ଗ୍ରାମ୍ୟ ସଡକରେ ସାରଦା ଖଣିରୁ ଲୁହାପଥର ପରିବହନକୁ ବିରୋଧ

606 0

ବଡ଼ବିଲ:(ସୀତାରାମ ଦୀକ୍ଷିତ )ଯୋଡ଼ା ବ୍ଲକ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲ ଦେଇ ସାରଦା ଖଣିରୁ ଲୌହ ପଥର ପରିବହନକୁ ଠାକୁରାଣୀ ସୁରକ୍ଷା ସମିତି ପକ୍ଷରୁ ବିରୋଧ କରାଯାଇଛି।ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସେରେଣ୍ଡା ଗ୍ରାମପଞ୍ଚାୟତର ଠାକୁରାଣୀ,ସୋୟାବାଲି,ଦଲକି ପ୍ରଭୁତି ଗ୍ରାମ ଅବସ୍ଥିତ ଥିବା ବେଳେ ଏହି ଗ୍ରାମ୍ୟ ସଡକ ପଥକୁ ସାରଦା ଖଣି କର୍ତ୍ତୁପକ୍ଷ ବ୍ୟବହାର କରି ବଡବିଲ,ବଲାଣୀ ପ୍ରଭୁତି ରେଳ ସାଇଡିଂକୁ ଲୁହାପଥର ପରିବହନ କରିଥାନ୍ତି।

ଯାହା ସମ୍ପୂର୍ଣ୍ଣ ଭାବେ ଅବୈଧ ବୋଲି ଠାକୁରାଣୀ ସୁରକ୍ଷା ସମିତି ଅଭିଯୋଗ କରିଛି।ସାରଦା ଖଣିରୁ ଲୁହାପଥର ପରିବହନ ନିମନ୍ତେ ମୁର୍ଗା ରାସ୍ତା ଥିବା ବେଳେ ଖଣି କମ୍ପାନୀ କିଛି ସରକାରୀ ଅଧିକାରୀଙ୍କୁ ହାତ କରି ୫୨୦ନଂ ରାଜପଥରେ ଏହାକୁ ପରିବହନ ନକରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଏହି ଗ୍ରାମ୍ୟ ରାସ୍ତାକୁ ବ୍ୟବହାର କରୁଥିବା ଫଳରେ ଅତ୍ୟଧିକ ଧୂଳି,ଧୁଆଁ ଉଡି ଗ୍ରାମବାସୀମାନଙ୍କର ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ଏବଂ ଏହି ଭାରିଯାନ ଦ୍ୱାରା ପରିବହନ ଯୋଗୁଁ ବାରମ୍ବାର ଗ୍ରାମବାସୀମାନଙ୍କୁ ଦୁର୍ଘଟଣାର ସମ୍ମୁଖିନ ହେବାକୁ ପଡୁଛି। ରାଜ୍ୟ ବାହାର ଭାରିଯାନ ବ୍ୟାପକ ପରିମାଣରେ ଚଳାଚଳ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବେକାର ଯୁବକମାନେ କରଜ କରି କିଣିଥିବା ଛୋଟ ଟ୍ରକ ଗୁଡିକୁ ଅନୁମତି ଦିଆଯାଉନାହିଁ।ଫଳରେ ସେମାନେ କାମଧନ୍ଦା ହାରଇବସିଛନ୍ତି।ଏ ନେଇ ସୁରକ୍ଷା ସମିତି ପକ୍ଷରୁ ବାରମ୍ବାର ପ୍ରଶାସନୀକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

