ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ମନ୍ଦୀରକୁ ସାଧାରଣ ଦର୍ଶନ ପାଇଁ ବନ୍ଦ କରାଯାଇଛି । ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ମନ୍ଦୀରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ମନ୍ଦୀର ପ୍ରଶାସନ ।
କିନ୍ତୁ ମାଙ୍କ ପୂଜାର୍ଚ୍ଚନା ପାଳିଆ ସେବାୟତ ମାନେ କରିବେ ବୋଲି ମନ୍ଦୀର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ମନ୍ଦୀର ପ୍ରଶାସନ ଏପରି ନିଷ୍ପତି ନେଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ମନ୍ଦୀର ପ୍ରଶାସନର ଏଭଳି ନିଷ୍ପତିକୁ ମଧ୍ୟ ସେବାୟତ ମାନେ ସ୍ୱାଗତ କରିଛନ୍ତି । ମନ୍ଦୀର ପ୍ରଶାସକ ତଥା ଯାଜପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ବୈଠକରେ ସେବାୟତ ମାନେ ଅଂଶଗ୍ରହଣ କରି ପ୍ରଶାସନର ନିଷ୍ପତିକୁ ସ୍ୱାଗତ କରିଥିଲେ ।