ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ସ୍ଵୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ । କରୋନା ମୁକାବିଲା ପାଇଁ ସ୍ଵୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଶ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି ।
ବରୀ ଭାରପ୍ରାପ୍ତ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରପୁର ପଞ୍ଚାୟତର ବିଶ୍ଵ ସୀତାରାମ ସ୍ଵୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବରୀ ଭାରପ୍ରାପ୍ତ ବିଡିଓ ଶାଶ୍ୱତ କୁମାର ଜେନା ଙ୍କୁ ଆଜି ଏକ 10ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଗୋଷ୍ଠୀର ସଭାପତି ପ୍ରମିଳା ଶାନ୍ତି ଓ ସମ୍ପାଦିକା ଉର୍ମିଲା ଦେଇ, ସଦସ୍ୟା କନକଲତା ଶାନ୍ତି ପ୍ରମୁଖ ପହଂଚି ଚେକ ପ୍ରଦାନ କରିଥିଲେ ବୋଲି ଜଣାପଡିଛି ।