ଭୁବନେଶ୍ବର:(ନିଉଜ ଡେସ୍କ)/ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) କଂଟେନମେଂଟ ଜୋନ ଘୋଷଣା ହେଲା ଅଧା ଯାଜପୁର । କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାଜପୁର ଜିଲା ପ୍ରଶାସନର ବଡ ପଦକ୍ଷେପ । ଜିଲାର ଯାଜପୁର, ବିଂଝାରପୁର, ବରୀ, ଦଶରଥପୁର, କୋରେଇ ଏବଂ ଯାଜପୁର ପୌରପାଳିକାକୁ ସଂପୁର୍ଣ୍ଣ କଂଟେନମେଂଟ ଅଂଚଳ ଘୋଷଣା କରିଛି ଜିଲା ପ୍ରଶାସନ । ଜିଲାରେ ୧୮ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଯାଜପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ରୋଗୀ ସୁସ୍ଥ ହୋଇଥିବା ବେଳେ ଜଣେ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଅନ୍ୟ ୧୬ ଜଣଙ୍କୁ କଳିଙ୍ଗନଗରସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଜିଲ୍ଲାରେ ମୋଟ ୮ଟି କଣ୍ଟେନମେଣ୍ଟ ଜୋନ ଅଛି । ଆସନ୍ତାକାଲି ଦିନ ୧୨ଟାରୁ ୨୯ ତାରିଖ ସଂଧ୍ୟା ୬ଟା ଯାଏଁ ଏସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖିବା ସହ ସଟଡାଉନ୍ ଭଳି ସ୍ଥିତି ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଏହି ସମୟରେ ସଂପୃକ୍ତ ଅଞ୍ଚଳରେ କେବଳ ଔଷଧ ଦୋକାନ ଖୋଲାରହିବ। ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ।ଯାଜପୁର ରେ ବାରମ୍ବାର ସଟ ଡାଉନ ଏବଂ କଟେଂନମେଣ୍ଟ ଜୋନ ବଢିବାର କାରଣ ହେଲା ଅଧିକାଂଶ ଲୋକ ପଶ୍ଚିମ ବଙ୍ଗ ରୁ ଲୁଚି ଛାପି ଆସି ଓଡିଶା ରେ ରହି ଯାଇଛନ୍ତି ,ଏବଂ ଏମାନଙ୍କ ଭିତରେ କିଛି ଲକ୍ଷଣ ଦେଖା ଯାଉନି । ଯାହା ଫଳ ରେ ଏହି ଚାଲି ଆସୁଥିବା ପ୍ରବାସୀ ଓଡିଆ ଭାବୁଛନ୍ତି କି ତାଙ୍କ ର କୌଣସି ଅସୁବିଧା ନାହି ,ତେଣୁ ସେମାନେ ଆଗକୁ ଆସି କିଛି ପରି ପ୍ରକାଶ କରୁ ନାହାନ୍ତି ।ଆପଣ ଙ୍କୁ ଏଠି କହି ରଖୁ ଯେ ଭାରତ ରେ ୮୦ ପ୍ରତିଶତ ଲୋକ asymtomstic ବା ଲକ୍ଷଣ ହୀନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ଫଳ ରେ ସେମାନେ ସୁପର ସ୍ପ୍ରେଡର ଭାବେ ଅନ୍ୟ କୁ ଆକ୍ରାନ୍ତ କରି ଚାଲିଛନ୍ତି ।ତେଣୁ ଯାଜପୁର ପ୍ରଶାସନ ଏହି ସଟ ଡାଉନ ସମୟରେ କଣ୍ଟେନମେଣ୍ଟ ଅଞ୍ଚଳ ରେ କ୍ୱାରେଣ୍ଟିନରେ ଥିବା ବ୍ୟକ୍ତିଙ୍କ ନମୂନା ସଂଗ୍ରହକୁ ତ୍ୱରାନ୍ବିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।