ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ମୁକାବିଲା ପାଇଁ ରାଜ୍ୟସରକାର ହିତାଧିକାରୀ ମାନଙ୍କୁ ଆଗୁଆ ରେସନ ସାମଗ୍ରୀ ବଂଟନ କରିବାକୁ ଘୋଷଣା କରିଥିଲେ । ଏହି କ୍ରମରେ ଆଜି ଯାଜପୁର ପୌରପାଳିକାରେ ହିତାଧିକାରୀ ମାନଙ୍କୁ ୩ ମାସର ରାସନ ସାମଗ୍ରୀ ବଂଟନ କରାଯାଇଛି । ରିଟେଲ ମାନଙ୍କ ଜରିଆରେ ସାମାଜିକ ଦ୍ୱରତ୍ୱ ରକ୍ଷା କରି ଚାଉଳ ଓ ଗହମ ହିତାଧିକାରୀ ମାନଙ୍କୁ ବଂଟନ କରାଯାଇଥିଲା ।
ଏଭଳି ଏକ ବିପଦ ସମୟରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅଗ୍ରୀମ ରେସନ ସାମଗ୍ରୀ ପାଇ ହିତାଧିକାରୀ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ । ଅନ୍ୟପଟେ ରାଜ୍ୟସରକାର ପ୍ରତ୍ୟେକ ହିତାଧିକାରୀ ମାନଙ୍କ ପାଇଁ ଘୋଷଣା କରିଥିବା ପ୍ରୋତ୍ସାହନ ରାଶି ଖୁବ ଶିଘ୍ର ପ୍ରଦାନ କରାଯିବ ଏବଂ ପିଡିଏସ ସାମଗ୍ରୀ ପୁରା ଜିଲାରେ ବଂଟନ କରାଯିବ ବୋଲି ଯାଜପୁର ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।