ନଦୀରେ ବୁଡି ଗଲା ଛାତ୍ରଙ୍କ ଜୀବନ

792 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ନଦୀରେ ଗାଧୋଇବା ହେଲା କାଳ। ନଦୀରେ ସାଙ୍ଗମାନଙ୍କ ସହ ମିଶି ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇ ଗଲା ଛାତ୍ରଙ୍କ ଜୀବନ। ମୃତକ ହେଲେ ରସୁଲପୁର ବ୍ଲକ ଓଡ଼ଙ୍ଗ ଗ୍ରାମର କୁଳମଣି ପରିଡାଙ୍କ ପୁଅ ଚିରଞ୍ଜିବି ପରିଡା (୧୩)। ସେ ଆଜି ସାଙ୍ଗମାନଙ୍କ ସହିତ ବ୍ରାହ୍ମଣୀ ନଦୀର ବାରବାଟୀ ଘାଟରେ ଗାଧୋଉଥିବା ବେଳେ ଆସବଧାନତାବଶତଃ ପାଣିରେ ବୁଡିଯାଇଥିଲେ । ଖବର ପାଇ କୁଆଖିଆ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନଦୀରେ ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚିରଞ୍ଜିବି କୁଳମଣି ପରିଡାଙ୍କ ଏକମାତ୍ର ପୁଅ ହୋଇଥିବା ବେଳେ ସେ ଓଡ଼ଙ୍ଗ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର। ଖବର ପାଇ ଧର୍ମଶାଳା ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚାଲିଛି। ଏପଟେ ଚିରଞ୍ଜିବୀଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Facebook Notice for EU! You need to login to view and post FB Comments!

Related Post

ସିନାପାଲି: ୧୪ ପଞ୍ଚାୟତ ରେ ବଣ୍ଟା ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ

Posted by - November 11, 2021 0
ନୂଆପଡ଼ା:(ମେଘନାଦ ନାଏକ)ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ଦ୍ଵିତୀୟ ଦିବସରେ ପହଞ୍ଚିଛି।…

ଯାଜପୁର ବରୀ ରେଅଗ୍ନିକାଣ୍ଡ ରେ ଜଳିଗଲା 6 ବଖରା ଘର

Posted by - February 28, 2019 8,021
ଯାଜପୁର:ଅଗ୍ନିକାଣ୍ଡ ରେ ଜଳିଗଲା 6 ବଖରା ଘର।ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ର ଗୋବିନ୍ଦପୁର ଗ୍ରାମର ସୁପ୍ରଭା ସାହାଣୀ, ଧ୍ରୁବ ଚରଣ ସାହାଣୀ ,…

ଭାରତୀୟ ଜନ ଔଷଧି ପରିଯୋଜନା ପକ୍ଷରୁ ଆୟୋଜିତ ହେଲା ସଚେତନତା ଶୋଭାଯାତ୍ରା

Posted by - March 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କେନ୍ଦ୍ର ସରକାରଙ୍କ ଦ୍ୱାରା ଗରିବ ଜନସାଧାରଣଙ୍କ ହିତ ଉଦେଶ୍ୟରେ ଦେଶରେ ଭାରତୀୟ ଜନଓøଷଧି ପରିୟୋଜନା ମାଧ୍ୟମରେ ଶସ୍ତା ଦରରେ ଉଚ୍ଚମାନର ଓøଷଧ ଯୋଗାଇ ଦିଆଯାଉଅଛି…

ବୌଦ୍ଧ ଜିଲ୍ଲାରେ ୧୭୧ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ

Posted by - September 15, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ରୋକିବା ଉଦ୍ଦେଶ୍ୟରେ ଆକସନେଟ୍/ୟୁନିସେଫ ଦ୍ବାରା ପରିଚାଳିତ ବାଲ୍ୟବିବାହ ନିଷେଧ ଓ କିଶୋର ବାଳକ/ବାଳିକା ସଶକ୍ତିକରଣ…

ନୁଆଁଖାଇ ଅବସରରେ ନିଖିଳ ଉତ୍କଳ ରାଜ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନର ବୈଠକ

Posted by - September 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ନିଖିଳ ଉତ୍କଳ ରାଜ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ଓଡ଼ିଶା ର ଭର୍ଚୁଆଲ ମୋଡ୍ ରେ ବୈଠକ ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି…

There are 1 comments

Leave a comment

Your email address will not be published.