ଓଡ଼ିଶାରେ ୫ମ କରୋନା ଆକ୍ରାନ୍ତ ଚିହ୍ନଟ, ଯାତ୍ରା ଇତିହାସ ଖୋଜା ଚାଲିଛି:- ଜନସ୍ୱାସ୍ଥ୍ୟ ବିଭାଗର ସର୍ଭେଲାନ୍ସ ଟିମ

646 89

ଭୁବନେଶ୍ଵର ୦୧।୦୪: ସମଗ୍ର ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉନାହିଁ। ସଂକ୍ରମିତ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ପଞ୍ଚମରେ ପହଞ୍ଚିଛି। ଏହି ୬୦ ବର୍ଷୀୟ ବୃଦ୍ଧଙ୍କ ଘର ଭୁବନେଶ୍ୱରର ସୂର୍ଯ୍ୟ ନଗର ଅଞ୍ଚଳରେ ।

ଏନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ଟ୍ୱିଟ କରି ସୂଚନା ଦିଆଯାଇଛି।ରୋଗୀ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ରକ୍ତ ନମୂନା ଓ ସ୍ଵାବର ପରୀକ୍ଷଣ ପରେ ରିପୋର୍ଟରେ କରୋନା  ପଜିଟିଭ୍ ଜଣା ପଡିଛି। ତାଙ୍କର ବିଦେଶ ଗସ୍ତ ସଂପର୍କିତ ବିବରଣୀ କିମ୍ବା ରାଜ୍ୟ ବାହାରକୁ ସେ ଯାଇଛନ୍ତି କି ନାହିଁ ତାର ତନାଘନା ଆରମ୍ଭ ହୋଇ ଯାଇଛି।

Facebook Notice for EU! You need to login to view and post FB Comments!

Related Post

ଜମାକାରୀଙ୍କୁ ଟଙ୍କା ଫେରାଅ, ନହେଲେ ୧୭ଜାନୁଆରୀରୁ ଅନିର୍ଦ୍ଦିଷ୍ଟକାଳ ସତ୍ୟାଗ୍ରହ: ଜମାକାରୀ ମିଳିତ ମଞ୍ଚ

Posted by - December 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ସୋନପୁର ଠାରେ ଚିଟଫଣ୍ଡ ରେ କ୍ଷତିଗ୍ରସ୍ତ ଜମାକାରୀ ମାନଙ୍କ ଏକ ଜିଲ୍ଲା ସ୍ତରୀୟ ଵୈଠକ ସ୍ଥାନୀୟ ରୟାଲପଡ଼ିଆ ନିକଟରେ ଅନୁଷ୍ଠିତ ହୋଇଛି ।…

ଲିଙ୍ଗେଶ୍ୱର ପୀଠରେ ବୃକ୍ଷ ରୋପଣ ସହ ଯଯାତି ନଗର ପରିକଳ୍ପନାର ଶୁଭାରମ୍ଭ

Posted by - August 7, 2020 0
ଯାଜପୁର ଅଫିସ :ଯାଜପୁର ଓଡିଶାର ପୁରାତନ ରାଜଧାନୀ । ଏହା ଯଯାତି ନଗର ନାମରେ ବେଶ୍ ପରିଚିତ । ଏହାକୁ ପୁନର୍ଜୀବିତ କରିବାକୁ ପ୍ରୟାସ ଆରମ୍ଭ ହୋଇଚ୍ଥି…

ମାଛ ଧରୁଥିବା ବେଳେ ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର

Posted by - November 3, 2021 0
ଯାଜପୁର ଟାଉନ :(ଆନନ୍ଦ ଚନ୍ଦ୍ର ସାହୁ)ମାଛ ଧରୁଥିବା ବେଳେ ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ…

There are 89 comments

Leave a comment

Your email address will not be published.