ଭୁବନେଶ୍ବର୨୭/୩: ବିଧାନସଭା ଡିସପେନସାରୀ ମେଡିକାଲ୍ ଅଧିକାରୀଙ୍କ ବିରୋଧରେ ଆକ୍ସନ। ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।ବିଧାନସଭା ଡିସପେନସାରୀର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ଆଜି ସରକାରୀ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣର ଶିକାର ହୋଇଥିବା ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସି ସେ ତଥ୍ୟ ଲୁଚାଇଥିଲେ। ମେଡିକାଲ ଅଧିକାରୀ ଶ୍ରୀ ବେହେରାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିବା ପରେ ଏହି ଆଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ବିଧାନସଭା ଡିସପେନସରି ଆସିଥିଲେ । ସଂପୃକ୍ତ ବ୍ୟକ୍ତି ଗତ ୧୬ ତାରିଖରେ ବିଧାନସଭା ଡିସପେନସରିକୁ ଆସିଥିଲେ ।ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ସ୍ୱାସ୍ଥ୍ୟ ବିଭାଗ ଆଜି ଶ୍ରୀ ବେହେରାଙ୍କୁ ତତ୍କାଳ ସସପେଣ୍ଡ କରିଛି। ଏହାସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।ନିଲମ୍ବନ ଅବଧି ସମୟରେ ସେ ଭୁବନେଶ୍ୱର ଛାଡ଼ି ବାହାରକୁ ଯାଇପାରିବେ ନାହିଁ ।