ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଲିଙ୍ଗେଶ୍ୱର ବାଲି ଖାଦାନରେ ପଂସି ଯାଇଥିବା ୫ଟି ଡମ୍ପରକୁ ଆଜି ଉଦ୍ଧାର କରାଯାଇଛି । ପ୍ରୋକଲିନ ମେସିନ ସାହାଯ୍ୟରେ ଡମ୍ପର ଗୁଡିକୁ ନଦୀ କୂଳକୁ ଟାଣି ଟାଣି ଅଣାଯିବା ପରେ ଉଦ୍ଧାର ହୋଇଛି ।
ଏହି ଘାଟରୁ ବାଲି ନେବା ପାଇଁ ଡମ୍ପର ଗୁଡିକ ଆସିଥିବା ବେଳେ ସଂଧ୍ୟା ହୋଇ ଯିବାରୁ ନଦୀ ଭିତରେ ରହିଯାଇଥିଲେ । କିନ୍ତୁ ହଠାତ୍ ରାତିରେ ବୈତରଣୀ ନଦୀରେ ପାଣି ଆସିଯିବା ପଂଳରେ ଡମ୍ପର ଗୁଡିକ ପାଣି ଭିତରେ ରହିଯାଇଥିଲା ।
ଗାଡିର ଡ୍ରାଇଭର ଓ ହେଲପର ମାନେ ନଦୀ କୂଳକୁ ପଳାଇଆସିଥିଲେ । ପରେ ଲିଙ୍ଗେଶ୍ୱର ଉନ୍ନୟନ କମିଟି ପକ୍ଷରୁ ଟ୍ରକ ଗୁଡିକୁ ଉଦ୍ଧାର କରିବା ପାଇଁ ଜିଲ୍ଲାପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଜିଲାପ୍ରଶାସନ ନଦୀର ରୁଢ଼ିଆ ଆନିକଟ ଗେଟ ଖୋଲିବା ପରେ ଜଳସ୍ତର କମିଥିଲା । ଏହା ପରେ ଆଜି ପ୍ରୋକଲିନ ମେସିନ ସାହାଯ୍ୟରେ ଗାଡି ଗୁଡିକୁ ଉଦ୍ଧାର କରାଯାଇପାରିଛି ।