ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)କଳାମାଟିଆ ପଂଚାୟତ ଅଧିନସ୍ଥ SBI କାଇପଡା ର ସମ୍ମୁଖରେ ଥିବା ଗ୍ରାହକ ସେବା କେନ୍ଦ୍ର କୁ କେହି ଦୁର୍ବୃତ୍ତ ନିଆ ଲଗାଇ ଦେଇ ଥିବାର ଅଭିଯୋଗ ହୋଇଛି । ଗତ କିଛି ଦିନହେଲା lock dawn ଚାଲୁଥିବାରୁ ଗ୍ରାହକ ସେବା କେନ୍ଦ୍ର ର ମାଲିକ ରଶ୍ମିତା ସାହୂ କେନ୍ଦ୍ର କୁ ବନ୍ଦ କରି ଘରେ ରହୁଥିଲେ । ଗତ କାଲି ରାତିରେ କେହି ଦୃବୃତ ତାଙ୍କ ଗ୍ରହହକ ସେବା କେନ୍ଦ୍ର କୁ ଚୋରି କରିବା ଆଶାରେ ଯାଇ ପଛ ପାଖରେ ଥିବା ସ୍କାଏଲାଇଟ ଭାଙ୍ଗୀ ଭିତରେ ପସିବା ସହ ପାଇସା , କମ୍ପୁଟର ,ଏବଂ ଅନ୍ୟାନ୍ୟ ଜିନିଷ ନେଇଯାଇଥିଲେ ।
ସେଠାରେ ଥିବା କାଜଗ ପତ୍ରରେ ନିଆ ଲାଗିଇ ଦେଇଥିବାର ତାଙ୍କର ସ୍ୱାମୀ କିଶୋର ସାହୁ ଅଭିଯୋଗ କରିଛନ୍ତି । ଆଜି ସକାଳୁ ଗ୍ରହଙ୍କ ସେବା କେନ୍ଦ୍ର ଭିତରେ ଧୂଆଁ ବାହାରୁ ଥିବାର ଲୋକେ ଦେଖି ଶ୍ରୀ ସାହୁଙ୍କୁ ଖବର ଦେବାରୁ ଶ୍ରୀ ସାହୁ ବରୀ ଦମକଳ କେନ୍ଦ୍ର କୁ ଖବର ଦେଇଥିଲେ । ବରୀ ଦମକଳ କେନ୍ଦ୍ର ର କର୍ମଚାରୀ ମାନେ ଯାଇ ନିଆଁ କୁ ଆୟତ୍ତ କରିଥିଲେ ।
Facebook Notice for EU!
You need to login to view and post FB Comments!