ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ପୌରପ୍ରଶାସନ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପୌରପରିଷଦର ପୂର୍ବତନ ଅଧକ୍ଷ ଭବପ୍ରସାଦ ଦାସଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ମାନେ ବିଭିନ୍ନ ୱାର୍ଡରେ ବୁଲି ଲୋକଙ୍କୁ ସପାଂସୁତୁରା ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି ।
ପୌରପାଳିକାର ଡାକ୍ତର ମଧ୍ୟ ଏହି ଟିମରେ ସାମଲ ହୋଇ ହାତ ଧୋଇବା କୌଶଳ ଶିଖାଇବା ସହିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିକ୍ଷା ମଧ୍ୟ କରୁଛନ୍ତି । ବିଭିନ୍ନ ସ୍ଥାନରେ ହାତ ଧୋଇବା ପାଇଁ ସାବୁନ ପ୍ରଦାନ କରାଯାଉଛି । ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଉଛି । ଡାକବାଜି ଯନ୍ତ୍ରରେ ଗୋଟିଏ ସ୍ଥାନରେ ଏକାଠି ନ ହେବା ସହିତ ପ୍ରତ୍ୟେକ ବ୍ୟକ୍ତି ନିଦ୍ଧିଷ୍ଟ ଦୂରତାରେ ଛିଡା ହେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଆସନ୍ତା ୨୧ ତାରିଖ ଦିନ ହେବାକୁ ଥିବା ବାରୁଣୀ ବୁଡକୁ ବାତିଲ ମଧ୍ୟ କରାଯାଇଛି ।ଯାଜପୁର ମୁଖ୍ୟ ଡ଼ାକ୍ତରଖାନା ପରିସରରେ ମଧ୍ୟ ସଫେଇ କରାଯାଇଥିଲା।ବାହାରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ପରୀକ୍ଷା କରାଯାଇ ସେମାନଙ୍କୁ ଗୋଟିଏ ଘରେ ରହିବାକୁ ପରାମର୍ଶ ଦିଆଯାଉଛି।