେଇ ଓ ଅଫିମ

Posted by - December 8, 2019 0
ଯାଜପୁର: କଲେଜ ନିକଟରେ କମ୍ପ୍ୟୁଟର ଦୋକାନରେ ଚଢ଼ାଉ କରି ଗଂଜେଇ ଓ ଅଫିମ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ଟାଉନ ଥାନା ପୁଲିସ…

କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରୁ ଶହ ଶହ ମଦ ବୋତଲ ଜବତ

Posted by - February 22, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରୁ ଶହ ଶହ ମଦ ବୋତଲ ଜବତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଧାରୁଆ ଅସ୍ତ୍ର ରେ ସ୍ୱାମୀ ହାଣିଲା ନିଜ ସ୍ତ୍ରୀ କୁ

Posted by - December 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଧମା ଥାନା ଅନ୍ତର୍ଗତ ବତେମୁରା ଗ୍ରାମର ହରିଜନପଡା ରେ ଘଟିଛି ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ର ରେ ସ୍ୱାମୀ ହାଣିଲା ନିଜ ସ୍ତ୍ରୀ କୁ ।…

Leave a comment

Your email address will not be published.