ଝୁମ୍ପୁରୀ ବଜାରରେ ଦୁଇଟି ଦୋକାନ ସିଲ୍ କଲା ପ୍ରଶାସନ

2730 0

ଭୁବନେଶ୍ୱର: ତା ୧୮/୪ : ଦଶରଥପୁର ବ୍ଲକ ଝୁମ୍ଫୁରୀ ବଜାରଠାରେ ଦୁଇଟି ଦୋକାନକୁ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ନିର୍ଦ୍ଧେଶରେ ସିଲ୍ କରି ଦିଆଯାଇଛି । ଶନିବାର ପୂର୍ବାହ୍ନରେ ଉଭୟ ଅଧିକାରୀ ଝୁମ୍ଫୁରୀ ବଜାରର ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନରେ ସାମାଜିକ ଦ୍ୱରତାକୁ ଅନୁଧ୍ୟାନ କରିବା ସମୟରେ ଲୁଗାଦୋକାନ କରିଥିବା ସଞ୍ଜୟ ସାହୁଙ୍କର ଦୋକାନଟି ଖୋଲାଥିବା ଦେଖିଥିଲେ । ସେହିପରି କିଛିଲୋକ ଚା’ ପିଉଥିବା ଦେଖି ଅଧିକାରୀମାନେ ଚା’ ଦୋକାନ ଖୋଲୁଥିବା ସମ୍ପର୍କରେ ଲୋକମାନଙ୍କୁ ପଚାରିଥିଲେ ମଧ୍ୟ ସେମାନେ ସଠିକ ଉତ୍ତର ଦେଇ ନଥିଲେ । ଅଧିକାରୀ ମାନଙ୍କ ସନ୍ଦେହ ହେବାରୁ ସେହି ବସ୍ତ୍ରାଳୟ ସମ୍ମୁଖର ଏକ କ୍ୟାବିନକୁ ଖୋଲିବା ପରେ ସେଠାରେ ଚା’ ଦୋକାନ କରିଥିବା ମହେଶ୍ୱର ସାହୁଙ୍କୁ ଧରିଥିଲେ ।

ସେଠାରୁ ଗରମ ପାଣି କେଟ୍‌ଲି ଓ ନଗଦରେ ଚା’ କରିଥିବାର ପ୍ରମାଣ ମିଳିବା ପରେ ମହେଶ୍ୱରଙ୍କୁ ଫାଣ୍ଡିରେ ଅଟକ ରଖାଯିବା ସହ ଦୁଇଟିଯାକ ଦୋକାନକୁ ସିଲ୍ କରାଯାଇଥିଲା । ଉଭୟ ଦୋକାନୀଙ୍କ ନାମରେ ମାମଲାରୁଜୁ କରିବାକୁ ତହସିଲଦାର ଓ ବି.ଡି.ଓଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ପରେ ଉଭୟ ଅଧିକାରୀ କାଟିଆ, ମଙ୍ଗଳପୁର ଇତ୍ୟାଦି ଅଂଚଳ ବୁଲି ବାଇକ୍‌ରେ ଅଯଥାରେ ବୁଲୁଥିବା ଅମାନିଆଙ୍କୁ ଧରି ଫାଇନ ଆଦାୟ କରିଥିଲେ । ସାମାଜିକ ଦୂରତା ଓ ମାସ୍କ ଲଗାଇବାକୁ ସମସ୍ତଙ୍କୁ ସଚେତନ କରାଇବା ସହ ଯେଉଁ ଗ୍ରାହକମାନେ ମାସ୍କ ଲଗାଉନାହାଁନ୍ତି ସେମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ ନ କରିବୁ ଦୋକାନୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।

ପୂର୍ବରୁ ମଧ୍ୟ ସୁନ୍ଦରୀମୁହଁ, ରାମବାଗ ଇତ୍ୟାଦି ଅନୁରୂପ ଭାବେ ଅଂଚଳରେ ଧରପଗଡ଼ କରାଯିବା ସହ ଅମାନିଆଙ୍କୁ ସାବାଡ଼ ଓ ଲୋକମାନଙ୍କୁ କରୋନା ସଂପର୍କରେ ସଚେତନ କରାଯାଇଥିଲା । ଏହି ଅନୁଧ୍ୟାନ ସମୟରେ ଦଶରଥପୁର ବିଡିଓ ନାରାୟଣ ଚନ୍ଦ୍ର ନାୟକ, ଦଶରଥପୁର ତହସିଲଦାର ସୌଭାଗ୍ୟ ବେହେରା, ମଙ୍ଗଳପୁର ଥାନା ଆଇ. ଆଇ.ସି ଅସିତ ରଂଜନ ମହାନ୍ତି, ଅତିରିକ୍ତ ତହସିଲ୍‌ଦାର କୈଳାଶ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ ପ୍ରମୁଖ ଏଥିରେ ସାମିଲ ଥିଲେ ।

Related Post

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ବିଳନୀ ଅନୁଷ୍ଠିତ

Posted by - March 31, 2022 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ବିଳନୀ ଅନୁଷ୍ଠିତ l ବୌଦ୍ଧ,, ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆଶା ଓ…

ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ- ପାଳନ କରନ୍ତି :-ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଂଚିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଆସିଥିବା ମତାମତ ବାକ୍ସ

Posted by - March 26, 2019 0
ଭୁବନେଶ୍ୱର:୨୬/୦୩ ଚଳିତ ମାସ ୫ ତାରିଖ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଅଭିନବ…

ମନମୁଣ୍ଡା ଠାରେ ଏକ୍ସକ୍ଯାଡର ଓ ଗଣଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ

Posted by - November 3, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ର ମନମୁଣ୍ଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଉପସଭାପତି ଶ୍ରୀ ଯୁକ୍ତ ଗୌରମୋହନ…

ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ବଡ଼ଗମଡ଼ା ପକ୍ଷରୁ ଭୀମ ଭୋଇ ଜୟନ୍ତୀ ପାଳିତ

Posted by - May 16, 2022 0
ବଙ୍ଗୋମୁଣ୍ଡା:୧୬/୫:(ଅଭିମନ୍ୟୁ ବହିଡାର ))ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବେଳପଡା ପଞ୍ଚାୟତର ବଡ଼ଗମଡା ଗ୍ରାମ ଠାରେ ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ବଡ଼ଗମଡା ପକ୍ଷରୁ ଭୀମଭୋଇ ଛକ ବଡ଼ଗମଡ଼ା…

ଆସନ୍ତା କାଲି ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Posted by - May 29, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ଆସନ୍ତାକାଲି ସଂଧ୍ୟା ୫.୩୦ ମିନିଟ୍‌ରେ ସମସ୍ତଙ୍କୁ ବନ୍ଦେ ଉତ୍କଳ…

Leave a comment

Your email address will not be published.