ସାଲିସବିହୀନ ରାଜନେତା ଥିଲେ ଅଶୋକ ଦାସ। ଦେଖନ୍ତୁ ତାଙ୍କ ଏକଦଶାହ ରେ କେଉଁ ମାନେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିଲେ

2922 0

ଯାଜପୁର:(Bureau)ଅଶୋକ ଦାସ… ଏକ ଅବିସ୍ମରଣୀୟ ଆହ୍ୱାନ, ଏକ ଅକୁତୋଭୟ ଅଙ୍ଗୀକାର । ଓଡ଼ିଶା ରାଜନୀତିର ସେ ଥିଲେ ସେଇ କାଉଁରିଆ କାଠି, ଯିଏ ବନ୍ଧୁମାନଙ୍କ ବିଶ୍ୱାସଘାତକାରେ ଭାଙ୍ଗି ପଡ଼ିଥିଲେ ହେଁ ନଇଁନଥିଲେ କେବେ? ସ୍ମୃତିର ରହିଶୀଳତା ପାଉଁଶ ଭିତରୁ ସମ୍ପର୍କର କେତୋଟି ଫୁଲପାଖୁଡ଼ା ଏଠି ବିଞ୍ଚି ଦେବାକୁ ଚାହୁଁଛି ଏଇ ଓଡିଶା। ସେ ହେଉଛି-ଆଜିଠୁ ଅନ୍ୟୁନ ୫୦ବର୍ଷ ତଳର ୧୯୬୮-୬୯ ମସିହାର ମାନଚିତ୍ର ଇଏ-ଯେଉଁଠି ଓଡ଼ିଶା ଯୁବ ବିପ୍ଲବର କେତୋଟି ଲାଲ୍ ରେଖାରେ ରେଖାଙ୍କିତ । ଅଗ୍ରଜୋପମ ଅଶୋକ ଦାସ କ୍ଷମତା ରାଜନୀତିର ଜଣେ ଚର୍ଚ୍ଚିତ ଚରିତ୍ର.

ଅଶୋକ ଦାସ ଓଡ଼ିଶା ରାଜନୀତି କ୍ଷେତ୍ରରେ ସ୍ପର୍ଦ୍ଧିତ ସ୍ୱାଭିମାନର ସ୍ପନ୍ଦିତ ପ୍ରାଣପୁରୁଷ । ସେ ଏହି ରାଜନୈତିକ କୁରୁକ୍ଷେତ୍ରକୁ ଆସିଥିଲେ ଜଣେ ମହାରଥୀର ମର୍ଯ୍ୟାଦା ନେଇ-ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦପ୍ରାପ୍ତ ଅନୁପ୍ରେରଣାରେ । ବାପପରି ମାନୁଥିଲେ ବିଜୁବାବୁଙ୍କୁ, ସେ ମାନିବା ପଛରେ ପୁଣି କୌଣସି ମୁନାଫାଧର୍ମୀ ମାନସିକତା ବଳବତ୍ତର ନଥିଲା ମୋଟେ । ଏପରିକି ବିଜୁ ଅମଳରେ ମନ୍ତ୍ରୀପଦ ପାଇଁ ଲାଳାୟିତ ହୋଇନଥିଲେ କେବେ-ଯାହା ହାସଲ କରିବାଟା ତାଙ୍କ ପାଇଁ ସେତେବେଳେ ଅସମ୍ଭବ ନଥିଲା । ଅନ୍ୟ ଅନେକ ସମକାଳୀନ ବିଜୁବାବୁଙ୍କ କୃପାରେ ଓ ଅଶୋକ ଦାସଙ୍କ ସମର୍ଥନରେ କେବଳ କେତେ
ମନ୍ତ୍ରୀ ହୋଇଛନ୍ତି ତାହାନୁହେ,ରାଜନୈତିକ ପାଳି ମଧ୍ୟ ଆରମ୍ଭକରିଛନ୍ତି।

Related Post

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କରେ ଭିଡ଼, ଟଙ୍କା ନ ପାଇ ଫେରିଲେ ବୁଢା ବୁଢ଼ୀ ଓ ବିଧବା

Posted by - October 30, 2021 0
ମାଥିଲି:(ଅବଦୁଲ ଗନି) ତା 29/10/21ରିଖ ମାଥିଲି ବ୍ଲକ ଅନ୍ତର୍ଗତ କୁଡ଼ିଏ ଟି ଗ୍ରାମପଞ୍ଚାୟତ ର ବୃଦ୍ଧ ବୃଦ୍ଧା ଓ ବିଧବା ଙ୍କୁ ସରକାର ଙ୍କ ଦ୍ୱାରା ପ୍ରତ୍ୟେକ…

ସହିଦ୍ ପ୍ରତାପ ନାଏକ ଙ୍କ ସ୍ମୃତି ରେ ରକ୍ତଦାନ ଶିବିର

Posted by - November 1, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ରାମଧୁନ କ୍ଲବ ସୋନପୁର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୫୪ତମ କାଳୀପୂଜା ଅବସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା…

ଶ୍ୟ।ମେଶ୍ୱର ମନ୍ଦିରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ

Posted by - June 6, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ବିଝାଂରପୁର ଥାନା ଅଙ୍ଗାଳ ପଚାଂୟତ ଅରିଳୋ ଗ୍ରାମରେ ପ୍ରସିଦ୍ଧ ଶୈବ ପୀଠ ଶ୍ୟମେଶ୍ୱର ମନ୍ଦିରରେ ଶିବ…

ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ

Posted by - January 30, 2023 0
ରାୟଗଡା :(ରମାକାନ୍ତ ପୋଢାଳ) ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଚାଟିକୋଣ ଅନ୍ତର୍ଗତ ସାନ ମଟକବାଡି ଗ୍ରାମରେ ଅଷ୍ଟପ୍ରହର ଆରମ୍ଭ ହୋଇ ଯାଇଛି ଏହି ପ୍ରହରୀ ପ୍ରତୋକ ବର୍ଷ…

ତାଲବ ଗ୍ରାମରେ ଐତିହାସିକ ପ୍ରସିଦ୍ଧ ବଏଲ ଯାତ୍ରା ଐଶରିକ ଆଶୀର୍ବାଦର ମହାକୁମ୍ଭ

Posted by - October 20, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ତାଲବ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ବଏଲଯାତ୍ରା। ତାଲବ ଗ୍ରାମର ପ୍ରସିଦ୍ଧ ବଏଲଯାତ୍ରାର ବିଶେଷତ୍ୱ ହେଉଛି ଏଠାରେ ହେଉଥିବା ଯାତ୍ରା ରେ କୋଣସି…

Leave a comment

Your email address will not be published.