ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀଙ୍କ ପାଇଁ ଗର୍ଜିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1217 0

ନୂଆଦିଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି। ଭାରତୀୟ ଜନତା ପାର୍ଟି ମଧ୍ୟ ୨୦୧୪ ସାଧାରଣ ନିର୍ବାଚନ ସମୟରେ ତାର ନିର୍ବାଚନ ଇସ୍ତାହାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନ ଜିତି ସାରିବା ପରେ ପ୍ରତିଶ୍ରୁତିକୁ ଭୁଲିଯିବା ଉଚିତ କି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ଦାୟିିତ୍ୱ କେନ୍ଦ୍ର ସରକାରଙ୍କର। ସେହିପରି ସ୍ୱାମୀନାଥନ୍ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ମଧ୍ୟ କେନ୍ଦ୍ର ସରକାରଙ୍କର। ତେଣୁ କେନ୍ଦ୍ର ସରକାର ତାଙ୍କ ଦାୟିତ୍ୱ ନିର୍ବାହ ନ କରି ଖସି ଯାଇ ପାରିବେ ନାହିଁଁ ବୋଲିି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।କୃଷକଙ୍କ ସମସ୍ୟା ନେଇ ଦିଲ୍ଲୀରୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି କ୍ଷମତାକୁ ଆସିବା ପରେ ଚାଷୀଙ୍କ କଥା ଭୁଲିଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ବିଜେଡି ପ୍ରତିବାଦ କରିଆସୁଛି । ଚାଷୀଙ୍କ ମୁଖ୍ୟ ଦାୟିତ୍ବ କେନ୍ଦ୍ର ସରକାରଙ୍କର । କେନ୍ଦ୍ର ନିଜ ଦାୟିତ୍ବରୁ ଖସିପାରିବ ନାହିଁ । ଚାଷୀ କୂଳ ଦେଶ ଓ ରାଜ୍ୟ ଅର୍ଥନୀତିର ଆତ୍ମା । ସେମାନଙ୍କ ପ୍ରତି ଅବହେଳା କେବେ କେବେ ବି ଠିକ୍ ନୁହଁ । ସର୍ବନିମ୍ନ ସହାୟକ ମୂଲ୍ୟ ଲାଗି ଚାଷୀ ଲଢେଇ କରୁଛି । ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ନବୀନ ।

Related Post

Leave a comment

Your email address will not be published.