ଅନୁଗୁଳୁ :(ମହେଶ ଭୋମରାଜ)ଗୁଜୁରାଟ ଭଲସାତରୁ ୧୬୫୦ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଆଜି ପହଞ୍ଚିଲା ସ୍ଵତନ୍ତ୍ର ଶ୍ରମିକ ଟ୍ରେନ । ଏଥିରେ ୨୪ ଟି ଜିଲ୍ଲା ସମେତ ୧୩ ଟି ଉପଖଣ୍ଡର ୧୬୫୦ ଜଣ ଆସିଲେ ପ୍ରବାସୀ ଓଡିଆ । ଯେଉଁଥିରେ ଅନୁଗୋଳ ଜିଲ୍ଲାର ସର୍ବାଧିକ ୬୩୪ ଜଣ ଅଛନ୍ତି । ଏଥିପାଇଁ ଅନୁଗୋଳ ଷ୍ଟେସନରେ କରା ଯାଇଛି ବ୍ୟାପକ ପ୍ରସ୍ତୁତି । ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୦ ଜଣ କର୍ମଚାରୀ ନିୟୋଜିତ କରିବା ସହ ଖୋଦ ଜିଲ୍ଲାପାଳ ଓ ଏସପି ଏହାର ତଦାରଖ କରୁଛନ୍ତି ।
ଷ୍ଟେସନରେ ଶ୍ରମିକ ମାନଙ୍କ ପାଇଁ କାଉଣ୍ଟର ଖୋଲା ଯାଇଛି । ଯେଉଁଠାରେ ଶ୍ରମିକ ମାନଙ୍କ ରେଜିଷ୍ଟ୍ରେଶନ କରାଯିବା ପରେ ସ୍କାନିଂ କରାଯିବ । ଏଥିପାଇଁ ୩ ଜଣ ଡାକ୍ତରଙ୍କୁ ନିଯୁକ୍ତ କରା ଯାଇଛି । ତାପରେ ନିଜ ନିଜ ଅଞ୍ଚଳକୁ ଯିବା ପାଇଁ ୨୦ ଟି ବସର ବନ୍ଦୋବସ୍ତ କରା ଯାଇଛି ।