ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ବିଭିନ୍ନ ଉଦ୍ୟମ ଜାରି ରହିଛି । ସାମାଜିକ ଦୂରତ୍ୱ ଏବଂ ଲକ ଡାଉନ କୁ ଗୁରୁତ୍ୱ ଦିଆଯାଉଛି । ଏବଂ ଏହି ମୁକାବିଲା ପାଇଁ ଆବଶ୍ୟକ ଅର୍ଥ ପାଇଁ ଜିଲାର ବିଧାୟକ ଓ ଲୋକ ପ୍ରତିନିଧି ମାନେ ଅର୍ଥ ପ୍ରଦାନ କରିଛନ୍ତି । ସେହିପରି ଜିଲାର ଅନେକ ସ୍ୱେଚ୍ଛାସେବୀ ଓ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ଜିଲାପ୍ରଶାସନ କୁ ସହଯୋଗର ହାତ ବଢ଼ାଇଛନ୍ତି । ଆଜି ଚିତାଳୋ ପଂଚାୟତର ସରପଂଚ ଦିଲ୍ଲିପ ମହାନ୍ତି ଏବଂ ସୁକିନ୍ଦାର ଜିଲା ପରିଷଦ ସଭ୍ୟ ଭାଗ୍ୟଲକ୍ଷ୍ମୀ ରାଉତ ନିଜର ୬ମାସର ଦରମା ପ୍ରଦାନ କରିଛନ୍ତି ।
ଦଶରଥପୁର ବ୍ଲକ କମାରଢିଅ ସରପଂଚ ୧୦ ହଜାର ଟଙ୍କା ସେହିପରି କଇଁଆ ସରପଂଚ ମଂଜୁଲତା ବାରିକ ୧୦ ହଜର ଟଙ୍କର ସାହାଯ୍ୟ ରାଶି ଜିଲାପାଳଙ୍କ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଯାଜପୁର ର ଯୁବ ବ୍ୟବସୟୀ ମଳୟ ପୃଷ୍ଟି ତାଙ୍କର ପୃଷ୍ଟି ଅଳଙ୍କାର ପକ୍ଷରୁ ମଧ୍ୟ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଯାଜପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ କଳିଙ୍ଗ ଗୃପ ଅପଂ ଇନଷ୍ଟିଚ୍ୟୁସନ ପକ୍ଷରୁ ନଗଦ ୨୫ ହଜାର ଟଙ୍କା ଏବଂ ଶିକ୍ଷାନୁଷ୍ଠାନକୁ ସଂପୁର୍ଣ୍ଣ କ୍ୱାରେଂଟାଇନ କେନ୍ଦ୍ର ଭାବେ ବ୍ୟବହାର କରିବାକୁ ସ୍ୱିକୃତି ପ୍ରଦାନ କରିଛନ୍ତି ।