Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଏପ୍ରିଲ୍‌ ମାସରୁ ଗାଡ଼ି ସହିତ ଆସିବ ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍‌

1392 0

ନୂଆଦିଲ୍ଲୀ: ୨୦୧୯ ଏପ୍ରିଲ୍‌ ମାସରୁ ବିକ୍ରି ପାଇଁ ଉଦ୍ଦିଷ୍ଟ ନୂଆ ଗାଡ଼ିରେ ହାଇ-ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗାଇବାକୁ ଡିଲର୍‌ମାନଙ୍କୁ କୁହାଯାଇଛି।

ଡିଲର୍‌ମାନଙ୍କୁ ଗାଡ଼ି ଯୋଗାଇଦେବା ସମୟରେ ସେଥିସହ ଏଚ୍‌ଏସ୍‌ଆର୍‌ପି ମଧ୍ୟ ଯୋଗାଇ ଦେଇବାକୁ ସଡ଼କ ପରିବହନ ମନ୍ତ୍ରାଳୟ ଅଟୋମୋବାଇଲ୍‌ ନିର୍ମାତାମାନଙ୍କୁ ନିର୍ଦେଶ ଦେଇଛନ୍ତି। ଗାଡ଼ି ବିକ୍ରୟ ପୂର୍ବରୁ ଡିଲର୍‌ମାନେ ସମ୍ପୃକ୍ତ ନମ୍ବର ପ୍ଲେଟ୍‌ ଉକ୍ତ ଗାଡ଼ିରେ ଲଗାଇଥିବା ବାଧ୍ୟତାମୂଳକ ବୋଲି ମନ୍ତ୍ରାଳୟ କହିଛି।

ଯାନବାହନ ନିର୍ମାତାମାନେ ତୃତୀୟ ରେଜିଷ୍ଟ୍ରେସନ୍‌ ମାର୍କ ମଧ୍ୟ ତିଆରି କରିବେ। ସେଥିରେ ଗାଡ଼ିରେ ବ୍ୟବହୃତ କଲର୍‌ କୋଡିଙ୍ଗ୍‌ ଥିବ। ଗାଡ଼ିଟି ସୋ’ରୁମ୍‌ ବାହାରକୁ ଆସିବା ପୂର୍ବରୁ ଏହାକୁ ସ୍ୱୀକୃତିପ୍ରାପ୍ତ ଡିଲର୍‌ମାନେ ଏହାକୁ ଉଇଣ୍ଡ୍‌-ସିଲ୍‌ଡ୍‌ରେ ଲଗାଇବେ। ପୂର୍ବରୁ ସୋ’ରୁମ୍‌ରେ ଗଚ୍ଛିତ ଥିବା ଯାନବାହନଗୁଡ଼ିକ ନିମନ୍ତେ ମଧ୍ୟ ଏଇ ନିୟମ ଲାଗୁହେବ ବୋଲି ମନ୍ତ୍ରାଳୟ ନିର୍ଦେଶ ଦେଇଛି।

‘ଏଚ୍‌ଏସ୍‌ଆର୍‌ପି’ର ଗ୍ୟାରେଣ୍ଟି ରହିବ ୫ ବର୍ଷ। ଥରେ ବାହାରକୁ ଆସିବା ପରେ ତୃତୀୟ ରେଜିଷ୍ଟ୍ରେସନ୍‌ ମାର୍କ ନଷ୍ଟ ହୋଇଯିବ। ଷ୍ଟିକର୍‌ରେ ଥିବା ରେଜିଷ୍ଟ୍ରେସନ୍‌ ଅଥରିଟି, ରେଜିଷ୍ଟ୍ରେସନ୍‌ ନମ୍ବର, ଲେଜର୍‌-ବ୍ରାଣ୍ଡେଣ୍ଡ୍‌ ପର୍‌ମାନେଣ୍ଟ୍‌ ନମ୍ବର, ଇଞ୍ଜିନ୍‌ ନମ୍ବର ଏବଂ ଚେସିସ୍‌ ନମ୍ବର ଗାଡ଼ି ଚୋରି ବିରୋଧରେ ଅଧିକ ସୁରକ୍ଷା ଦେବ।

Related Post

ଲାଦେରପାଲିରେ ନିଆରା ପରମ୍ପରା ବୃଦ୍ଧବୃଦ୍ଧା ବନ୍ଧୁମିଲନ ଅନୁଷ୍ଠିତ

Posted by - January 3, 2022 0
ବରଗଡ/ଅତାବିରା:ଦିନେ ନାଟ୍ୟଜଗତରେ ପଶ୍ଚିମ ଓଡିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି କଲା ସଂସ୍କୃତି କୁ ବଜାୟ ରଖି ବରଗଡ ସମ୍ବଲପୁର ମଝିରେ ଭଗବାନ ଶ୍ରୀ ହନୁମାନଙ୍କ…

ଅସହାୟ ବିକଳାଙ୍ଗକୁ ଆବାସ ଯୋଗାଇଲେ ସିଦ୍ଧାର୍ଥ ସାହା

Posted by - August 2, 2022 0
ସମ୍ବଲପୁର :ସହରର ଜଣେ ଅସହାୟ ବିକଳାଙ୍ଗକୁ ଆବାସ ଯୋଗାଇ ଆଶାର ଆଲୋକ ଦେଖାଇଛନ୍ତି , ମାଁ ସମଳେଇଙ୍କ ସୁଯୋଗ୍ୟ ସନ୍ତାନ ସିଦ୍ଧାର୍ଥ ସାହା (ସିଦ୍ଧୁ ଭାଇ) ଗୁରୁ…

କରୋନା ଯୁଦ୍ଧରେ ଯାଜପୁରର ମହିଳା ଅଧିକାରୀ,ରାସ୍ତାକୁ ଓହ୍ଲେଇଛନ୍ତି ଲାଠିଧରି

Posted by - April 16, 2020 0
ଭୁବନେଶ୍ୱର: ତା ୧୫/୪ : କରୋନା ଭଳି ଏକ ଅଦୃଶ୍ୟ ଅଥଚ ଶକ୍ତିଶାଳୀ ଶତ୍ରୃ ବିରୋଧରେ ସମଗ୍ର ବିଶ୍ୱ ଯୁଦ୍ଧ ଡାକରା ଦେଇଛି । ଯିଏ ଯେମିତି ପ୍ରକାରେ…

ଆମେରିକାରେ ଓଡ଼ିଆ ସାଂସ୍କୃତିକ କେନ୍ଦ୍ର ଉଦ୍‍ଘାଟିତ

Posted by - July 8, 2021 0
ବରୀ: 🙁 ସ୍ନେହାଂଶୁ ଶେଖର ମହାନ୍ତି )ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଟେକ୍‍ସାସ୍‍ ରାଜ୍ୟର ହ୍ୟୁଷ୍ଟନ ମହାନଗରୀରେ ଓଡ଼ିଶାର ଏକ ସାଂସ୍କୃତିକ କେନ୍ଦ୍ର ନିକଟରେ ପ୍ରତିଷ୍ଠା କରାଯାଇଥିବା ଜଣାଯାଇଛି ।…

There are 1 comments

  1. Thank you great post. Hello Administ . Metropol Halı Karaca Halı Öztekin ve Selçuklu Halı Cami Halısı ve Cami Halıları Türkiye’nin En Büyük Cami Halısı Fabrikasıyız…

Leave a comment

Your email address will not be published.