ବଡବିଲ:(ସିତାରାମ ଦିକ୍ଷୀତ) କେନ୍ଦୁଝର ଜିଲ୍ଲା ବଡ଼ବିଲ କଲେଜରୋଡ ସବ୍ ଟ୍ରେଯେରି ଅଫିସ ନିକଟରେ ପୂର୍ତ୍ତ ବିଭାଗ ଦ୍ଵାରା ଅର୍ଦ୍ଧ ନିର୍ମିତ ପୋଲ ତଳକୁ ଖସି ବାଇକ୍ ଆରୋହୀ ମୃତ। ମୂର୍ତ ଜଣକ ହେଲେ ବଡବିଲ ଶିଶୁ ମନ୍ଦିର ନିକଟସ୍ଥ ୱାର୍ଡନମ୍ବର ୪ର ରାମ ପ୍ରଧାନଙ୍କ ପୁଅ ସୁଦର୍ଶନ ପ୍ରଧାନ।
ସେ ତାଙ୍କ ବାଇକ୍ ହୋଣ୍ଡା ସାଇନ୍ ଓଆର ୦୯ ଜି ୬୮୮୦ ଯୋଗେ ଆଜି ଭୋର୍ ସମୟରେ ବଡବିଲ ଅଭିମୁଖେ ଆସୁଥିବା ସମୟରେ ଉକ୍ତ ଅର୍ଦ୍ଧ୍ ନିର୍ମିତ ପୋଲରେ ସଠିକ ସୁରକ୍ଷା ପାଇଁ ଉଚିତ ପଦକ୍ଷେପ ନେଇ ନଥିବାରୁ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ବଡବିଲ ଆଇଆଇସି ଶ୍ରୀ ସୁଶାନ୍ତ ଦାସ ସଦଳବଳେ ପହଞ୍ଚି ସବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଛନ୍ତି।