ବରୀ: (ସ୍ନେହାଂଶୁ ଶେଖର ମହାନ୍ତି) ମହାମାରୀ କରୋନା ର ମୁକାବିଲା ପାଇଁ ବିଭିନ୍ନ ପଞ୍ଚାୟତରେ କୋରେଣ୍ଟାଇନ୍ କେନ୍ଦ୍ର ପ୍ରସ୍ତୁତି ଜୋରଦାର୍ ଚାଲିରହିଥିବା ଦେଖିବାକୁ ମିଳିଛି । ବରୀ ବ୍ଲକ ର 29ତିରିଶ ପଞ୍ଚାୟତରେ କେନ୍ଦ୍ର ଗୁଡିକର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚି ସାରିଛି ।
ଆଜି ସନ୍ଧ୍ୟା ସୁଦ୍ଧା କରୋନା ମୁକାବିଲା ନିମନ୍ତେ ସମସ୍ତ କେନ୍ଦ୍ର ପ୍ରସ୍ତୁତ ହୋଇ ରହିବ ବୋଲି ବରୀ ଅତିରିକ୍ତ ବିଡିଓ ଶାଶ୍ୱତ କୁମାର ଜେନା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।ବରୀ ବ୍ଲକ ର ସମସ୍ତ ଗ୍ରାମପଞ୍ଚାୟତରେ ଥିବା କେନ୍ଦ୍ର ଗୁଡିକ ପରିଚାଳନା ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ବୋଲି ଜଣାପଡିଛି । କଳାମାଟିଆ ପଞ୍ଚାୟତ ଦାୟିତ୍ଵରେ ଗ୍ରାମ ରୋଜଗାର ସେବକ ପ୍ରସନ ଜିତ ବରାଳ ରହିଥିବା ବେଳେ ସ୍ଥାନୀୟ ସରପଞ୍ଚ ସମୀର ମଲିକ୍ କେନ୍ଦ୍ର ପ୍ରସ୍ତୁତି କାର୍ଯ୍ୟରେ ସହଯୋଗ କରୁଛନ୍ତି ।
କାଇପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ର ପ୍ରସ୍ତୁତ କରୁଥିବା ସମୟରେ ଶ୍ରୀ ମଲିକ୍ କହିଛନ୍ତି ମା ବିରଜା କରନ୍ତୁ କାହାରିକୁ ଯେମିତି କେନ୍ଦ୍ରକୁ ଆସିବାକୁ ନ ପଡ଼ୁ , ସେହି ପରି ରମ୍ପା ପଂଚାୟତ ର କୃପାସିନ୍ଧୁ ବିଦ୍ୟାଭବନ , ଅରଙ୍ଗାବାଦ ପଞ୍ଚୟତ ରେ ଅରଙ୍ଗ|ବାଦ ଉଞ୍ଚବିଦ୍ୟାଳୟ ଓ ଆରଙ୍ଗାବାଦ ଉପ୍ରା ବିଦ୍ୟାଳୟ, ବରୀ ପଂଚାୟତ ରେ ବରୀ ପଂଚାୟତ ହାଇସ୍କୁଲ ରେ ହୋଇଛି ବୋଲି ଜଣାପଡିଛି । ସେହିପରି ବରୀ ର ବିଭିନ୍ନ ପଞ୍ଚାୟତ କାର୍ଯ୍ୟକୁ ବରୀ ଅତିରିକ୍ତ ବିଡିଓ ଶ୍ରୀ ଜେନା ପ୍ରତ୍ୟହ ଦୃଷ୍ଟି ରଖିଥିବା ସୂଚନା ଦେଇଛନ୍ତି ।