ବରୀ ୨୮/୩ : (ସ୍ନେହାଂଶୁ ଶେଖର ମହାନ୍ତି )ମହାମାରି କରୋନା ପ୍ରତିରୋଧ ନିମନ୍ତେ ବରୀ ବ୍ଲକ୍ ବିଭିନ୍ନ ଗ୍ରାମପଂଚାୟତର ଗାଁ ମାନଙ୍କରେ ଗ୍ରାମବାସୀମାନଙ୍କ ଦ୍ୱାରା ରାସ୍ତା ଅବରୋଧ କରିବା ସହ କରୋନା ସଂପର୍କରେ ସଚେତନତା ସୃଷ୍ଟି କରିବା ଘଟଣାଟି ସଂପୃକ୍ତ ଅଂଚଳମାନଙ୍କରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗ୍ରାମକୁ ଯାଇଥିôବା ରାସ୍ତାକୁ ସ୍ଥାନୀୟ ଲୋକେ ବାଉଁଶ ବାଢା ଦେଇ ଅବରୋଧ କରିବା ସହ ଗ୍ରାମ ଭିତରକୁ ବାହାର ଲୋକଙ୍କ ପ୍ରବେଶ ନିଶେଧ ବୋଲି ସୂଚନା ଫଳକ ଟାଙ୍ଗି ଗ୍ରାମ ମଧ୍ୟକୁ କୌଣସି ଅଚିହ୍ନା ବ୍ୟକ୍ତିଙ୍କୁ ପ୍ରବେଶ କରାଇନଦେଉଥିବା ବେଳେ ଅନାବଶ୍ୟକ ଭାବେ ଗ୍ରାମର କୌଣସି ଲୋକ ବାହାରକୁ ଯିବା ଉପରେ କଟକଣା ଜାରି କରି ସରକାରଙ୍କ କରୋନା ସଂକ୍ରମଣ ରୋକିବା ପଦକ୍ଷେପରେ ସକ୍ରିୟ ସହଯୋଗ କରିବାକୁ ଗ୍ରାମବାସୀଙ୍କୁ ନିବେଦନ କରାଯାଇଥିବାର ଦେଖିବାକୁ ମିଳିଛି ।
ଗ୍ରାମକୁ ଯଦି ବାହାର ରାଜ୍ୟ ବା ଜିଲ୍ଲାରୁ କୌଣସି ବ୍ୟକ୍ତି ଆସୁଥିବାର ନଜର ଆସୁଛି ଗ୍ରାମବାସିମାନେ ସଙ୍ଗେ ସଙ୍ଗେ ପଂଚାୟତ ପ୍ରତିନିଧିମାନଙ୍କୁ ଖବର ଦେବା ସହ ଜିଲ୍ଲା ପ୍ରଶାସନର ନଜରକୁ ଆଣିବାକୁ ଚେଷ୍ଟା କରାଯାଉଥିବାର ନଜର ଆସିଛି ।