କେନ୍ଦୁଝର:(ସୀତାରାମ ଦୀକ୍ଷିତ )ଆଜି ଭଳି ଦିନରେ ଯୋଗୁନା ମୁଣ୍ଡା କୁ ହାତୀ ଦଳି ମାରି ଦେଇଥିବାର ଦେଖିବାକୁ ମିଳିଛି। ଏମିତି ଏକ ଅଭାବନୀୟ ଘଟଣା ଘଟି ଥିବା ଦେଖିବାକୁ ମିଳିଛି ଝୁମ୍ପୁରା ବ୍ଲକ, ଚମ୍ପୁଆ ରେଞ୍ଜ୍ ର ନୟାଗଡ଼ ପଞ୍ଚାୟତ ଅନ୍ତର୍ଗତ କଟୁପାଲି ଗ୍ରାମ ର ଧାତିକା ସାହି ର । ଗତକାଲି ଯୋଗୁନା ମୁଣ୍ଡା କଟୁପାଲି, ନୋଇବୁଗା ପାଖ ଜଙ୍ଗଲ କୁ ଶାଳ ପତ୍ର ଆଣିବା ପାଇଁ ଯାଇଥିବା ବେଳେ ସେ ଜଙ୍ଗଲ ରେ ହାତୀ ସହିତ ମୁହାଁମୁହିଁ ହୋଇଥିବାରୁ ସେହି ସ୍ଥାନରେ ହାତୀ ତାକୁ କଚାଡି ମାରି ଦେଇଥିଲା।
ତାଙ୍କ ଘର ଲୋକ ଗତ କାଲି ଠାରୁ ଖୋଜି ଖୋଜି ଅଣାୟତ ହେବା ପରେ ତାଙ୍କ ପୁଅ ସନିଆ ମୁଣ୍ଡା ଓ ତାଙ୍କ ସାହିର କିଛି ଲୋକ ଆଜି ସକାଳ ଆଠ ଟା ସମୟରେ ଜଙ୍ଗଲ ରୁ ମଲା ଶରୀର କୁ ପାଇଥିଲେ । ତାପରେ ବଡକାଳିମାଟି ବନ ଅଧିକାରୀ ଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ ।
ବନ ଅଧିକାରୀ ଜାଣିବାପରେ ଘଟଣାସ୍ଥଳରେ ପହଞ୍ଚି ଥିଲେ ତା ପରେ ବାମେବାରି ପୋଲିସ ମଧ୍ଯ ଜାଣିବା ପରେ ଘଟଣା ସ୍ଥଳକୁ ପହଞ୍ଚିଥିଲେ ଏବଂ ଚମ୍ପୁଆ ରେଞ୍ଜ୍ ଅଫିସର କାଶୀନାଥ ହେମ୍ବ୍ରମ ମଧ୍ଯ ଆସି ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ସରକାରଙ୍କ ଘୋଷଣା ରାଶି ହିସାବରେ ତାଙ୍କ ପରିବାର କୁ 40 ହଜାର ଟଙ୍କା ର ଚେକ ପ୍ରଦାନ କରିଥିଲେ ଏବଂ ଆଉ 3 ଲକ୍ଷ 60 ହଜାର ଟଙ୍କା ଦୁଇ ମାସ ଭିତରେ ମୃତ୍ୟୁ ଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି । ଏସବୁ ପରେ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଥିବାର ଦେଖିବାକୁ ମିଳିଥିଲା ।