ଭୁବନେଶ୍ୱର: ଲକ୍ଡାଉନ୍ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱରକୁ ପୂରା ଶଟ୍ ଡାଉନ୍ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।କରୋନା ସମ୍ପର୍କିତ ନେଇ ରାଜ୍ୟ ସରକାରଙ୍କ ଜରୁରୀ ଘୋଷଣା ।ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ପୁଲିସ ଡିଜିପି ଅଭୟ କହିଛନ୍ତି ଏହି ସଟଡାଉନ୍ ଏକ ପ୍ରକାର କର୍ଫ୍ୟୁ। ଏହି ୪୮ ଘଣ୍ଟା ଭିତରେ ଗ୍ରୋସରି, ପରିବା, ମାଛ ଓ ମାଂସ ଦୋକାନ ବନ୍ଦ ରହିବ। କେବଳ ଆବଶ୍ୟକ ସଂଖ୍ୟକ ମେଡିସିନ ଷ୍ଟୋର ଖୋଲିବ। ଏହି ନିଷ୍ପତ୍ତି ନେବେ ସ୍ଥାନୀୟ ଜିଲ୍ଲାପାଳ। ସେହିପରି ସ୍ବାସ୍ଥ୍ୟ ସେବା ବି କଟକଣା ମୁକ୍ତ ହେବନି। ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ହେଲେ ଡାକ୍ତରଖାନା ଯାଆନ୍ତୁ ନାହିଁ। ଆମ୍ବୁଲାନ୍ସକୁ ଫୋନ କରି ଡାକ୍ତରଖାନା ଯାଇହେବ।