ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପୁରୀ ରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପ୍ରତିବାଦ ରେ ଆଜି ଯାଜପୁର ରେ ସାମ୍ବାଦିକ ସଂଗଠନ ଏସ ୟୁ ଜେ ର ଜିଲା ଶାଖା ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।
ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ନାୟକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଜପୁର ଏସ ପି ଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକ ଙ୍କୁ ଆକ୍ରମଣ କରିଥିବା ଫରେଷ୍ଟ ଗାର୍ଡ ଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ଏହି ପ୍ରତିନିଧି ଦଳ ରେ ସାମ୍ବାଦିକ ଚିନ୍ତାମଣି ପାଢ଼ୀ,ସୁବାସ ଧଳ,ସଂଦୀପ୍ତ ରାୟ ଏବଂ ଜ୍ଞାନରଞ୍ଜନ ଓଝା ସାମିଲ ଥିଲେ।