ରାଜସ୍ଥାନରେ ବିଜେପିକୁ ମାତ୍ ଦେବ କଂଗ୍ରେସ। ମଧ୍ୟପ୍ରଦେଶ ଓ ଛତିଶଗଡରେ ପଦ୍ମ ଓ ହାତ ଭିତରେ କାଣ୍ଟେ କି ଟକ୍କର। ଦୁଇ ରାଜ୍ୟରେ ଶାସନରେ ଥିବା ବିଜେପିର ଆସନ କମିବ, ଏମିତିକି ହାତରୁ ଖସି ବି ଯାଇପାରେ କ୍ଷମତା।
ବିଭିନ୍ନ ଜାତୀୟ ଚ୍ୟାନେଲ ଦ୍ୱାରା କରାଯାଇଥିବା ଏକ୍ଜିଟ୍ ପୋଲ ସର୍ଭେରେ ଏଭଳି ଆକଳନ ପରେ ଓଡ଼ିଶାରେ ଏହାର ଇଂପାକ୍ଟକୁ ନେଇ ଚର୍ଚ୍ଚା। ଖାସ୍ କରି ରାଜ୍ୟ କଂଗ୍ରେସ ସର୍ଭେ ରିପୋର୍ଟକୁ ନେଇ ଉତ୍ସାହିତ ହୋଇପଡିଛି। ୧୪ ନିର୍ବାଚନର ବିପର୍ଯ୍ୟୟ ୧୯ ସେମିଫାଇନାଲ୍ ପୂର୍ବରୁ ନୂଆ ସମ୍ଭାବନା ଆଶାରେ କଂଗ୍ରେସ ନେତା। ସେମାନଙ୍କ ମତରେ ୧୯ ନିର୍ବାଚନରେ ଏହା ଦଳକୁ ବଳ ଦେବ ଓ ଓଡିଶାର ମଧ୍ୟ ଏହାର ସୁଦୂର ପ୍ରସାରୀ ପ୍ରଭାବ ପଡିବ।
ତେବେ ଏକଜିଟ୍ ପୋଲର ଫଳାଫଳକୁ ନଇେ ବିଜେଡି ବିଚଳିତ ନୁହେଁ । ଫଳାଫଳ ବିଜେପି ବିରୋଧରେ ଯାଉଥିବାରୁ ବିଜେପିକୁ ଓଲଟା ଟାର୍ଗେଟ କରିଛି ବିଜେଡି । ସାଢ଼େ ୪ ବର୍ଷ କିଛି ଲୋକାଭିମୁଖୀ କାମ ହୋଇନି । କେବଳ ଭାଷଣ ବାଜିରେବିଜେପି ମିତିଛି । ସେଥିପାଇଁ ଉତ୍ତର ପ୍ରଦେଶ ଉପନିର୍ବାଚନ ଫଳାଫଳରୁ ହିଁ ଲୋକେ ମୁହଁ ଫେରାଇବା ଆରମ୍ଭ କରିଛନ୍ତି । ଯାହାର ପ୍ରଭାବ ଏହିସବୁ ରାଜ୍ୟରେ ପଡିଛି । ଓଡିଶାରେ ବିଜେଡି ସରକାର ଲୋକଙ୍କ ସବୁ ସମସ୍ୟାର ସମାଧାନ କରି ଆସୁଛି । ତେଣୁ ଓଡିଶାରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ଯୁକ୍ତି ବାଢିଛି ।