ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଆସୁଛି ସାମୁଦ୍ରିକ ଝଡ ଅମ୍ପାନ । ଏଥିପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଜିଲାରେ ବର୍ଷା ସାଂଗକୁ ପବନ ବହିବାର ସମ୍ଭାବନା ରହିଥିବାରୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ଲାଇନ ବିଭାଗକୁ ନେଇ ଆଗୁଆ ପ୍ରସ୍ତୁତି ବୈଠକ କରାଯାଇଛି ।
ତଳିଅଂଚଳ ଗୁଡିକ ପାଇଁ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଜିଲାର ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ବ୍ଲକ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ବାତ୍ୟା ପରବର୍ତି ଅବସ୍ଥା ରେ ଯେପରି ରାସ୍ତା ଜାମ ନ ହୁଏ ସେଥିପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜିଲାର ବିଭିନ୍ନ ସ୍ଥାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳି ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି । ଆବଶ୍ୟକ ହେଲେ ଲୋକଙ୍କୁ ସେହି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ଯାଜପୁର ଜିଲାରେ ଓଡରାପଂ,ଏନଡିଆରଏପଂ ଏବଂ ଅଗ୍ନିଶମ ବାହନିକୁ ମୁତୟନ କରାଯାଇଛି । କଠିନ ପରିସ୍ଥିତିରେ ଏମାନେ ବାତ୍ୟାର ମୁକାବିଲା କରିବେ । ବିଂଝାରପୁର ବ୍ଲକ ପ୍ରଶାସନ ପକ୍ଷରୁ ବାତ୍ୟାକୁ ମୁକାବିଲା କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ।
ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ସମ୍ଭାବ୍ୟ ବନ୍ୟାର ମୁକାବିଲା କରିବା ସଂପର୍କରେ ଆଲୋଚନା କରିଥିଲେ । ବ୍ଲକରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ରଖିବାକୁ ପରାମର୍ଶ ଦିଆଯାଇଛି । ବିଗତ ଦିନ ମାନଙ୍କରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଅଭିଜ୍ଞତାକୁ ଆଧାର କରି ଏହି ବାତ୍ୟାର ମୁକାବିଲା କରାଯିବ ବୋଲି ବିଧାୟିକା ସୂଚନା ଦେଇଛନ୍ତି ।