ଭୁବନେଶ୍ୱର:ଯାଜପୁର ଜିଲାରେ ପୁଣି ୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୯ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ ପଜିଟିଭ୍ଙ୍କ ସଂଖ୍ୟା ୧୪୮କୁୁ ବୃଦ୍ଧି ପାଇଛି। ସଂକ୍ରମିତ କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ସୂଚନା ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ବର୍ଷୀୟ ପୁରୁଷ , ଯିଏକି ବିରଜାପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ସଂକ୍ରମିତ ୭୫ବର୍ଷୀୟା ମହିଳା ଜଣଙ୍କ କଟିକଟା କଣ୍ଟେନମେଣ୍ଟ ଅଞ୍ଚଳରୁ ବୋଲି ଜଣାପଡିଛି ।ଅନ୍ୟ ଜଣେ ୩୦ବର୍ଷୀୟ ଯୁବକ ବେହେରା ପାଟଣା ର ବୋଲି ସୂଚନା ମିଳିଛି। ସମସ୍ନ୍ତ ଙ୍କ ର ପଶ୍ଚିମ ବଙ୍ଗ ସମ୍ପର୍କ ଥିବା ଜଣା ପଡିଛି ।ଏହାସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି।