ଭୁବନେଶ୍ଵର ୦୧।୦୪: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଆହୁରି ଅଧିକ ସାବଧାନତା ଲୋଡା।ଶ୍ରୀ ବାଗ୍ଚୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ପରୀକ୍ଷା କରାଯାଇଥିବା ୬୧୦ ନମୂନାର ୪ଟି ପଜିଟିଭ୍ ଆସିଛି। ପ୍ରଥମ ଦୁଇ ଜଣ ରୋଗୀଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିବା ବେଳେ ତୃତୀୟ ସଂକ୍ରମିତଙ୍କ ସହ ୧୧୨ ଜଣ ଏବଂ ଚତୁର୍ଥ ସଂକ୍ରମିତଙ୍କ ସହ ସାତ ଜଣ ସଂପର୍କରେ ଆସିଥିଲେ। ତେବେ ଆଜିର ବର୍ତ୍ତମାନ ୮୮ ଜଣ ସଙ୍ଗରୋଧରେ ଅଛନ୍ତି। ୧୦୪ ନମ୍ବରରେ ୧୫ ହଜାର ୪୫ ଜଣ ରେଜିଷ୍ଟ୍ରେସନ କରିଥିବା ବେଳେ ସେଥିରୁ ବିଦେଶ ଫେରନ୍ତା ସଂଖ୍ୟା ୪୩୩୨।
ଚିନ୍ତା ବଢ଼ାଇଛି ରାଜ୍ୟର ଚତୁର୍ଥ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ। ଦୁବାଇରୁ ଭଦ୍ରକ ଭାୟା କୋଲକାତା ହୋଇ ଆସିଥିଲେ ସେହି ବ୍ୟକ୍ତି। ସେଠାରୁ ଆସିଥିବା ସମୟରେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିବେ ତାହା ଏବି ଚିନ୍ତାର ବିଷୟ ପାଲଟିଛି।ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ଯୁବକ ଜଣକ ଗତ ୧୮ ତାରିଖରେ ଏମିରେଟ୍ସ ଫ୍ଲାଇଟ ନଂ- EKS 70 ବିମାନରେ ଦୁବାଇରୁ ଆସି କୋଲକାତାରେ ପହଞ୍ଚିଥିଲେ। କୋଲକାତା ଏୟାରପୋର୍ଟରୁ ଟ୍ୟାକ୍ସିରେ ହାଓଡ଼ା ଷ୍ଟେସନ ଆସିଥିଲେ।ହାଓଡ଼ା ଷ୍ଟେସନରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସର S-11 ବଗିରେ ବସି ସେ ଭଦ୍ରକରେ ପହଞ୍ଚିଥିଲେ। ଭଦ୍ରକ ରେଳ ଷ୍ଟେସନରୁ ଅଟୋ ଭଡ଼ା କରି ଘରକୁ ଯାଇଥିଲେ।ମାର୍ଚ୍ଚ ୩୦ରେ ଏହି ଦୁବାଇ ଫେରନ୍ତା ବ୍ୟକ୍ତିଙ୍କର ସାମ୍ପଲ ନିଆଯାଇଥିଲା। ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ରେ ସାମ୍ପଲ୍ ଟେଷ୍ଟ ପରେ ବ୍ୟକ୍ତିଜଣକ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଥିଲା। ଚତୁର୍ଥ ପଜିଟିଭ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୭ ଜଣ ଆସିଥିବା ସୂଚନା ମିଳିଛି।