ଏ ନେଇ ସେମାନେ ସୋମବାର ଦିନ ଏକ ଲିଖିତ ଅଭିଯୋଗ କେନ୍ଦୁଝର ଜିଲ୍ଲାପାଳ,ଖଣି ନିର୍ଦ୍ଦେଶକ,ଭୁବନେଶ୍ୱର,ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକ,କେନ୍ଦୁଝର ଜିଲ୍ଲା ଜଙ୍ଗଲ ଅଧିକାରୀ,ବଡବିଲ ବନପାଳ,ଚମ୍ପୁଆ ଉପଜିଲ୍ଲାପଳ,ବଡବିଲ ତହସିଲଦାର, ବଡବିଲ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ,ଯୋଡା ବ୍ଲକ ଉନ୍ନୟନ ଅଧିକାରୀ,କେନ୍ଦୁଝର ଆରକ୍ଷୀ ଅଧିକ୍ଷକ,ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ,ବଡବିଲ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ଏହି ପତ୍ରରେ ସେମାନେ ଜଣାଇଛନ୍ତି ଯେ,ତିନି ଦିନ ମଧ୍ୟରେ ସରକାର ପଦକ୍ଷେପ ଗ୍ରହଣ ସ୍ୱରୁପ ସଂରକ୍ଷିତ ଜଙ୍ଗଲ ଏବଂ ଗ୍ରାମ୍ୟ ସଡକରେ ପରିବହନ ବନ୍ଦ କରି ମୁଖ୍ୟ ସଡକରେ ପରିବହନ କରିବା ଏବଂ ସ୍ଥାନୀୟ ଟ୍ରକ ମାଲିକଙ୍କୁ ଅଗ୍ରାଧିକାର ଭିତ୍ତିରେ ପରିବହନ ଆଦେଶ ଦିଆନଗଲେ ସାରଦାର ଏହି ପରିବହନକୁ ସେମାନେ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।ଏହି ଠାକୁରାଣୀ ସୁରକ୍ଷା ସମିତିରେ ଚେତାବନୀ ଦିଆଯାଇଛି।

Related Post

ସିଂହପୁର ସ୍ଥିତ ଦରିଆ ନାହାକାଣୀ  ମନ୍ଦିର ପରିସରରେ ସରକାରୀ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ରଜଉତ୍ସବ ପାଳିତ

Posted by - June 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଝାଂରପୁର ବ୍ଳକ ସିଂହପୁର ସ୍ଥିତ ଦରିଆ ନାହାକାଣୀ  ମନ୍ଦିର ପରିସରରେ ସରକାରୀ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ରଜଉତ୍ସବ…

ଅବ୍ୟବସ୍ଥା ଘେରରେ ପାତାଳି ଶ୍ରୀକ୍ଷେତ୍ର

Posted by - January 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ନାଏକ ପଡା ଗ୍ରାମ ର କିଛି ଦୂରରେ ପାତାଳୀ ଶ୍ରୀକ୍ଷେତ୍ର ବା ନାଏକପଡା ଗୁମ୍ଫା…

ଅମ୍ବାଦଳା ରେ ଦଧିବମାନ ମହାପ୍ରଭୁଙ୍କ ଦେବସ୍ନାନ

Posted by - June 14, 2022 0
ମୁନିଗୁଡା:(ରମାକାନ୍ତ ପୋଢଳ)ଆଜି ଅମ୍ବାଦଳା ଗ୍ରାମର ଶ୍ରୀ ଦଧିବମାନ ମହାପ୍ରଭୁଙ୍କ ଦେବସ୍ନାନ କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହିସାବରେ ସକାଳ ୯…

ଫେବୃୟାରୀ ୧୬ ରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନକଲି ମତଦାତାଙ୍କ ଉପରେ ଲାଗିବ ରୋକ୍

Posted by - February 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଫେବୃୟାରୀ ୧୬ ତାରିଖ ଠାରୁ ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ମତଦାନ।ଏହି ପରିପ୍ରେକ୍ଷରେ ରାଜ୍ୟ ନିର୍ବାଚନ କମିଶନଙ୍କ…

ଲକଡାଉନ୍ର ପ୍ରଥମ ଦିନରେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ପ୍ରଭାବ

Posted by - May 5, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ସମଗ୍ର ଓଡ଼ିଶାରେ କରୋନା ଦ୍ୱିତୀୟ ଲହରୀର ପ୍ରଭାବ ବଢିବା ସହ କ୍ରମାଗତ ଭାବରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ସହ ଅନେକ ଜଣ ଏଥିରେ…

Leave a comment

Your email address will not be published.