ଭିମ୍‌ସାରରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ୨୧ ଦିନରେ : ନିର୍ଦେଶକଙ୍କୁ କାରଣଦର୍ଶାଅ ନୋଟିସ୍‌

5832 854

ସମ୍ବଲପୁର : ଭିମ୍‌ସାର କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ଶୁକ୍ରବାର ୨୧ ଦିନରେ ପହଞ୍ଚିଛି। ସେପଟେ, ନିର୍ଦେଶକ ଡା.ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ କନିଷ୍ଠ ଡାକ୍ତର ସଂଘ ଆଣିଥିବା ୧୦ ଦଫା ଅଭିଯୋଗର ତଦନ୍ତ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗର ହସ୍ତଗତ ହୋଇଛି। ଏହି ତଦନ୍ତରେ ନିର୍ଦେଶକଙ୍କ ସର୍ଜରି ବ୍ୟବସ୍ଥାକୁ ଭୁଲ୍‌ ବୋଲି ଦର୍ଶାଯାଇଥିବାବେଳେ ଲୁଣ ଚିକିତ୍ସାକୁ ମଧ୍ୟ ତଦନ୍ତକାରୀ କମିଟି ଗ୍ରହଣ କରିନାହାନ୍ତି। ତେଣୁ ତଦନ୍ତକାରୀ କମିଟିର ଏହି ରିପୋର୍ଟ ଆଧାରରେ ନିର୍ଦେଶକ ଡା.ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୩ ଦିନ ମଧ୍ୟରେ ଡା.ପୂଜାହାରୀ ଏହି ନୋଟିସର ଉତ୍ତର ଦେବେ। ଯଦି ଡା.ପୂଜାହାରୀ ନିର୍ଧାରିତ ସମୟ ମଧ୍ୟରେ ଉତ୍ତର ନଦିଅନ୍ତି , ତେବେ ତାଙ୍କ ନିକଟରେ ଉତ୍ତର ଦେବାକୁ କିଛି ନାହିଁ ବୋଲି ବିବେଚନା କରାଯିବ ଓ ସରକାର ସେନେଇ ନିଷ୍ପତ୍ତି ନେବେ। ଏହାବାଦ୍‌ ସରକାରଙ୍କ ପରବର୍ତ୍ତୀ ନିର୍ଦେଶ ନଆସିବା ଯାଏଁ ତାଙ୍କୁ ଛୁଟିରେ ରହିବା ପାଇଁ ମଧ୍ୟ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ଡା.ପୂଜାହାରୀଙ୍କୁ ତୁରନ୍ତ ଛୁଟିରେ ଯିବା ପାଇଁ ଚିଠିରେ ନିର୍ଦେଶ ଦିଆଯାଇଛି। ସେପଟେ, ତାଙ୍କ ସ୍ଥାନରେ ଆଞ୍ଚଳିକ ସ୍ପାଇନାଲ ଇନ୍‌ଜୁରି ସେଣ୍ଟର, କଟକର ନିର୍ଦେଶକ ଡା.ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କୁ ଭିମସାରର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଡା.ମହାପାତ୍ରଙ୍କୁ ମଧ୍ୟ ତୁରନ୍ତ ଭିମ୍‌ସାର ନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଚିଠିରେ ନିର୍ଦେଶ ଦିଆଯାଇଛି।

ସର୍ଜରିକୁ ନେଇ ଏତେ ସବୁ ବିବାଦ ହୋଇଥିବାବେଳେ ଶୁକ୍ରବାର ନିର୍ଦେଶକ ଡା.ପୂଜାହାରୀ ସର୍ଜରି ବିଭାଗ ମୁଖ୍ୟଙ୍କୁ ଚିଠି ଲେଖି ସର୍ଜରି ୟୁନିଟରୁ ନିଜେ ଓହରି ଯାଇଛନ୍ତି। ମେଡିକାଲରେ ଏଣିକି ଆଉ ସର୍ଜରି ପ୍ରାକ୍ଟିସ୍ କରିବେ ନାହିଁ ବୋଲି ନିର୍ଦେଶକ ଦର୍ଶାଇଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟସରକାରଙ୍କ ଡିଏମଇଟି ବିଭାଗରୁ ଅନୁମତି ନେବା ପରେ ତାଙ୍କୁ ୟୁନିଟ-୧ ସର୍ଜରି ବିଭାଗ ଦାୟିତ୍ବ ଦିଆଯାଇଥିଲା। ତେବେ, ବର୍ତ୍ତମାନ ପରିସ୍ଥିତିରେ ଆଉ ସେହି ଦାୟିତ୍ବ ବହନ କରିବା ସମ୍ଭବ ନୁହେଁ, ତେଣୁ ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବାକୁ ସେ ଅନୁ‌େରାଧ କରିଛନ୍ତି।
ଗୋଟିଏ ପଟେ ଭିମ୍‌ସାରରେ କନିଷ୍ଠ ଡାକ୍ତର ସଂଘ ନିର୍ଦେଶକ ଡା.ପୂଜାହାରୀଙ୍କୁ ପଦରୁ ହଟାଇବା ପାଇଁ ଜିଦ୍ ଧରି ବସିଥିବା ବେଳେ ସ୍ବାସ୍ଥ୍ୟ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାକୁ ଲାଗିଲାଣି। ରୋଗୀସଂଖାରେ ମଧ୍ୟ ଦିନକୁ ଦିନ ବେଶ୍ ହ୍ରାସ ପାଇବାକୁ ଲାଗିଲାଣି। ଶୁକ୍ରବାର ମେଡିକାଲର ଅନ୍ତଃବିଭାଗରେ ମାତ୍ର ୧୨୦ ଜଣ ରୋଗୀ ଭର୍ତ୍ତି ହୋଇଥିବାବେଳେ ବହିର୍ବିଭାଗରେ ୧୨ଶହ ଜଣ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି।

Related Post

There are 854 comments

  1. Pingback: 2charlotte

  2. Comprehensive side effect and adverse reaction information. Definitive journal of drugs and therapeutics.
    60 mg sildenafil
    What side effects can this medication cause? What side effects can this medication cause?